Gig Workers vs Platforms / ପ୍ଲାଟଫର୍ମ ବନାମ ପାର୍ଟନର; ଡିସେମ୍ବର ୩୧ରେ ଦେଶରେ ଗିଗ୍ ୱାର୍କରଙ୍କ ବିରୋଧ ପ୍ରଦର୍ଶନ
·3 months ago·2 min read

Key Points
ବଡ଼ଦିନ ପରେ ନୂଆ ବର୍ଷରେ ପୁଣି ହରତାଳକୁ ଓହ୍ଲାଇବେ ଗିଗ୍ ୱାର୍କର୍ସ । ସ୍ଵିଗୀ, ଜୋମାଟୋ ଓ ବ୍ଲିଙ୍କଇଟ୍ ଭଳି ଅନଲାଇନ୍ ପ୍ଲାଟଫର୍ମରେ କାମ କରୁଥିବା ପାର୍ଟନର ହରତାଳକୁ ଓହ୍ଲାଇବେ ।
ନୂଆଦିଲ୍ଲୀ: ନୂଆବର୍ଷରେ ଘରେ ପହଞ୍ଚିବନି ୧୦ ମିନିଟ୍ରେ ଅର୍ଡର । ଠପ୍ ହୋଇଯିବ ଅନଲାଇନ୍ ଖାଦ୍ୟ ଡେଲିଭରି । ବଡ଼ଦିନ ପରେ ନୂଆ ବର୍ଷରେ ପୁଣି ହରତାଳକୁ ଓହ୍ଲାଇବେ ଗିଗ୍ ୱାର୍କର୍ସ । ସ୍ଵିଗୀ, ଜୋମାଟୋ ଓ ବ୍ଲିଙ୍କଇଟ୍ ଭଳି ଅନଲାଇନ୍ ପ୍ଲାଟଫର୍ମରେ କାମ କରୁଥିବା ପାର୍ଟନର ହରତାଳକୁ ଓହ୍ଲାଇବେ ।
ଅର୍ଥାତ୍ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଠପ୍ ହୋଇଯିବ ଅନଲାଇନ୍ ଅର୍ଡର । ଏହି ହରତାଳରେ ଡେଲିଭରି ବୟ, କ୍ୟାବ୍ ଡ୍ରାଇଭର୍ ଓ ହୋମ୍ ସର୍ଭିସ୍ ସହ ଜଡ଼ିତ କର୍ମଚାରୀ ସାମିଲ୍ ହେବେ । ଏହାଦ୍ଵାରା ଇ-କମର୍ସ ଓ ଫୁଡ୍ ଡେଲିଭରି ସେବା ପ୍ରଭାବିତ ହୋଇପାରେ ।
ଏଥିସହ ପଢ଼ନ୍ତୁ: ପୋଲିସ SI ପରୀକ୍ଷା ସ୍କାମ୍; CBI ଦାଖଲ କଲା ପ୍ରାଥମିକ ଚାର୍ଜସିଟ୍, ଗିରଫ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ
ରିପୋର୍ଟ ଅନୁସାରେ- ସ୍ଵିଗୀ, ଜୋମାଟୋ, ଜେପ୍ଟୋ, ବ୍ଲିଙ୍କଇଟ୍, ଆମାଜନ ଓ ଫ୍ଲିପକାର୍ଟ ଭଳି କମ୍ପାନୀର କର୍ମଚାରୀ ଦରମା, ସୁରକ୍ଷା ପରିସ୍ଥିତିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବେ । ଏହି ହରତାଳ ଡାକରା ଦେଇଛି ଇଣ୍ଡିଆନ୍ ଫେଡରେସନ ଅଫ୍ ଆପ୍-ବେସଡ୍ ଟ୍ରାନ୍ସପୋର୍ଟ ୱାର୍କର୍ସ (IFAT) ।
ଏହା ପୂର୍ବରୁ ଗିଗ୍ ୱାର୍କର ଡିସେମ୍ବର ୨୫ ତାରିଖରେ ହରତାଳ କରିଥିଲେ । ଯେଉଁଥିରେ ସର୍ବାଧିକ ପ୍ରଭାବିତ ହୋଇଥିଲା ଗୁରୁଗ୍ରାମ । ଏବେ ପୁଣି ଥରେ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଅନଲାଇନ୍ ଡେଲିଭରି ବୟ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛନ୍ତି ।
ଗିଗ୍ ୱାର୍କର୍ସଙ୍କ ମୁଖ୍ୟ ଦାବି
ଏହାଛଡ଼ା ଏଥିରେ କାର୍ଯ୍ୟରତ କର୍ମଚାରୀ ସୁରକ୍ଷା ଦାବି କରିଛନ୍ତି । ସେମାନଙ୍କ କହିବା ଅନୁସାରେ, "ଥଣ୍ଡା ଓ କୁହୁଡ଼ି ପାଇଁ ବିଳମ୍ବିତ ରାତିରେ ଗାଡ଼ି ଚାଳନା କ୍ଷତିକାରକ । ତେଣୁ ଘନ ଅନ୍ଧାର ସମୟରେ ରାତି ୧୧ଟା ପରେ ଡେଲିଭରି ବନ୍ଦ କରାଯାଉ ।"
ଏଥିସହ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ପରେ ମାନିଲେ ବିଦେଶ ମନ୍ତ୍ରୀ; ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଏୟାରବେସ୍ ଉପରେ ହୋଇଥିଲା ଆଟାକ୍
ଡିସେମ୍ବର ୨୫ରେ ଗିଗ୍ ୱାର୍କର୍ସଙ୍କ ହରତାଳ ଦ୍ଵାରା ଗୁରୁଗ୍ରାମ ପ୍ରଭାବିତ ହୋଇଥିଲା । ଅନେକ ସ୍ଥାନରେ ଡେଲିଭରି କର୍ମଚାରୀ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ବିରୋଧ ପ୍ରଦର୍ଶନରେ ସାମିଲ୍ ଗିଗ୍ ୱାର୍କର୍ସଙ୍କ ଉପରେ ପ୍ଲାଟଫର୍ମ ଗୁ଼ଡ଼ିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ ହେଉଛି ।

- ସର୍ବନିମ୍ନ ମଜୁରୀ ଅନୁସାରେ ନିଶ୍ଚିତ ଆୟ
- ଏକ ସ୍ଵଚ୍ଛ ଓ ପାରଦର୍ଶୀ ବେତନ ବ୍ୟବସ୍ଥା
- କ୍ୟାବ୍ ଡ୍ରାଇଭରଙ୍କୁ କିଲୋମିଟର ପିଛା ଅତି କମ୍ରେ ୨୦ ଟଙ୍କା ପ୍ରଦାନ
- ଦିନରେ ୮ ଘଣ୍ଟାରୁ ଅଧିକ କାର୍ଯ୍ୟ ପାଇଁ ଓଭର ଟାଇମ୍ ପ୍ରଦାନ
- ଦୁର୍ଘଟଣା, ଅସୁସ୍ଥ ଓ ଜରୁରୀକାଳୀନ ସ୍ଥିତି ପାଇଁ ବୀମା ଓ ସାମାଜିକ ସୁରକ୍ଷା
- ୧୦ ମିନିଟ୍ରେ ଡେଲିଭରି ବନ୍ଦ କରିବା
ଏହାଛଡ଼ା ଏଥିରେ କାର୍ଯ୍ୟରତ କର୍ମଚାରୀ ସୁରକ୍ଷା ଦାବି କରିଛନ୍ତି । ସେମାନଙ୍କ କହିବା ଅନୁସାରେ, "ଥଣ୍ଡା ଓ କୁହୁଡ଼ି ପାଇଁ ବିଳମ୍ବିତ ରାତିରେ ଗାଡ଼ି ଚାଳନା କ୍ଷତିକାରକ । ତେଣୁ ଘନ ଅନ୍ଧାର ସମୟରେ ରାତି ୧୧ଟା ପରେ ଡେଲିଭରି ବନ୍ଦ କରାଯାଉ ।"
ଏଥିସହ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ପରେ ମାନିଲେ ବିଦେଶ ମନ୍ତ୍ରୀ; ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଏୟାରବେସ୍ ଉପରେ ହୋଇଥିଲା ଆଟାକ୍
ଡିସେମ୍ବର ୨୫ରେ ଗିଗ୍ ୱାର୍କର୍ସଙ୍କ ହରତାଳ ଦ୍ଵାରା ଗୁରୁଗ୍ରାମ ପ୍ରଭାବିତ ହୋଇଥିଲା । ଅନେକ ସ୍ଥାନରେ ଡେଲିଭରି କର୍ମଚାରୀ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ବିରୋଧ ପ୍ରଦର୍ଶନରେ ସାମିଲ୍ ଗିଗ୍ ୱାର୍କର୍ସଙ୍କ ଉପରେ ପ୍ଲାଟଫର୍ମ ଗୁ଼ଡ଼ିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ ହେଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories