|
logo
Live
Argus News App
GET APP

Argus News - ପୋଲିସ SI ପରୀକ୍ଷା ସ୍କାମ୍‌; CBI ଦାଖଲ କଲା ପ୍ରାଥମିକ ଚାର୍ଜସିଟ୍, ଗିରଫ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ

Odisha

Police SI Exam / ପୋଲିସ SI ପରୀକ୍ଷା ସ୍କାମ୍‌; CBI ଦାଖଲ କଲା ପ୍ରାଥମିକ ଚାର୍ଜସିଟ୍, ଗିରଫ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ପୋଲିସ SI ପରୀକ୍ଷା ସ୍କାମ୍‌; CBI ଦାଖଲ କଲା ପ୍ରାଥମିକ ଚାର୍ଜସିଟ୍, ଗିରଫ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ
CBI files chargesheet

Key Points

ଖୋଲୁଛି ଓଡ଼ିଶା ପୋଲିସ SI ପରୀକ୍ଷା ଦୁର୍ନୀତିର ପେଡ଼ି । ଗିରଫ ୧୬ ଜଣଙ୍କ ବିରୋଧରେ ସିବିଆଇ ପକ୍ଷରୁ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଛି ।
ଭୁବନେଶ୍ଵର: ଆଗଉଛି ସିବିଆଇ ତଦନ୍ତ । ଖୋଲୁଛି ଓଡ଼ିଶା ପୋଲିସ SI ପରୀକ୍ଷା ଦୁର୍ନୀତିର ପେଡ଼ି । ଗିରଫ ୧୬ ଜଣଙ୍କ ବିରୋଧରେ ସିବିଆଇ ପକ୍ଷରୁ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଛି । ତଥ୍ୟ ପ୍ରମାଣ ସହ ସିବିଆଇ ଦାଖଲ କରିଛି ଚାର୍ଜସିଟ୍ ।

ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ ସାମଲ, ରିଙ୍କୁ ମହାରଣା, ବିରଞ୍ଚି ନାୟକ ଓ ନୀତିଶ କୁମାର ସମେତ ୧୬ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ଏଥିସହ ପଢ଼ନ୍ତୁ: ୫ ବର୍ଷର ପୁଅକୁ ଜଙ୍ଗଲରେ ଅନାଥ କରିଦେଲେ ଦମ୍ପତି

SI ପରୀକ୍ଷା ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୬ ଜଣଙ୍କୁ ଗିରଫ କରାଯାଇଛି । ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ୭ ଜଣଙ୍କୁ ବାନ୍ଧିଛି ସିବିଆଇ । ଓଡ଼ିଶା ପୋଲିସ SI ପରୀକ୍ଷା ସ୍କାମ୍ ମାମଲାର ତଦନ୍ତ ଜାରି ରହିଛି ।

ଓଡ଼ିଶା ପୋଲିସ SI ପରୀକ୍ଷା କେଳେଙ୍କାରୀକୁ ନେଇ ବିହାର ପରେ ଗୁଜରାଟରେ ସିବିଆଇ ପୂର୍ବରୁ ଚଢ଼ାଉ କରିଛି । ବିହାରରୁ ଗିରଫ ନୀତିଶ ପରୀକ୍ଷା କେଳେଙ୍କାରୀରେ ଗୁଜରାଟର ଦମ୍ପତି ସାମିଲ୍ ଥିବା ସୂଚନା ଦେବା ପରେ ନିତୁଙ୍କୁ ଧରିଛି ସିବିଆଇ ।

ଏଥିସହ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ପରେ ମାନିଲେ ବିଦେଶ ମନ୍ତ୍ରୀ; ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଏୟାରବେସ୍ ଉପରେ ହୋଇଥିଲା ଆଟାକ୍

ଅଭିଯୋଗ ଅନୁସାରେ, ସ୍ଵାମୀ, ସ୍ତ୍ରୀ ମିଶି ଗୁଜୁରାଟରେ କମ୍ପାନୀ ଖୋଲି କରୁଥିଲେ ଚାକିରି କେଳେଙ୍କାରୀ । ବିହାରରୁ ଗିରଫ ନୀତିଶ କୁମାରଙ୍କୁ ଜେରା କରିବା ପରେ ଗୁଜରାଟର ନିତୁ ଆରୋରା ଓ ତାଙ୍କ ସ୍ୱାମୀଙ୍କ ବିଷୟରେ ତଥ୍ୟ ପାଇଥିଲା CBI । ସେହି ତଥ୍ୟ ଆଧାରରେ ଗୁଜରାଟର ବରୋଦା ଅଞ୍ଚଳରୁ ସିବିଆଇ ନିତୁ ଆରୋରାଙ୍କୁ ଗିରଫ କରିଛି ।

ନିତୁ ଆରୋରାଙ୍କ ସ୍ୱାମୀଙ୍କ ନାଁରେ ରହିଛି ଉକ୍ତ କମ୍ପାନୀ । ସେଥିରେ ଅନେକ ଲୋକ ଚାକିରି କରିଥିବା ତଥ୍ୟ ପାଇଛି ସିବିଆଇ । ଓଡ଼ିଶାରେ ପୋଲିସ SI ଚାକିରି କେଳେଙ୍କାରୀରେ ନିତୁ ଆରୋରା ଓ ତାଙ୍କ ସ୍ୱାମୀଙ୍କର କ'ଣ ଥିଲା ଭୂମିକା ? ଗିରଫ ଦଲାଲ ମାନଙ୍କ ସହ କଣ ରହିଛି ସମ୍ପର୍କ ? ପୋଲିସ SI ଚାକିରf କେଳେଙ୍କାରୀ ଭଳି ଆଉ କେଉଁ କେଉଁ ଚାକିରି କେଳେଙ୍କାରୀରେ ଦମ୍ପତିଙ୍କ ସମ୍ପୃକ୍ତି ରହିଛି CBI ସେ ସବୁର ଖୋଳତାଡ଼ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Police SI Exam: ପୋଲିସ SI ପରୀକ୍ଷା ସ୍କାମ୍‌; CBI ଦାଖଲ କଲା ପ୍ରାଥମିକ ଚାର୍ଜସିଟ୍, ଗିରଫ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ | Argus News