IND vs PAK / ପୁଣି ରବିବାର ଦେଖିବାକୁ ମିଳିବ ନୋ ହ୍ୟାଣ୍ଡସେକ୍ ପାର୍ଟ-୪, ଟିମ୍ ଇଣ୍ଡିଆ ପାକ୍ ଖେଳାଳିଙ୍କ ସହ ମିଳାଇବେନି ହାତ

Key Points
ପୁଣି ଦେଖିବାକୁ ମିଳିବ ନୋ ହ୍ୟାଣ୍ଡସେକ୍ ଡ୍ରାମା । ଏସିଆ କପ୍ ପରେ ଏବେ ଦିନିକିଆ ବିଶ୍ବକପ୍ । ପାକ୍ ଖେଳାଳିଙ୍କ ସହ ହାତ ମିଶାଇବେନି ଭାରତୀୟ ଖେଳାଳି ।
୨୦୨୫ ମସିହା ଏସିଆ କପ୍ ଶେଷ ହେବାର ମାତ୍ର ଦୁଇ ଦିନ ପରେ ମହିଳା ଦିନିକିଆ ବିଶ୍ୱକପ୍ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୩୦ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୫ରେ ଖେଳାଯିବା ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ଏସିଆ କପ୍ ବିବାଦ ମଧ୍ୟରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ନିଷ୍ପତ୍ତି ନେଇଛି ଯେ ମହିଳା ବିଶ୍ୱକପ୍ରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଦଳ ସହିତ ହାତ ମିଳାଇବେ ନାହିଁ । BCCI ଖେଳାଳିମାନଙ୍କୁ ଏହି ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଅଧିକ ପଢ଼ନ୍ତୁ: ଦଶହରା ପାଇଁ ସରିଥିଲା ସବୁ ପ୍ରସ୍ତୁତି, କିନ୍ତୁ ପ୍ରବଳ ବର୍ଷା ଭାଙ୍ଗିଦେଲା ରାବଣର ମୁଣ୍ଡ
ରିପୋର୍ଟ ଅନୁଯାୟୀ, ଭାରତୀୟ ମହିଳା ଦଳ ବିଶ୍ୱକପ୍ ମ୍ୟାଚ୍ରେ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ମିଳାଇବ ନାହିଁ । ଭାରତୀୟ ଦଳକୁ ଏ ବିଷୟରେ ଅବଗତ କରାଯାଇଛି । ଏହି ନିଷ୍ପତ୍ତିରେ BCCI ତା'ର ଖେଳାଳିମାନଙ୍କୁ ପୂର୍ଣ୍ଣ ସମର୍ଥନ କରିବ। ଟସ୍ ସମୟରେ ଭାରତ ଏବଂ ପାକିସ୍ତାନୀ ଅଧିନାୟକ ହରମନପ୍ରୀତ କୌର ଏବଂ ଫାତିମା ସାନାଙ୍କ ମଧ୍ୟରେ କୌଣସି ହ୍ୟାଣ୍ଡସେକ୍ ହେବ ନାହିଁ । ସେହିପରି ପାକିସ୍ତାନ ଅଧିନାୟକଙ୍କ ସହ କୌଣସି ଫଟୋସୁଟ୍ ଏବଂ ମ୍ୟାଚ୍ ପରେ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ମିଳାଇବେ ମଧ୍ୟ ନାହିଁ ।
ସେହିପରି ଭାରତ-ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ରେ କିଏ ଟସ୍ ଉପସ୍ଥାପକ ହେବେ ତାହା ଦେଖିବା ମଧ୍ୟ ଆକର୍ଷଣୀୟ ହେବ। ବିସିସିଆଇର "ନୋ ହ୍ୟାଣ୍ଡସେକ୍" ନୀତି ଯୋଗୁଁ କୌଣସି ବିଦେଶୀ ଟସ୍ ଉପସ୍ଥାପକଙ୍କୁ ନିଯୁକ୍ତି ଦିଆଯାଇପାରେ । ଯିଏକି ନା ଭାରତ କିମ୍ବା ପାକିସ୍ତାନର ହୋଇଥିବେ । କିଛି ଦିନ ପୂର୍ବେ ଏସିଆ କପ୍ ଫାଇନାଲରେ ଟସ୍ ସମୟରେ ରବି ଶାସ୍ତ୍ରୀ ପାକିସ୍ତାନୀ ଅଧିନାୟକ ସଲମାନ ଆଗାଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ ।
📱 Get Argus News App
✨ଅଧିକ ପଢ଼ନ୍ତୁ: ଋଷ ଖେଳୁଛି ଡବଲ୍ ଗେମ୍ ! ମନା କରିବା ସତ୍ତ୍ବେ ପାକିସ୍ତାନକୁ ଦେବେ ଯୁଦ୍ଧ ବିମାନ ଇଞ୍ଜିନ୍
ସୂଚନା ଅନୁସାରେ, ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ୨୦୨୫ ମହିଳା ବିଶ୍ୱକପ୍ ଆୟୋଜନ କରୁଛନ୍ତି । କିନ୍ତୁ ପାକିସ୍ତାନ ସବୁ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ସେହିପରି ଯଦି ସେମିଫାଇନାଲ ଓ ଫାଇନାଲକୁ ପାକିସ୍ତାନ ଯାଏ ସେହି ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କାରେ ଖେଳାଯିବ ।
Related Topics
Explore more stories