Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗୁଣି ସନ୍ଦେହରେ ମାଡ଼ ମାରି ଗୋଡ଼ରେ ପକାଇଲେ ବେଡ଼ି, ଚାଲିଗଲା ଜୀବନ

Odisha

Crime In Odisha / ଗୁଣି ସନ୍ଦେହରେ ମାଡ଼ ମାରି ଗୋଡ଼ରେ ପକାଇଲେ ବେଡ଼ି, ଚାଲିଗଲା ଜୀବନ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଗୁଣି ସନ୍ଦେହରେ ମାଡ଼ ମାରି ଗୋଡ଼ରେ ପକାଇଲେ ବେଡ଼ି, ଚାଲିଗଲା ଜୀବନ

Key Points

ଗୁଣି ଗାରେଡ଼ି ସନ୍ଦେହରେ ପ୍ରଥମେ ଗୋଡ଼ରେ ବେଡ଼ି ପକାଇଲେ, ମାଡ଼ ମାରିଲେ । ଆଉ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ଯୁବକ ।

ସୋର (ବାଲେଶ୍ଵର): କଙ୍ଗାରୁ କୋର୍ଟ ପାଇଁ ଚାଲିଗଲା ଜୀବନ । ଡାହାଣୀ ସନ୍ଦେହରେ ମାଡ଼ ପରେ ହେଲା ମୃତ୍ୟୁ । ଏଭଳି ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟତ ମଲିଚୁଆ ଗାଁରେ । ଗୁଣି ଗାରେଡ଼ି ସନ୍ଦେହରେ ପ୍ରଥମେ ଗୋଡ଼ରେ ବେଡ଼ି ପକାଇଲେ, ମାଡ଼ ମାରିଲେ । ଆଉ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ଯୁବକ ।


ସୂଚନା ଅନୁସାରେ, ମଲିଚୁଆ ଗାଁରେ ଗୁଣି କରି ଗାଁର ଅନେକ ଲୋକଙ୍କୁ ଚଇତା ସିଂ ମାରି ଦେଉଥିବା ସନ୍ଦେହ କରିଥିଲେ ଗାଁ ଲୋକେ । ଯାହାକୁ ନେଇ ଗତ ସେପ୍ଟେମ୍ବର ୨୧ରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ଯେଉଁଠି ଗାଁ ଲୋକେ ଚଇତାଙ୍କୁ ଦୁଇ ଦିନ ଧରି ମାଡ଼ ମାରିବା ସହ ତାଙ୍କ ଗୋଡ଼ରେ ବେଡ଼ି ପକାଇ ଦେଇଥିଲେ ।


ଏଥିସହ ପଢ଼ନ୍ତୁ: ହୃଦ୍‌ଘାତର ଅଧିକ ଶିକାର କାହିଁକି ହେଉଛନ୍ତି ଯୁବବର୍ଗ ? ଏହି ୭ ଅଭ୍ୟାସ ସାଜିଛି 'ସାଇଲେଣ୍ଟ କିଲର୍'


ଖବର ପାଇ ଗାଁକୁ ସୋର ପୋଲିସ ଆସିଥିବା ବେଳେ ବାଟ ଛାଡ଼ି ନଥିଲେ ଗ୍ରାମବାସୀ । ଓଲଟା ପୋଲିସ ଆସୁଥିବା ରାସ୍ତାରେ ବଡ଼ ବଡ଼ କାଠ ଖଣ୍ଡ ପକାଇ ଦେଇ ବାଟ ଓଗାଳି ଦେଇଥିଲେ । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା । ପରେ ପୋଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରି ଚଇତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚଇତା ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଗାଁରେ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାରେ ସୋର ପୋଲିସ ଗାଁର କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।


ଏଥିସହ ପଢ଼ନ୍ତୁ: ମହିଳା କ୍ରିକେଟରେ ପ୍ରଥମ, ଚଳିତବର୍ଷ ମହିଳା ଦିନିକିଆରେ ହଜାରେ ରନ୍ କଲେ ସ୍ମୃତି


ତେବେ ଗ୍ରାମବାସୀଙ୍କ କହିବା କଥା ହେଲା କେବଳ ଚଇତା ନୁହଁନ୍ତି ତାଙ୍କ ପତ୍ନୀ ଓ ଛୁଆ ପିଲା ଗୁଣି ଗାରେଡ଼ିରେ ସମ୍ପୃକ୍ତ । ଚଇତାଙ୍କ ପରିବାର ଗୁଣି କରୁଥିବା ବେଳେ କିଏ ପାଗେଳୀ ହୋଇ ଯାଉଛି ତ ଆଉ କିଏ ମରି ଯାଉଥିବା ଅଭିଯୋଗ କରିଛନ୍ତ ଗ୍ରାମବାସୀ । ତେବେ ଗ୍ରାମବାସୀଙ୍କ ମନରେ ଥିବା ଏଭଳି ଅନ୍ଧ ବିଶ୍ଵାସ ଦୂର ପାଇଁ ପ୍ରଶାସନ ପଦକ୍ଷେପ ନେବା ଜରୁରି ହୋଇ ପଡ଼ିଛି ।

Related Topics

Explore more stories

Sponsored
Crime In Odisha | Man Dies After Village Kangaroo Court Beating in Balasore | Argus News | Argus News