Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହିଳା କ୍ରିକେଟରେ ପ୍ରଥମ, ଚଳିତବର୍ଷ ମହିଳା ଦିନିକିଆରେ ହଜାରେ ରନ୍ କଲେ ସ୍ମୃତି

Sports

Women Cricket / ମହିଳା କ୍ରିକେଟରେ ପ୍ରଥମ, ଚଳିତବର୍ଷ ମହିଳା ଦିନିକିଆରେ ହଜାରେ ରନ୍ କଲେ ସ୍ମୃତି

Sushanta Sahoo
Browse all articles by Sushanta Sahoo
·6 months ago·2 min read
ମହିଳା କ୍ରିକେଟରେ ପ୍ରଥମ, ଚଳିତବର୍ଷ ମହିଳା ଦିନିକିଆରେ ହଜାରେ ରନ୍ କଲେ ସ୍ମୃତି

Key Points

କୌଣସି ୱିକେଟ୍ ନ ହରାଇ ପାୱାର ପ୍ଲେରେ ଭାରତ ୫୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଆଉ ସ୍ମୃତି ମନ୍ଧାନା ଏକ ବଡ଼ ରେକର୍ଡ କରିଥିଲେ । ବାମ ହାତୀ ବ୍ୟାଟର ସମ୍ମୃତି ଚଳିତବର୍ଷ ମହିଳା ଦିନିକିଆରେ ୧ ହଜାର ରନ୍ ସଂଗ୍ରହ କରିଛନ୍ତି ।

ବିଶାଖାପାଟଣା: ଭାରତୀୟ ଦଳ ICC ମହିଳା କ୍ରିକେଟ୍ ବିଶ୍ଵକପ୍-୨୦୨୫ରେ ତା'ର ଚତୁର୍ଥ ମୁକାବିଲା ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛି । ବିଶାଖାପାଟଣାରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ଭଲ ଆରମ୍ଭ କରିଛି ।


ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଓ ପ୍ରତୀକା ରାୱଲ ଧୂଆଁଧର ଓପନିଂ କରିଥିଲେ । ଉଭୟ ଖେଳାଳି ପାୱାର ପ୍ଲେରେ ଭଲ ସଟ୍ସ ମାରିଥିଲେ । କୌଣସି ୱିକେଟ୍ ନ ହରାଇ ପାୱାର ପ୍ଲେରେ ଭାରତ ୫୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଆଉ ସ୍ମୃତି ମନ୍ଧାନା ଏକ ବଡ଼ ରେକର୍ଡ କରିଥିଲେ । ବାମ ହାତୀ ବ୍ୟାଟର ସମ୍ମୃତି ଚଳିତବର୍ଷ ମହିଳା ଦିନିକିଆରେ ୧ ହଜାର ରନ୍ ସଂଗ୍ରହ କରିଛନ୍ତି ।


ଏଥିସହ ପଢ଼ନ୍ତୁ: ରାଜସ୍ଥାନ ରୟାଲ୍ସ ଛାଡ଼ିବେ ସଞ୍ଜୁ ! ଏହି ଭାରତୀୟ ଓପନର ହେବେ RR ଅଧିନାୟକ


ମହିଳା କ୍ରିକେଟରେ ପ୍ରଥମ ଖେଳାଳି ଭାବେ ଚଳିତ କ୍ୟାଲେଣ୍ଡର ବର୍ଷରେ ଦିନିକିଆରେ ସ୍ମୃତି ୧ ହଜାର ରନ୍ କରିଛନ୍ତି । ଏହା ପୂର୍ବରୁ କୌଣସି ମହିଳା ଖେଳାଳି ଏଭଳି କରି ନଥିଲେ । ସ୍ମୃତିଙ୍କ ବହୁ ପୂର୍ବରୁ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ବେଲିଣ୍ଡା କ୍ଲାର୍କ ୧୯୯୭ରେ ଦିନିକିଆରେ ୯୭୦ ରନ୍ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସ୍ମୃତି ଓ ପ୍ରତୀକା ମହିଳା ଦିନିକିଆରେ ୧୪ଥର ପାଇଁ ପାର୍ଟନରସିପ୍‌ରେ ୫୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି । ଏଥିସହ ଦୁହେଁ ପାର୍ଟନରସିପ୍‌ରେ ସବୁଠୁ ଅଧିକ ଅର୍ଦ୍ଧଶତକ ମାମଲାରେ ଦ୍ଵିତୀୟ ସ୍ଥାନକୁ ଆସିଛନ୍ତି । ପୂର୍ବରୁ ପାର୍ଟନରସିପ୍‌ରେ ୧୩ଟି ଅର୍ଦ୍ଧଶତକ ସହ ଅଞ୍ଜୁମ ଚୋପ୍ରା ଓ ମିତାଲୀ ରାଜ ଦ୍ଵିତୀୟ ସ୍ଥାନରେ ରହିଥିଲେ ।


ଏଥିସହ ପଢ଼ନ୍ତୁ: କ୍ରିକେଟରେ ବଡ଼ ଓଲଟପାଲଟ, ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଲା ନାମ୍ବିଆ


ମହିଳା ଦିନିକି କ୍ରିକେଟରେ ସ୍ମୃତି ମନ୍ଧାନା ୫ ହଜାର ରନ୍ ସଂଗ୍ରହ କରିଛନ୍ତି । ଏଭଳି କରିବାରେ ସେ ହେଉଛନ୍ତି ଦ୍ଵିତୀୟ ଭାରତୀୟ ଓ ବିଶ୍ଵରେ ପଞ୍ଚମ ଖେଳାଳି । ୧୧୨ଟି ଦିନିକିଆ ମ୍ୟାଚ୍ ଖେଳି ସ୍ମୃତି ମନ୍ଧାନା ଏହି ସଫଳତା ହାସଲ କରିଛନ୍ତି । ଏଥିସହ ସ୍ମୃତି ମହିଳା ଦିନିକିଆରେ ସବୁଠୁ କମ୍ ମ୍ୟାଚ୍ ଖେଳି କମ୍ ବଲ୍‌ରେ ୫ ହଜାର ରନ୍ ସ୍କୋର୍ କରିଛନ୍ତି ।

Related Topics

Explore more stories

Sponsored
Smriti Mandhana Scores 1000 Runs in 2025 Women’s World Cup | Argus News | Argus News