Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Barabati Ticket Black Marketing / ଚଢ଼ା ଦରରେ ବିକୁଥିଲେ ବାରବାଟୀ ଟିକେଟ୍‌, ୪ ଜଣଙ୍କୁ ବାନ୍ଧିଲା ପୋଲିସ୍‌...୨୧ ଟିକେଟ୍ ଜବତ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଚଢ଼ା ଦରରେ ବିକୁଥିଲେ ବାରବାଟୀ ଟିକେଟ୍‌, ୪ ଜଣଙ୍କୁ ବାନ୍ଧିଲା ପୋଲିସ୍‌...୨୧ ଟିକେଟ୍ ଜବତ
Ticket black marketing

Key Points

ଟିକେଟ କଳାବଜାରୀ ଗିରଫ
ଟିକେଟ ଓ ପାସ କଳାବଜାରୀ କରିବା ମାମଲାରେ ୪ ଗିରଫ
ଅଭିଯୁକ୍ତଙ୍କଠାରୁ ୨୧ଟି ପାସ ଓ ଟିକେଟ ଜବତ
ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍‌ । ଏଥିପାଇଁ ଦର୍ଶକ ମଧ୍ୟରେ ପ୍ରବଳ ଉତ୍ସାହ । ଷ୍ଟାଡିୟମକୁ ଯାଇ ପାଖରୁ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାକୁ ସମସ୍ତଙ୍କ ଇଚ୍ଛା । ଏଥିପାଇଁ ଟିକେଟ୍‌ ପାଇବା ପାଇଁ ସମସ୍ତେ କସରତ କରୁଛନ୍ତି । ଆଉ ଏହାର ସୁଯୋଗ ନେଇ ମାତିଛନ୍ତି କଳାବଜାରୀ । ଚଢ଼ା ଦରରେ ବିକ୍ରି କରୁଛନ୍ତି ଟିକେଟ୍‌ ।

ବାରବାଟୀ ଟିକେଟ୍‌ ଓ ପାସ୍‌ କଳାବଜାରୀ କରିବା ମାମଲାରେ ୪ ଜଣଙ୍କୁ ଗିରଫ କରିଛି ବିଡାନାସୀ ଓ ଦରଘା ବଜାର ଥାନା ପୋଲିସ । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା T-୨୦ ମ୍ୟାଚ୍ ପାଇଁ ଏହି ୪ ଜଣ ବ୍ୟକ୍ତି ଟିକେଟ ଓ ପାସ୍‌ କଳାବଜାରୀ କରୁଥିଲେ । ସେମାନଙ୍କ ନିକଟରୁ ୨୧ଟି ପାସ୍‌ ଓ ଟିକେଟ୍‌ ଜବତ କରିଛି ପୋଲିସ ।

ଅଧିକ ପଢ଼ନ୍ତୁ: ବାରବାଟୀରେ ଅଭ୍ୟାସ କରିବେ ଦୁଇ ଦେଶର ଖେଳାଳି, ମାଗଣାରେ ଦେଖିପାରିବେ ଦର୍ଶକ


ସୂଚନା ଅନୁସାରେ, ଚଳିତ ଥର ବାରବାଟୀ ମ୍ୟାଚ୍‌ ପାଇଁ ୨ ହଜାର ଟିକେଟ୍‌ ଅନଲାଇନ୍‌ରେ ଉପଲବ୍ଧ ହୋଇଥିବା ବେଳେ ୧୦ ହଜାର ଟିକେଟ୍‌ ଅଫଲାଇନରେ ସାଧାରଣ ଦର୍ଶକ ପାଇଁ ଉପଲବ୍ଧ ହୋଇଥିଲା । ସାଧାରଣ ଦର୍ଶକ ପାଇଁ ୧୨ ହଜାର ଟିକେଟ୍‌ ଥିବା ବେଳେ ହଜାର ହଜାର କ୍ରିକେଟ୍‌ ପ୍ରେମୀ ଟିକେଟ୍‌ ନପାଇ ନିରାଶ ହୋଇଛନ୍ତି । ଆଉ ଏହାର ସୁଯୋଗ ଉଠାଇଛନ୍ତି ଟିକେଟ୍‌ କଳାବଜାରୀ ।

ସେପଟେ ଆସନ୍ତାକାଲି ମ୍ୟାଚ୍‌ ହେବାକୁ ଥିବା ବେଳେ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ । ଭାରତୀୟ ଦଳ ଅପରାହ୍ମ ୧:୩୦ରୁ ୪:୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବ । ସେହିପରି ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫:୩୦ରୁ ରାତି ୮:୩୦ ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବ । ଭୁବନେଶ୍ବର ହୋଟେଲ ମେ'ଫେୟାରରୁ କଟକ ବାରବାଟୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରଯାଇଛି । ସେପଟେ ଅଭ୍ୟାସ ଦେଖିବା ପାଇଁ ଦର୍ଶକ ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ । ଗ୍ୟାଲେରୀ ନମ୍ବର ୬ ଓ ୭ ସାଧାରଣ ଦର୍ଶକ ପାଇଁ ଖୋଲା ରହିବ । ଆଉ ଯଦି ଭିଡ଼ ଅଧିକ ହୁଏ ତେବେ ଗ୍ୟାଲେରୀ ନମ୍ବର ୧ ଓ ୨ ଖୋଲିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ଗତକାଲି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକାକୀ ବାରବାଟୀ ଯାଇ ଅଭ୍ୟାସ କରିଛନ୍ତି । ବିନା ଦର୍ଶକରେ ସେ ଅଭ୍ୟାସ କରିଥିଲେ । ୨୦ ମିନିଟ୍‌ ଧରି ବୋଲିଂ କରିବା ସହ ୩୦ ମିନିଟ୍ ବ୍ୟାଟିଂ କରିଥିଲେ ପାଣ୍ଡ୍ୟା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 Arrested for Barabati Ticket Black Marketing; 21 Seized | Argus News