|
logo
Live
Argus News App
GET APP

Argus News - ମୁନା, କୁନା ଓ ଶତୁରା ମିଶି ରାହୁଲକୁ ମାରିଦେଲେ... ୩ ଘଣ୍ଟାରେ ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

Odisha

Crime In Odisha / ମୁନା, କୁନା ଓ ଶତୁରା ମିଶି ରାହୁଲକୁ ମାରିଦେଲେ... ୩ ଘଣ୍ଟାରେ ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ମୁନା, କୁନା ଓ ଶତୁରା ମିଶି ରାହୁଲକୁ ମାରିଦେଲେ... ୩ ଘଣ୍ଟାରେ ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ
YouTuber Rahul Killed

Key Points

ସାମାନ୍ୟ ଝଗଡ଼ାରୁ ସ୍କୁଲ୍ ପଡ଼ିଆ ଭିତରେ ଯୁବକଙ୍କୁ ହତ୍ୟା କରିଛନ୍ତି ଦାଦା ଓ ଦୁଇ ପୁତୁରା । ରାଜଧାନୀର ରସୁଲଗଡ଼ ସ୍ଥିତ ଜିଜିପି କଲୋନୀରେ ଘଟିଥିବା ହତ୍ୟାକାଣ୍ଡରେ ପୋଲିସ ଯବାନଙ୍କ ସହ ୨ ପୁତୁରାଙ୍କୁ ଗିରଫ କରିଛି ।
ଭୁବନେଶ୍ଵର: ଶନିବାର ରାତି ବଢ଼ୁଥାଏ, ସେପଟେ ପଡ଼ିଆ ଭିତରେ ସାଙ୍ଗ ସାଥୀଙ୍କ ସହ ଆସର ଜମୁଥାଏ । ପ୍ରଥମେ ସାମାନ୍ୟ ଝଗଡ଼ାରୁ ସ୍କୁଲ୍ ପଡ଼ିଆ ଭିତରେ ଯୁବକଙ୍କୁ ହତ୍ୟା କରିଛନ୍ତି ଦାଦା ଓ ଦୁଇ ପୁତୁରା । ରାଜଧାନୀର ରସୁଲଗଡ଼ ସ୍ଥିତ ଜିଜିପି କଲୋନୀରେ ଘଟିଥିବା ହତ୍ୟାକାଣ୍ଡରେ ପୋଲିସ ଯବାନଙ୍କ ସହ ୨ ପୁତୁରାଙ୍କୁ ଗିରଫ କରିଛି ।

ସମୟ ପ୍ରାୟ ରାତି ସାଢ଼େ ୯ଟା । ମଞ୍ଚେଶ୍ଵର ଥାନା ରସୁଲଗଡ଼ ଜିଜିପି କଲୋନୀ ପଡ଼ିଆରେ ଚାଲିଥିଲା ମଦର ଆସର । ଏକାଠି ବସିଥିଲେ ଦାଦା ସଂଗ୍ରାମ କେଶରୀ ବେହେରା ଓରଫ ସତୁରା ଓ ଦୁଇ ପୁତୁରା ମୁନା ଓ କୁନା । କିଛି ଦୂରରେ ବସିଥିଲେ ଆଉ ଏକ ଗୋଷ୍ଠୀ ।

ଏଥିସହ ପଢ଼ନ୍ତୁ: ୟୁଟୁବରଙ୍କୁ ଛୁରୀ ଭୁସି ହତ୍ୟା, 3 ଜଣଙ୍କୁ ଅଟକ ରଖି ପୋଲିସର ଛାନବିନ

ହଠାତ ଫୋନରେ ଅନ୍ୟ ଜଣେ ଯୁବକକୁ ଜୋରରେ ଅସଭ୍ୟ ଭାଷାରେ ଗାଳି ଗୁଲଜ ଆରମ୍ଭ କରିଥିଲେ ଅନ୍ୟ ଗୋଷ୍ଠୀର ଯୁବକ । ଏତିକିରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଛୁରୀରେ ଆକ୍ରମଣ କଲା ସମରେନ୍ଦ୍ର ଓରଫ ମୁନା । ନିଜ ସାଙ୍ଗକୁ ବଞ୍ଚାଇବାକୁ ଆସି ଆକ୍ରମଣର ଶିକାର ହେବା ସହ ଜୀବନ ହାରିଲେ ୟୁଟ୍ୟୁବର ରାହୁଲ ମହାରଣା ।

ହତ୍ୟାକାଣ୍ଡ ପରେ କ୍ରାଇମ୍ ସ୍ପଟରୁ ପ୍ରମାଣ ସଂଗ୍ରହ କରିଛି ସାଇଣ୍ଟିଫିକ ଟିମ୍ । ରକ୍ତ ଛିଟା ସହ ପଡ଼ିଥିବା ଚପଲ ଘଟଣାସ୍ଥଳରେ ସଂଘର୍ଷ ହୋଇଥିବା ସ୍ପଷ୍ଟ ଜଣାପଡୁଛି । ଅନ୍ୟପଟେ କିନ୍ତୁ ରାହୁଲଙ୍କ ମୃତ୍ୟୁକୁ ନେଇ ଏବେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ ।

ଏଥିସହ ପଢ଼ନ୍ତୁ: ଭୁଶୁଡ଼ିଲା ଲାଲଗଡ଼,୧୫ ମାଓବାଦୀ କଲେ ଆତ୍ମସମର୍ପଣ

୬ ମାସ ତଳେ ରାହୁଲ ଓ ପତ୍ନୀଙ୍କ ସହ କିଛି ଲୋକଙ୍କ ଗଣ୍ଡଗୋଳ ହୋଇଥିଲା । ତେଣୁ ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ସେପଟେ ମାତ୍ର ୩ ମାସ ତଳେ ବାହା ହୋଇଥିବା ଘରର ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ପତ୍ନୀ ଓ ପରିବାର ।

୩ ଅଭିଯୁକ୍ତଙ୍କ ଭିତରେ ଦାଦା ସଂଗ୍ରାମ କେଶରୀ ବେହେରା ଜଣେ ସେନା ଯବାନ ହୋଇଥିବା ଜଣା ପଡ଼ିଛି । ଅନ୍ୟ କାହା ସମ୍ପୃକ୍ତି ନେଇ ଏବେ ଯାଞ୍ଚ ଚଳାଇଛି ପୋଲିସ । ହତ୍ୟାକାଣ୍ଡର ମାତ୍ର ୩ ଘଣ୍ଟାରେ ପୋଲିସ ୩ ଅଭିଯୁକ୍ତଙ୍କୁ କାବୁ କରିବା ସହ ୨ଟି ବାଇକ୍, ୩ଟି ମୋବାଇଲ୍ ଓ ଛୁରି ଜବତ କରି ଛାନଭିନ୍ ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime In Odisha: ମୁନା, କୁନା ଓ ଶତୁରା ମିଶି ରାହୁଲକୁ ମାରିଦେଲେ... ୩ ଘଣ୍ଟାରେ ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ | Argus News