|
logo
Live
Argus News App
GET APP

Argus News - ପୀତବାସଙ୍କୁ ହତ୍ୟା ଘଟଣାରେ ମୁଖମନ୍ତ୍ରୀଙ୍କ ଶୋକ; କହିଲେ 'ନିଆଯିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ'

Odisha

BJP Leader Shot Dead / ପୀତବାସଙ୍କୁ ହତ୍ୟା ଘଟଣାରେ ମୁଖମନ୍ତ୍ରୀଙ୍କ ଶୋକ; କହିଲେ 'ନିଆଯିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ'

Sushanta Sahoo
Browse all articles by Sushanta Sahoo
·5 months ago·2 min read
ପୀତବାସଙ୍କୁ ହତ୍ୟା ଘଟଣାରେ ମୁଖମନ୍ତ୍ରୀଙ୍କ ଶୋକ; କହିଲେ 'ନିଆଯିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ'

Key Points

ସୋମବାର କୁମାର ପୂର୍ଣ୍ଣିମା ରାତିରେ ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ଗୁଳି କରିଥିଲେ ବାଇକ୍ ଆରୋହୀ ଦୁର୍ବୃତ୍ତ । ଏହି ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଭୁବନେଶ୍ଵର: ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସିଏମ୍ ମୋହନ ଚରଣ ମାଝୀ କହିଛନ୍ତି, "ଖୁବଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


ସୋମବାର କୁମାର ପୂର୍ଣ୍ଣିମା ରାତିରେ ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ଗୁଳି କରିଥିଲେ ବାଇକ୍ ଆରୋହୀ ଦୁର୍ବୃତ୍ତ । ଏହି ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।


ପୀତବାସଙ୍କ ହତ୍ୟାର ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।


ଏଥିସହ ପଢ଼ନ୍ତୁ: ଘରଠୁ ୧୦୦ ମିଟର ଦୂରରେ ଅତି ନିକଟରୁ ବିଜେପି ନେତା ପୀତବାସଙ୍କ ଛାତିକୁ ଗୁଳି, ପୋଲିସର ଛାନଭିନ୍


ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତିରେ ମଧ୍ଯ ବରଦାସ୍ତ କରାଯିବ ନାହିଁ ।" ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୋମବାର ରାତି ପ୍ରାୟ ୧୦ଟା ସମୟରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକରେ ଆସି ଦୁର୍ବୃତ୍ତ ଅତି ପାଖରୁ ଗୁଳି କରିଥିଲେ । ସ୍ଥାନୀୟ ଲୋକେ ପୀତବାସଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।


ଏଥିସହ ପଢ଼ନ୍ତୁ: କୋହଳ ହେଲା କଟକରେ କର୍ଫ୍ୟୁ କଟକଣା, ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ


ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ପୀତବାସଙ୍କୁ ଅତି ନିକଟ ଅର୍ଥାତ୍ ପଏଣ୍ଟ ବ୍ଲାଙ୍କରୁ ଗୁଳି କରାଯାଇଛି । ଯାହାକି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ଇଙ୍ଗିତ କରୁଛି । ଡାକ୍ତରଙ୍କ ଅନୁସାରେ, ପୀତବାସଙ୍କ ଡାହାଣ ପଟ ଛାଚିରେ ଗୋଟିଏ ଗୁଳି ବାଜିଥିଲା । ଗୁଳିଟି ଅତି ନିକଟରୁ ମରା ଯାଇଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିବା MKCG ମେଡିକାଲ୍‌ର FMT ମୁଖ୍ୟ ପ୍ରଫେରସର ଡାକ୍ତର ସୁଦୀପା ଦାଶ ସୂଚନା ଦେଇଛନ୍ତି ।



ଗୁଳିମାଡ଼ ପରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ସହ ବ୍ରହ୍ମପୁର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବ୍ରହ୍ମପୁର ଏସ୍‌ପି ଦାୟିତ୍ଵରେ ଥିବା ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ର କହିଛନ୍ତି, "ଆମକୁ କିଛି ପ୍ରମାଣ ମିଳିଛି । ମିଳିଥିବା CCTV ଫୁଟେଜ୍ ଆଧାରରେ ପୋଲିସ ବିଭିନ୍ନ ଦିଗରେ ତଦନ୍ତ କରୁଛି ।"

Sponsored
BJP Leader Shot Dead: ପୀତବାସଙ୍କୁ ହତ୍ୟା ଘଟଣାରେ ମୁଖମନ୍ତ୍ରୀଙ୍କ ଶୋକ; କହିଲେ 'ନିଆଯିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ' | Argus News