|
logo
Live
Argus News App
GET APP

Argus News - କଟକରେ ଇଣ୍ଟରନେଟ୍ ସେବା ବନ୍ଦ, ୨୪ ଘଣ୍ଟା ପାଇଁ ଚାଲିବନି ସୋସିଆଲ ମିଡିଆ

Odisha

Internet Ban in Cuttack / କଟକରେ ଇଣ୍ଟରନେଟ୍ ସେବା ବନ୍ଦ, ୨୪ ଘଣ୍ଟା ପାଇଁ ଚାଲିବନି ସୋସିଆଲ ମିଡିଆ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
କଟକରେ ଇଣ୍ଟରନେଟ୍ ସେବା ବନ୍ଦ, ୨୪ ଘଣ୍ଟା ପାଇଁ ଚାଲିବନି ସୋସିଆଲ ମିଡିଆ

Key Points

କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା। ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା। ହ୍ବାଟ୍‌ସ ଆପ୍, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ସ୍ନାପ୍‌ଚାଟ୍ ଆଦି ୨୪ ଘଣ୍ଟା ପାଇଁ ବନ୍ଦ।

କଟକରେ ସୋସିଆଲ ମିଡିଆ ଉପରେ ଲାଗିଲା କଟକଣା । କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣା ପରେ ପ୍ରଶାସନ ଏଭଳି କଟକଣା ଲଗାଇଛି । ୨୪ ଘଣ୍ଟା ପାଇଁ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଆଜି ସନ୍ଧ୍ୟା ୭ଟାରୁ ଆସନ୍ତାକାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ହ୍ବାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ, ସ୍ନାପଚାଟ୍ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଆସନ୍ତା ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି । CMC, CDA ଓ ବୟାଳିଶ ମୌଜା ଅଞ୍ଚଳ ପାଇଁ ଏହି କଟକଣା ଲାଗୁ ହୋଇଛି ।

ଅଧିକ ପଢ଼ନ୍ତୁ: କେଉଁ ଦିନ ପାଳନ କରିବେ କୁମାର ପୂର୍ଣ୍ଣିମା, ୬ ନା ୭ ତାରିଖ ସେନେଇ ଦେଖାଦେଇଛି ଦ୍ବନ୍ଦ୍ବ

ସେପଟେ କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାକୁ ନେଇ ବଢୁଛି ଅସନ୍ତୋଷ । ଦଶହରା ଭସାଣିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି । ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକ ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ । ଭସାଣ ଉତ୍ସବରେ ବିଧର୍ମୀମାନେ ଯେଉଁଭଳି ମା' ଦୁର୍ଗାଙ୍କ ପ୍ରତିମା ଓ ଶୋଭାଯାତ୍ରାକାରୀଙ୍କ ଉପରେ ଢେଲା ମାଡ଼ ଓ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରାଗଲା ତାକୁ ନିନ୍ଦା କରିଛି ପରିଷଦ । ଆସନ୍ତାକାଲି ବନ୍ଦକୁ ସଫଳ କରିବା ପାଇଁ ଆଜି ଭିଏଚପି ପକ୍ଷରୁ ପୋତା ପୋଖରୀରୁ ଏକ ବାଇକ ରାଲି ବାହାରି ସହର ପରିକ୍ରମା କରିଥିଲା ।

ସେପଟେ କଟକ ସହରରେ ପୁଣିଥରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ପକ୍ଷରୁ ହାତୀ ପୋଖରୀ ଓ ଆଖପାଖ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଦରଘା ବଜାରରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ହାତିପୋଖରୀ ହୋଇ ସେମିନାରୀ ଛକ ଯାଇଥିଲା । ସେଠାରୁ ନିମସାହି, କାଠଗଡା ସାହି ହୋଇ ପୁଣି ଦରଘାବଜାରରେ ପହଂଚିଥିଲା । କୌଣସି ଗୁଜବରେ ବିଶ୍ବାସ ନକରି, ସମସ୍ୟା ହେଲେ ପୋଲିସ୍ ସହାୟତା ନେବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଡିସିପି ହେଡ୍ କ୍ବାଟର ପ୍ରକାଶ ପାଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଅନୁସାରେ ଗତ ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ କଟକ ହାତୀପୋଖରୀ ଛକରେ ଦୁର୍ଗା ଭସାଣବେଳେ ରାଜରାସ୍ତା ପାଲଟିଥିଲା ରଣକ୍ଷେତ୍ର । ମା'ଙ୍କ ଭସାଣ ପାଇଁ ଧାଡ଼ି କରି ଯାଉଥିଲାବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଯୁବକଙ୍କ ସହ ଝାଞ୍ଜିରୀମଙ୍ଗଳା କମିଟି ଯୁବକଙ୍କର ହୋଇଥିଲା ଗଣ୍ଡଗୋଳ । ପ୍ରଥମେ ପାଟିତୁଣ୍ଡ, ହାତାହାତି । ତା ପରେ ନେଲା ଗୋଷ୍ଠୀ ସଂଘର୍ଷର ରୂପ । ଏଥିରେ ଉଭୟ ପକ୍ଷରୁ ୪ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି ।

Related Topics

Explore more stories

Sponsored
Internet Ban in Cuttack: କଟକରେ ଇଣ୍ଟରନେଟ୍ ସେବା ବନ୍ଦ, ୨୪ ଘଣ୍ଟା ପାଇଁ ଚାଲିବନି ସୋସିଆଲ ମିଡିଆ | Argus News