Cyclone Montha / ଫସଲ କ୍ଷୟକ୍ଷତି ରିପୋର୍ଟ ଆସିବାର ୭ ଦିନରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ: ଉପମୁଖ୍ୟମନ୍ତ୍ରୀ
·8 months ago·2 min read

Key Points
ବାତ୍ୟା 'ମେନ୍ଥା' କ୍ଷୟକ୍ଷତିର ୪୮ ଘଣ୍ଟା ଭିତରେ ପୁନରୁଦ୍ଧାର ସମ୍ପୂର୍ଣ୍ଣ ଭାବେ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶକ୍ତି ବିଭାଗ ପକ୍ଷରୁ ସମସ୍ତ ଯନ୍ତ୍ରପାତି ପ୍ରଭାବିତ ହେବାକୁ ଥିବା ୯ ଜିଲ୍ଲାରେ ରଖାଯାଇଛି । ତାର, ଟ୍ରାନ୍ସଫର୍ମର, ବିଦ୍ୟୁତ୍ ଖୁଣ୍ଟ ଯଥେଷ୍ଟ ପରିମାଣରେ ଷ୍ଟକ୍ ଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।
ଭୁବନେଶ୍ଵର/ନୂଆପଡ଼ା: ବାତ୍ୟା 'ମେନ୍ଥା' ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ । ଯାହାକୁ ନେଇ ରାଜ୍ୟ ସରକାର ସଜାଗ ରହିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ବାତ୍ୟା ସମୟରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥାଏ । ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥାଏ । ଏସବୁକୁ ସଜାଡ଼ିବା ଲାଗି ବାତ୍ୟା ପ୍ରଭାବିତ ସମସ୍ତ ଜିଲ୍ଲାରେ ପର୍ଯ୍ୟାପ୍ତ ଯନ୍ତ୍ରପାତି ମହଜୁଦ୍ ରଖିଛୁ ।"
ସେ ଆହୁରି କହିଛନ୍ତି, "ବାତ୍ୟା 'ମେନ୍ଥା' କ୍ଷୟକ୍ଷତିର ୪୮ ଘଣ୍ଟା ଭିତରେ ପୁନରୁଦ୍ଧାର ସମ୍ପୂର୍ଣ୍ଣ ଭାବେ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶକ୍ତି ବିଭାଗ ପକ୍ଷରୁ ସମସ୍ତ ଯନ୍ତ୍ରପାତି ପ୍ରଭାବିତ ହେବାକୁ ଥିବା ୯ ଜିଲ୍ଲାରେ ରଖାଯାଇଛି । ତାର, ଟ୍ରାନ୍ସଫର୍ମର, ବିଦ୍ୟୁତ୍ ଖୁଣ୍ଟ ଯଥେଷ୍ଟ ପରିମାଣରେ ଷ୍ଟକ୍ ରଖିଛୁ ।"
ଏଥିସହ ପଢ଼ନ୍ତୁ: ୨୦୨୫ର ଶକ୍ତିଶାଳୀ ବାତ୍ୟା 'ମେଲିସା', ଘଣ୍ଟାକୁ ୨୮୨ କିଲୋମିଟର ବେଗରେ ପବନ
କୃଷି ମନ୍ତ୍ରୀ ଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, "ମୁଖ୍ୟ ଆହ୍ଵାନ ହେଉଛି ବାତ୍ୟାରୁ ଧାନ ଫସଲକୁ ରକ୍ଷା କରିବା । ଧାନ ଏବେ ପାକଳ ହୋଇ କ୍ଷେତରେ ଛିଡ଼ା ହୋଇଛି । ଅଧିକ ପବନ ହେଲେ ଧାନ ଜମିରେ ପଡ଼ି ଗଜା ହେବାର ଆଶଙ୍କା ରହିଛି । ତେଣୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ତୁରନ୍ତ କ୍ଷୟକ୍ଷତି କରି ରିପୋର୍ଟ ଦେବେ । ରିପୋର୍ଟର ୭ ଦିନ ଭିତରେ ଚାଷୀଙ୍କୁ କ୍ଷତିପୂରଣ ଆକାଉଣ୍ଟରେ ଦିଆଯିବ । ଦାନା ସମୟରେ ମଧ୍ୟ ସମାନ ଢଙ୍ଗରେ କ୍ଷତିପୂରଣ ପାଇଥିଲେ ଚାଷୀ ।"
ଭୀଷଣ ବାତ୍ୟା 'ମୋନ୍ଥା' ଏବେ ଆନ୍ଧ୍ରର ମଛଲିପାଟନମରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୬୦ କିଲୋମିଟର, କାକିନାଡ଼ା ଠାରୁ ୨୪୦ କିଲୋମିଟର, ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୫୩୦ କିଲୋମିଟର ଦୂରରେ ରହିଛି ।
'ମୋନ୍ଥା' କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ । ଆଜି ସନ୍ଧ୍ୟା କିମ୍ବା ରାତିରେ ମଛଲିପାଟନମରୁ କଳିଙ୍ଗପାଟନମ ମଧ୍ୟରେ କାକିନାଡ଼ା ପାଖାପାଖି ଭୀଷଣ ବାତ୍ୟା 'ମୋନ୍ଥା' ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ବାତ୍ୟା ପାଇଁ କୋଣାର୍କ ଏକ୍ସପ୍ରେସ୍ ସହ ୪୨ ଟ୍ରେନ୍ ବାତିଲ୍, ପ୍ରଭାବିତ ଷ୍ଟେସନର ହେଲ୍ପଲାଇନ୍ ନମ୍ବର ଜାରି
ଭୀଷଣ ବାତ୍ୟା 'ମୋନ୍ଥା' ଲ୍ୟାଣ୍ଡଫଲ୍ କରିବା ବେଳେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ପୂର୍ବାନୁମାନ କରାଯାଇଛି । ସେହି ସମୟରେ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।
ମଙ୍ଗଳବାର ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିଭଳି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଖୋର୍ଦ୍ଧା, ପୁରୀ ଓ ବରଗଡ଼ ଜିଲ୍ଲାକୁ ରହିଛି ଅରେଞ୍ଜ ୱାର୍ଣ୍ଣିଂ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories