Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyclone Update / ଘଣ୍ଟାକୁ ୧୨କିମି ବେଗରେ ମାଡ଼ିଆସୁଛି "ମୋନ୍ଥା"

Ritu Das
Browse all articles by Ritu Das
·8 months ago·2 min read
ଘଣ୍ଟାକୁ ୧୨କିମି ବେଗରେ ମାଡ଼ିଆସୁଛି "ମୋନ୍ଥା"

Key Points

ସାମୁଦ୍ରିକ ଝଡ଼ 'ମୋନ୍ଥା' ଭୀଷଣ ବାତ୍ୟାରେ ପରିଣତ ହୋଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା 'ମୋନ୍ଥା' ଏବେ ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆନ୍ଧ୍ର ଉପକୂଳ ଆଡ଼କୁ ମାଡ଼ି ଆସୁଛି। 
ସାମୁଦ୍ରିକ ଝଡ଼ 'ମୋନ୍ଥା' ଭୀଷଣ ବାତ୍ୟାରେ ପରିଣତ ହୋଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା 'ମୋନ୍ଥା' ଏବେ ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆନ୍ଧ୍ର ଉପକୂଳ ଆଡ଼କୁ ମାଡ଼ି ଆସୁଛି।  'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି ହୋଇଛି ।





ଭୀଷଣ ବାତ୍ୟା 'ମୋନ୍ଥା' ଏବେ ଆନ୍ଧ୍ରର ମଛଲିପାଟନମରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୬୦ କିଲୋମିଟର, କାକିନାଡ଼ା ଠାରୁ ୨୪୦ କିଲୋମିଟର, ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୫୩୦ କିଲୋମିଟର ଦୂରରେ ରହିଛି।



'ମୋନ୍ଥା' କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ । ଆଜି ସନ୍ଧ୍ୟା କିମ୍ବା ରାତିରେ ମଛଲିପାଟନମରୁ କଳିଙ୍ଗପାଟନମ ମଧ୍ୟରେ କାକିନାଡ଼ା ପାଖାପାଖି ଭୀଷଣ ବାତ୍ୟା 'ମୋନ୍ଥା' ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି।
ଭୀଷଣ ବାତ୍ୟା 'ମୋନ୍ଥା' ଲ୍ୟାଣ୍ଡଫଲ୍ କରିବା ବେଳେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ପୂର୍ବାନୁମାନ କରାଯାଇଛି । ସେହି ସମୟରେ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ଏହାସହ ପଢ଼ନ୍ତୁ: ବାତ୍ୟା ପାଇଁ କୋଣାର୍କ ଏକ୍ସପ୍ରେସ୍ ସହ ୪୨ ଟ୍ରେନ୍ ବାତିଲ୍‍, ପ୍ରଭାବିତ ଷ୍ଟେସନର ହେଲ୍ପଲାଇନ୍ ନମ୍ବର ଜାରି


ମଙ୍ଗଳବାର ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିଭଳି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଖୋର୍ଦ୍ଧା, ପୁରୀ ଓ ବରଗଡ଼ ଜିଲ୍ଲାକୁ ରହିଛି ଅରେଞ୍ଜ ୱାର୍ଣ୍ଣିଂ ।

ଏହାସହ ପଢ଼ନ୍ତୁ: ବାତ୍ୟା "ମୋନ୍ଥା" ପ୍ରଭାବରେ ଲଗାଣ ବର୍ଷା; ପ୍ରବଳ ବର୍ଷାରେ ଫୁଲୁଛି ଜଳସ୍ତର, ଖୋଲିଲା ଜଳଭଣ୍ଡାର ଗେଟ୍…

ଆସନ୍ତାକାଲି ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ଆଲର୍ଟ ରହିଛି । ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ସମ୍ବଲପୁର, ସୋନପୁର ଓ ବରଗଡ଼ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ।
ବାତ୍ୟା 'ମୋନ୍ଥା' ପାଇଁ ସମୁଦ୍ର ଅଶାନ୍ତ ରହିଛି । ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଅନ୍ୟ ସବୁ ବନ୍ଦରରେ ଦୁଇ ନମ୍ବର ବିପଦ ସଙ୍କେତ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Montha Approaching at 12 kmph Speed | Odisha on Alert | Argus News