Diwali / ମାନିଲେନି ପୋଲିସ୍ର ଗାଇଡଲାଇନ୍, ରାତି ୯ଟା ପରେ ବି ଫୁଟାଇଲେ ବାଣ
·8 months ago·2 min read

Key Points
ମାନିଲେନି ପୋଲିସ୍ର ଗାଇଡ୍ଲାଇନ୍ । ରାତି ୯ଟା ପରେ ଫୁଟାଇଲେ ବାଣ । ପୂର୍ବରୁ ୭ରୁ ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଆସିଥିଲା ଗାଇଡ୍ଲାଇନ୍ ।
ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ତେବେ ଦୀପାବଳିରେ କେତେବେଳେ ଫୁଟାଇବେ ବାଣ ସେନେଇ ପୂର୍ବରୁ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା । ଭୁବନେଶ୍ବର ଓ କଟକରେ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ପୋଲିସ୍ ଧାର୍ଯ୍ୟ କରିଥିଲା ।
ଆଉ ଯଦି କେହି ଅମାନିଆ ରାତି ୯ଟା ପରେ ବାଣ ଫୁଟାଇବେ ତେବେ ସେମାନଙ୍କୁ ପୋଲିସ୍ ବାନ୍ଧିବ । ଏହା ସହ ଗ୍ରୀନ୍ କ୍ରାକର ବ୍ୟତୀତ ଉଚ୍ଚ ଶବ୍ଦକାରୀ ବାଣ ଫୁଟାଇଲେ ବନ୍ଧା ହେବେ । ସେହିପରି ଦୀପାବଳି ବାହାନାରେ ମଦ୍ୟପାନ କରି ରାସ୍ତାରେ ବୁଲିଲେ ଗାଡ଼ି ଜବତ କରାଯିବା ସହ ଚାଳକଙ୍କୁ ଗିରଫ କରାଯିବ । ସମସ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂ ଟିମ୍ ପ୍ରସ୍ତୁତ ରହିବା ପାଇଁ ଭୁବନେଶ୍ବର ଡିସିପି ଜଗମୋହନ ମୀନା ନିର୍ଦ୍ଦେଶ ଦେଇଥିଲେ । ସେହିପରି କଟକରେ ମଧ୍ୟ ରାତି ୯ଟା ପରେ ବାଣ ଫୁଟିବନି ବୋଲି ପୋଲିସ୍ ପକ୍ଷରୁ ଗାଇଡଲାଇନ୍ ଆସିଥିଲା ।
କିନ୍ତୁ ଟ୍ବିନ୍ ସିଟି ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳିଥିଲା । ପୋଲିସ୍ର ନିୟମ ନମାନି କିଛି ଅମାନିଆ ରାତି ୯ଟାରେ ବାଣ ଫୁଟାଉ ଥିବାର ଦେଖିବାକୁ ମିଳିଥିଲା । ସେ କଟକ ହେଉ କି ଭୁବନେଶ୍ବର କିଛି ଅମାନିଆ ରାତି ୯ଟା ପରେ ମଧ୍ୟ ବାଣ ଫୁଟାଉଥିଲେ ।
ଲୋକେ ଘରେ ରହି ଆନନ୍ଦରେ ଦୀପାବଳି ପାଳନ କରୁଛନ୍ତି । ଆଉ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ସବୁଠି ସଜାଗ ରହିଛି । ଥାନାରୁ ନେଇ ଟ୍ରାଫିକ୍ ପୋଷ୍ଟ ଆଉ ଗୁରୁତ୍ଵପୂର୍ଣ୍ଣ ଛକ ଓ ବଜାର ସବୁଠି ଦୀପାବଳିରେ ବି ଦାୟିତ୍ଵ ତୁଲାଉଛନ୍ତି ପୋଲିସରେ କାର୍ଯ୍ୟରତ କର୍ମଚାରୀ ।
କେବଳ ପୁରୁଷ ପୋଲିସ ନୁହଁନ୍ତି ମହିଳା ପୋଲିସ କର୍ମଚାରୀ ମଧ୍ୟ ଦୀପାବଳି ରାତିରେ ଡ୍ୟୁଟି କରୁଛନ୍ତି । ବିଭିନ୍ନ ଛକରେ ଟ୍ରାଫିକ୍ ପୋଲିସ ଡ୍ୟୁଟି କରୁଥିବା ବେଳେ ସେମାନଙ୍କ ସହ ଦୀପାବଳି ପାଳିଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂହ ଓ ଡିସିପି ଜଗମୋହନ ମୀନ ।
ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଡ୍ୟୁଟି କରୁଥିବା ଟ୍ରାଫିକ କର୍ମଚାରୀଙ୍କୁ ଭେଟି ମିଠା ଦେଇ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ କମିଶନର । ଭୁବନେଶ୍ୱର ଡିସିପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଟ୍ରାଫିକ୍ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇ ମିଠା ବାଣ୍ଟିଛନ୍ତି । ଏହା ପଛର ଉଦ୍ଦେଶ୍ୟ କର୍ମଚାରୀଙ୍କ ମନୋବଳ ବଢ଼ାଇବା ବୋଲି କହିଛନ୍ତି ପୋଲିସ କମିଶନର ।

ଅଧିକ ପଢ଼ନ୍ତୁ: ଟ୍ରାଫିକ୍ ପୋଷ୍ଟକୁ ଯାଇ କାର୍ଯ୍ୟରତ କର୍ମଚାରୀଙ୍କୁ ମିଠା ବାଣ୍ଟିଲେ ପୋଲିସ କମିଶନର, ବଢ଼ାଇଲେ ମନୋବଳ
ଲୋକେ ଘରେ ରହି ଆନନ୍ଦରେ ଦୀପାବଳି ପାଳନ କରୁଛନ୍ତି । ଆଉ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ସବୁଠି ସଜାଗ ରହିଛି । ଥାନାରୁ ନେଇ ଟ୍ରାଫିକ୍ ପୋଷ୍ଟ ଆଉ ଗୁରୁତ୍ଵପୂର୍ଣ୍ଣ ଛକ ଓ ବଜାର ସବୁଠି ଦୀପାବଳିରେ ବି ଦାୟିତ୍ଵ ତୁଲାଉଛନ୍ତି ପୋଲିସରେ କାର୍ଯ୍ୟରତ କର୍ମଚାରୀ ।
କେବଳ ପୁରୁଷ ପୋଲିସ ନୁହଁନ୍ତି ମହିଳା ପୋଲିସ କର୍ମଚାରୀ ମଧ୍ୟ ଦୀପାବଳି ରାତିରେ ଡ୍ୟୁଟି କରୁଛନ୍ତି । ବିଭିନ୍ନ ଛକରେ ଟ୍ରାଫିକ୍ ପୋଲିସ ଡ୍ୟୁଟି କରୁଥିବା ବେଳେ ସେମାନଙ୍କ ସହ ଦୀପାବଳି ପାଳିଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂହ ଓ ଡିସିପି ଜଗମୋହନ ମୀନ ।
ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଡ୍ୟୁଟି କରୁଥିବା ଟ୍ରାଫିକ କର୍ମଚାରୀଙ୍କୁ ଭେଟି ମିଠା ଦେଇ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ କମିଶନର । ଭୁବନେଶ୍ୱର ଡିସିପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଟ୍ରାଫିକ୍ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇ ମିଠା ବାଣ୍ଟିଛନ୍ତି । ଏହା ପଛର ଉଦ୍ଦେଶ୍ୟ କର୍ମଚାରୀଙ୍କ ମନୋବଳ ବଢ଼ାଇବା ବୋଲି କହିଛନ୍ତି ପୋଲିସ କମିଶନର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories