Durga Puja / ଧରାବରଣ କରିଛନ୍ତି ମା' ଦୁର୍ଗା, ଆଜି ପୀଠରେ ମହାନବମୀ ଓ ମଣ୍ଡପରେ ମା'ଙ୍କ ମହାଷ୍ଟମୀ ପୂଜା

Key Points
ଧରାବରଣ କରିଛନ୍ତି ମାଆ ଦୁର୍ଗା । ପୀଠରେ ଆଜି ମହାନବମୀ ପୂଜା । ମଣ୍ଡପରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି ।
ଧରାବରଣ କରିଛନ୍ତି ମାଆ ଦୁର୍ଗା । ରାଜଧାନୀ ସମେତ ପୂରା ରାଜ୍ୟରେ ପୂଜା ବଜାରର ମାହୋଲ । ପୀଠରେ ଆଜି ମହାନବମୀ ପୂଜା ହୋଇଥିବା ବେଳେ ମଣ୍ଡପରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଦେବୀ ଜଗତଜନନୀଙ୍କୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ପେଣ୍ଡାଲରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ତେବେ ଚଳିତ ବର୍ଷ ରାଜଧାନୀର ୧୮୮ଟି ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ୍ ଆଲୋକ ମାଳାରେ ଝଲସୁଛି ପୂରା ଭୁବନେଶ୍ବର । ଦେବୀଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଆଲୋକ ତୋରଣ ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି ଓ ଆହୁରି କେତେ କ'ଣ ରହିଛି ଦର୍ଶକଙ୍କ ପାଇଁ । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଛନ୍ତି । ଏହାସହ ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ ହୋଇଛି ।
ଅଧିକ ପଢ଼ନ୍ତୁ: ପୂଜା ସମୟରେ ରାଜଧାନୀରେ ଟ୍ରାଫିକ ଚିନ୍ତା, ଭିଡ଼ରେ ଫସୁଛନ୍ତି ଶ୍ରଦ୍ଧାଳୁ
ପୂଜା ସମୟରେ ରାଜଧାନୀରେ ଟ୍ରାଫିକ ଚିନ୍ତା ବେଶ୍ ବଢ଼ିଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୂଜା କମିଟି ମାନଙ୍କ ପକ୍ଷରୁ ବଡ଼ ପ୍ରସ୍ତୁତି କରାଯାଇଛି । ପୂଜା ସମୟରେ ଯାତାୟାତ ପାଇଁ ପୋଲିସର ରୁଟ୍ ଚାଟ୍ ସହ ଭକ୍ତଙ୍କ ଗାଡ଼ି ପାର୍କିଂକୁ ଗୁରୁତ୍ଵ ଦେଇଛି । ଯଦି ଦେଖିବା ଭୁବନେଶ୍ବର ଝାରପଡ଼ାରେ ଦୁଇଟି ପୂଜା କମିଟି ପାଖରୁ ଆୟୋଜିତ ହୋଇଛି ଦୁର୍ଗାପୂଜା । ଝାରପଡ଼ା ପୂଜା ମଣ୍ଡପକୁ ରହିଛି ୫ଟି କନେକ୍ଟଭିଟି ରାସ୍ତା । ଜେଲରୋଡ୍, ପାଳଶୁଣିରୁ ପୁଜା ମଣ୍ଡପ ଏବଂ ପୂଜା ମଣ୍ଡପକୁ ସଂଯୋଗ କରୁଥିବା ୨ଟି କେନାଲ ରୋଡ୍, ଲକ୍ଷ୍ମୀସାଗର ରୋଡ୍ ।
📱 Get Argus News App
✨
ଏହି ସମସ୍ତ ରାସ୍ତାରେ ଆସିଲେ ପୂଜା ମଣ୍ଡପ ପୂର୍ବରୁ କରାଯାଇଛି ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା । ବାଇକ୍, କାର ଏବଂ VIP ଓ VVIP ମାନଙ୍କ ଗାଡ଼ି ପାର୍କିଂ ପାଇଁ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା । ସେହିପରି ରସୁଲଗଡ଼ ପୂଜା ମଣ୍ଡପକୁ ୪ଟି ସଂଯୋଗ ପଥ ରହିଛି । ବାଣୀବିହାରରୁ ରସୁଲଗଡ଼, ପଳାଶୁଣିରୁ ରସୁଲଗଡ଼, ମଞ୍ଚେଶ୍ୱରରୁ ରସୁଲଗଡ଼, ଲକ୍ଷ୍ମୀସାଗରରୁ ରସୁଲଗଡ଼ । ସମସ୍ତ ପାର୍ଶ୍ଵରୁ ଆସୁଥିବା ଗାଡ଼ି ଗୁଡ଼ିକୁ ରାସ୍ତାର ଏକ ପାଖରେ ସାଇଟ୍ କରି ପାର୍କିଂ କରାଯାଉଛି ।
ସେହିପରି ନୟାପଲ୍ଲୀ ପୂଜା ମଣ୍ଡପକୁ ୫ଟି ଲାଇନରେ ଆସୁଥିବା ଗାଡି ମୋଟର ଗୁଡ଼ିକୁ ନୟାପଲ୍ଲୀ ରାବଣ ପୋଡ଼ି ଗ୍ରାଉଣ୍ଡରେ ପାର୍କିଂ କରାଯାଉଛି । ବରମୁଣ୍ଡା ଦୁର୍ଗାପୂଜାକୁ ଆସୁଥିବା ଭକ୍ତମାନେ ବରମୁଣ୍ଡା ପଡିଆରେ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି ସହିଦ ନଗରକୁ ଆସୁଥିବା ସମସ୍ତ ଗାଡିକୁ ରାସ୍ତାର ଉଭୟ ପାର୍ଶ୍ଵରେ ପାର୍କିଂ କରାଯିବା ସହ ମଣ୍ଡପ ପଛରେ ଥିବା BMC ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।
ସେପଟେ ଚଳିତ ଥର ଭବନେଶ୍ବରରେ ୧୯୩ ଟି ପୂଜା ମଣ୍ଡପରେ ଭିଡ଼ ନିୟନ୍ତ୍ରଣ କରିବେ ୬୧ ପ୍ଲାଟୁନ ଫୋର୍ସ । ଡ୍ରୋନ୍ ଦ୍ବାରା ସହରର ଭିଡ଼ ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହେବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି ।
Related Topics
Explore more stories