Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୂଜା ସମୟରେ ରାଜଧାନୀରେ ଟ୍ରାଫିକ ଚିନ୍ତା, ଭିଡ଼ରେ ଫସୁଛନ୍ତି ଶ୍ରଦ୍ଧାଳୁ

Odisha

Durga Puja / ପୂଜା ସମୟରେ ରାଜଧାନୀରେ ଟ୍ରାଫିକ ଚିନ୍ତା, ଭିଡ଼ରେ ଫସୁଛନ୍ତି ଶ୍ରଦ୍ଧାଳୁ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ପୂଜା ସମୟରେ ରାଜଧାନୀରେ ଟ୍ରାଫିକ ଚିନ୍ତା, ଭିଡ଼ରେ ଫସୁଛନ୍ତି ଶ୍ରଦ୍ଧାଳୁ

Key Points

ପୂଜା ସମୟରେ ରାଜଧାନୀରେ ଟ୍ରାଫିକ ଚିନ୍ତା । ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୂଜା କମିଟି ମାନଙ୍କର ବଡ ପ୍ରସ୍ତୁତି । ପୂଜା ସମୟରେ ଯାତାୟାତ ପାଇଁ ପୁଲିସର ରୁଟ୍ ଚାଟ୍ ।

ଆରମ୍ଭ ହୋଇଯାଇଛି ଦଶହରା ପର୍ବ । ଦିନ ବଢିବା ସହ ବଢୁଛି ଲୋକଙ୍କ ଭିଡ଼ । ତେବେ ପାର୍ବଣ ସମୟରେ ଭିଡ଼ ନିୟନ୍ତ୍ରଣ ପୋଲିସ୍ ପାଇଁ କାଠିକର ପାଠ ହୋଇପଡ଼ିଛି । ବିଶେଷ କରି ପୂଜା ସମୟରେ ରାଜଧାନୀରେ ଟ୍ରାଫିକ ଚିନ୍ତା ବେଶ୍ ବଢ଼ିଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୂଜା କମିଟି ମାନଙ୍କ ପକ୍ଷରୁ ବଡ଼ ପ୍ରସ୍ତୁତି କରାଯାଇଛି । ପୂଜା ସମୟରେ ଯାତାୟାତ ପାଇଁ ପୋଲିସର ରୁଟ୍ ଚାଟ୍ ସହ ଭକ୍ତଙ୍କ ଗାଡ଼ି ପାର୍କିଂକୁ ଗୁରୁତ୍ଵ ଦେଇଛି ।


ଯଦି ଦେଖିବା ଭୁବନେଶ୍ବର ଝାରପଡ଼ାରେ ଦୁଇଟି ପୂଜା କମିଟି ପାଖରୁ ଆୟୋଜିତ ହୋଇଛି ଦୁର୍ଗାପୂଜା । ଝାରପଡ଼ା ପୂଜା ମଣ୍ଡପକୁ ରହିଛି ୫ଟି କନେକ୍ଟଭିଟି ରାସ୍ତା । ଜେଲରୋଡ୍, ପାଳଶୁଣିରୁ ପୁଜା ମଣ୍ଡପ ଏବଂ ପୂଜା ମଣ୍ଡପକୁ ସଂଯୋଗ କରୁଥିବା ୨ଟି କେନାଲ ରୋଡ୍, ଲକ୍ଷ୍ମୀସାଗର ରୋଡ୍ । ଏହି ସମସ୍ତ ରାସ୍ତାରେ ଆସିଲେ ପୂଜା ମଣ୍ଡପ ପୂର୍ବରୁ କରାଯାଇଛି ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା । ବାଇକ୍, କାର ଏବଂ VIP ଓ VVIP ମାନଙ୍କ ଗାଡ଼ି ପାର୍କିଂ ପାଇଁ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା ।


ଅଧିକ ପଢ଼ନ୍ତୁ: ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ରସୁଲଗଡ଼ ପୂଜା ମଣ୍ଡପକୁ ୪ଟି ସଂଯୋଗ ପଥ ରହିଛି । ବାଣୀବିହାରରୁ ରସୁଲଗଡ଼, ପଳାଶୁଣିରୁ ରସୁଲଗଡ଼, ମଞ୍ଚେଶ୍ୱରରୁ ରସୁଲଗଡ଼, ଲକ୍ଷ୍ମୀସାଗରରୁ ରସୁଲଗଡ଼ । ସମସ୍ତ ପାର୍ଶ୍ଵରୁ ଆସୁଥିବା ଗାଡ଼ି ଗୁଡ଼ିକୁ ରାସ୍ତାର ଏକ ପାଖରେ ସାଇଟ୍ କରି ପାର୍କିଂ କରାଯାଉଛି ।


ସେହିପରି ନୟାପଲ୍ଲୀ ପୂଜା ମଣ୍ଡପକୁ ୫ଟି ଲାଇନରେ ଆସୁଥିବା ଗାଡି ମୋଟର ଗୁଡ଼ିକୁ ନୟାପଲ୍ଲୀ ରାବଣ ପୋଡ଼ି ଗ୍ରାଉଣ୍ଡରେ ପାର୍କିଂ କରାଯାଉଛି । ବରମୁଣ୍ଡା ଦୁର୍ଗାପୂଜାକୁ ଆସୁଥିବା ଭକ୍ତମାନେ ବରମୁଣ୍ଡା ପଡିଆରେ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି ସହିଦ ନଗରକୁ ଆସୁଥିବା ସମସ୍ତ ଗାଡିକୁ ରାସ୍ତାର ଉଭୟ ପାର୍ଶ୍ଵରେ ପାର୍କିଂ କରାଯିବା ସହ ମଣ୍ଡପ ପଛରେ ଥିବା BMC ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।


ସେହିପରି ଚଳିତ ଥର ରାଜଧାନୀରେ ରାବଣ ପୋଡ଼ି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏବର୍ଷ ଭୁବନେଶ୍ବରରେ ୭ଟି ସ୍ଥାନରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ହେବ । ଭୁବନେଶ୍ବରର ନହରକଣ୍ଟା, ବରମୁଣ୍ଡା, ବଡ଼ଗଡ଼, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟସ୍ ରୋଡ୍ ଓ କପିଳପ୍ରସାଦ ଫୁଟବଲ ପଡ଼ିଆରେ ରାବଣ ପୋଡ଼ି ଅନୁଷ୍ଠିତ ହେବ ।


ସେପଟେ ଚଳିତ ଥର ଭବନେଶ୍ବରରେ ୧୯୩ ଟି ପୂଜା ମଣ୍ଡପରେ ଭିଡ଼ ନିୟନ୍ତ୍ରଣ କରିବେ ୬୧ ପ୍ଲାଟୁନ ଫୋର୍ସ । ଡ୍ରୋନ୍ ଦ୍ବାରା ସହରର ଭିଡ଼ ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହେବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି ।

Sponsored
Durga Puja 2025: Bhubaneswar Struggles with Traffic | Argus News