Crime In Odisha / ଗୁଣି ସନ୍ଦେହରେ ମାଡ଼ ମାରି ଗୋଡ଼ରେ ପକାଇଲେ ବେଡ଼ି, ଚାଲିଗଲା ଜୀବନ

Key Points
ଗୁଣି ଗାରେଡ଼ି ସନ୍ଦେହରେ ପ୍ରଥମେ ଗୋଡ଼ରେ ବେଡ଼ି ପକାଇଲେ, ମାଡ଼ ମାରିଲେ । ଆଉ ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ଯୁବକ ।
ସୋର (ବାଲେଶ୍ଵର): କଙ୍ଗାରୁ କୋର୍ଟ ପାଇଁ ଚାଲିଗଲା ଜୀବନ । ଡାହାଣୀ ସନ୍ଦେହରେ ମାଡ଼ ପରେ ହେଲା ମୃତ୍ୟୁ । ଏଭଳି ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟତ ମଲିଚୁଆ ଗାଁରେ । ଗୁଣି ଗାରେଡ଼ି ସନ୍ଦେହରେ ପ୍ରଥମେ ଗୋଡ଼ରେ ବେଡ଼ି ପକାଇଲେ, ମାଡ଼ ମାରିଲେ । ଆଉ ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ଯୁବକ ।
ସୂଚନା ଅନୁସାରେ, ମଲିଚୁଆ ଗାଁରେ ଗୁଣି କରି ଗାଁର ଅନେକ ଲୋକଙ୍କୁ ଚଇତା ସିଂ ମାରି ଦେଉଥିବା ସନ୍ଦେହ କରିଥିଲେ ଗାଁ ଲୋକେ । ଯାହାକୁ ନେଇ ଗତ ସେପ୍ଟେମ୍ବର ୨୧ରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ଯେଉଁଠି ଗାଁ ଲୋକେ ଚଇତାଙ୍କୁ ଦୁଇ ଦିନ ଧରି ମାଡ଼ ମାରିବା ସହ ତାଙ୍କ ଗୋଡ଼ରେ ବେଡ଼ି ପକାଇ ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ହୃଦ୍ଘାତର ଅଧିକ ଶିକାର କାହିଁକି ହେଉଛନ୍ତି ଯୁବବର୍ଗ ? ଏହି ୭ ଅଭ୍ୟାସ ସାଜିଛି 'ସାଇଲେଣ୍ଟ କିଲର୍'
ଖବର ପାଇ ଗାଁକୁ ସୋର ପୋଲିସ ଆସିଥିବା ବେଳେ ବାଟ ଛାଡ଼ି ନଥିଲେ ଗ୍ରାମବାସୀ । ଓଲଟା ପୋଲିସ ଆସୁଥିବା ରାସ୍ତାରେ ବଡ଼ ବଡ଼ କାଠ ଖଣ୍ଡ ପକାଇ ଦେଇ ବାଟ ଓଗାଳି ଦେଇଥିଲେ । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା । ପରେ ପୋଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରି ଚଇତାଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲେ ।
📱 Get Argus News App
✨
ଚଇତା ମେଡିକାଲ୍ରେ ଭର୍ତ୍ତି ହୋଇଥିବା ବେଳେ ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଗାଁରେ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାରେ ସୋର ପୋଲିସ ଗାଁର କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଏଥିସହ ପଢ଼ନ୍ତୁ: ମହିଳା କ୍ରିକେଟରେ ପ୍ରଥମ, ଚଳିତବର୍ଷ ମହିଳା ଦିନିକିଆରେ ହଜାରେ ରନ୍ କଲେ ସ୍ମୃତି
ତେବେ ଗ୍ରାମବାସୀଙ୍କ କହିବା କଥା ହେଲା କେବଳ ଚଇତା ନୁହଁନ୍ତି ତାଙ୍କ ପତ୍ନୀ ଓ ଛୁଆ ପିଲା ଗୁଣି ଗାରେଡ଼ିରେ ସମ୍ପୃକ୍ତ । ଚଇତାଙ୍କ ପରିବାର ଗୁଣି କରୁଥିବା ବେଳେ କିଏ ପାଗେଳୀ ହୋଇ ଯାଉଛି ତ ଆଉ କିଏ ମରି ଯାଉଥିବା ଅଭିଯୋଗ କରିଛନ୍ତ ଗ୍ରାମବାସୀ । ତେବେ ଗ୍ରାମବାସୀଙ୍କ ମନରେ ଥିବା ଏଭଳି ଅନ୍ଧ ବିଶ୍ଵାସ ଦୂର ପାଇଁ ପ୍ରଶାସନ ପଦକ୍ଷେପ ନେବା ଜରୁରି ହୋଇ ପଡ଼ିଛି ।
Related Topics
Explore more stories