Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Disabled Son Missing / ମାସେ ହେଲା ଘରକୁ ଫେରିନି ପୁଅ; ଏ ଗଳି ସେ ଗଳି ବୁଲୁଛି ମାଆ

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ମାସେ ହେଲା ଘରକୁ ଫେରିନି ପୁଅ; ଏ ଗଳି ସେ ଗଳି ବୁଲୁଛି ମାଆ
Disabled Son Missing

Key Points

ମାସେ ହେଲାଣି ନିଖୋଜ ଭିନ୍ନକ୍ଷମ ପୁଅ
ପୁଅକୁ ନ ପାଇ ବାୟାଣି ହୋଇଗଲାଣି ମାଆ
ଫଟୋ ଧରି ବୁଲୁଛି ଗଳିକନ୍ଦି
ରାଜଧାନୀରୁ ଆସିଲା ହୃଦୟବିଦାରକ ଦୃଶ୍ୟ
ରାଜଧାନୀର ଗଳି କନ୍ଦିରେ ପୁଅର ଫଟୋ ଧରି ଏଣେତେଣେ ଘୁରି ବୁଲୁଛି ମାଆ I ଯେଉଁ ବୟସରେ ପୁଆ ସାହାରା ପାଲଟିବା କଥା ସେ ବୟସରେ ଅସହାୟ ହୋଇପଡ଼ିଛନ୍ତି ମହିଳା । ତାଙ୍କ ଭିନ୍ନକ୍ଷମ ପୁଅଟି କେଉଁଆଡେ ଚାଲିଯାଇଛି । ମାସେ ହେଲାଣି ଘରକୁ ଫେରିନି । ଫଳରେ ପାଗେଳି ପରି ଫଟୋ ଧରି ରାଜଧାନୀ ରାସ୍ତାରେ ଏଣେତେଣେ ବୁଲୁଛନ୍ତି ମହିଳା । ତେବେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସେପଟେ ପୋଲିସ ବି ପଚରାଉଚରା କରୁଛି । ୨୩ ବର୍ଷର ନିଖୋଜ ଯୁବକଙ୍କୁ ଖୋଜିବାକୁ ମହିଳାଙ୍କ ସହିତ ପୋଲିସ ଅଣ୍ଟା ଭିଡ଼ିଛି I ନୟାପଲ୍ଲୀ ଥାନା ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

  • ମାସେ ହେଲାଣି ଘରକୁ ଫେରିନାହାନ୍ତି ଦେବରାଜ
ଘର ବୋଲି କହିଲେ ଗୋଟିଏ ବୋଲି ପୁଅ । ଗତ ଏକ ମାସ ହେବ କୁଆଡ଼େ ଘରୁ ପଳାଇଛନ୍ତି ନିଖୋଜ ଯୁବକ ଆନନ୍ଦ ମହାକୁଡ଼ । ପୁଅକୁ ନ ପାଇ ମହିଳା ଜଣକ ଏବେ ବେସାହାରା ପାଲଟି ପୋଲିସର ସାହାର ନେଇଛନ୍ତି । ମହିଳାଙ୍କ ନାମ ହେଉଛି ନାଗି ମହାକୁଡ଼ । କଲେଜ ମଶାଣି ବସ୍ତିର ଭିନ୍ନକ୍ଷମ ପୁଅ ସହ ମହିଳା ଜଣକ ରହୁଥିଲେ । ସବୁ କିଛି ଠିକ ଚାଲିଥିଲା । ହେଲେ ହଠାତ୍ ଦେବରାଜ କେଉଁଆଡ଼େ ଚାଲିଯାଇଛନ୍ତି ।

ପୁଅକୁ ନ ପାଇ ଚିନ୍ତାରେ ପଡ଼ିଛନ୍ତି ମହିଳା । ପୋଲିସ ମଧ୍ୟ ଏକ ନିଖୋଜ ମାମଲା ରୁଜୁ କରି ସମସ୍ତ ଥାନାକୁ ଅବଗତ କରିଛି । ସେପଟେ ପୋଲିସ ପୁଅକୁ ମାଆ କୋଳକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛି । ଏନେଇ ସହରର ବିଭିନ୍ନ ଗଳି ଓ ନିଛାଟିଆ ସ୍ଥାନରେ ପୁଅର ଫଟୋ ସହ ତାକୁ ଧରି ପୋଲିସ ସର୍ଚ୍ଚ ଅପରେସନ ଚଲାଇଛି । ହେଲେ ମହିଳା ଜଣକ ଦିନରାତି ପୁଅକୁ ଖୋଜିବାର ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି ।

ଏଥିସହ ପଢନ୍ତୁ: ସିଙ୍ଗାପୁର ଯାଇ ଜାହାଜ ଭିତରେ ସାର୍ଥକକୁ ଖୋଜିବେ ମା'

ସେପଟେ ମହିଳାଙ୍କ ଅବସ୍ଥା ଦେଖି ଉପସ୍ଥିତ ଲୋକେ ଦୁଃଖ ପ୍ରକାଶ କରିଛନ୍ତି । ମହିଳା ଜଣକ ନିଜ ପୁଅ ସହ ରହୁଥିଲେ । ପୁଅ ହଜିଯିବା ପରେ ଏବେ ସେ ପୁରା ଏକାକୀ ହୋଇଯାଇଛନ୍ତି । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତାଙ୍କ ଭିନ୍ନକ୍ଷମ ପୁଅକୁ ଯଥାଶୀଘ୍ର ଖୋଜି ଦେଉ ବୋଲି ସାଧାରଣରେ ଦାବି ହୋଇଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elderly Woman searching for missing disabled son in Bhubaneswar | Argus News