Landslide / ବାତ୍ୟା ବେଳେ ଭୂସ୍ଖଳନ ଭୟ; ଗଜପତିର ୧୩୯ ସ୍ଥାନ ବିପଦସଂକୁଳ ଚିହ୍ନଟ
·8 months ago·2 min read

Key Points
ଜିଲ୍ଲାରେ ଚିହ୍ନଟ ୧୩୯ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ପାରଳାଖେମୁଣ୍ଡି ଓ ମୋହନାରେ ସର୍ବାଧିକ ୨୭ଟି ସ୍ଥାନ ଚିହ୍ନଟ କରାଯାଇଛି । ଯାହାକି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଆସୁଛି । ସେହିଭଳି ପୂର୍ତ୍ତ ବିଭାଗ ଅଧିନରେ ଆସୁଥିବା ପାରଳାଖେମୁଣ୍ଡିର ୮ଟି ସ୍ଥାନରେ ଭୂସ୍ଖଳନ ଆଶଙ୍କା ରହିଛି ।
ପାରଳାଖେମୁଣ୍ଡି: ଅକ୍ଟୋବର ପହିଲାରେ ଲଘୁଚାପ ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ଏକାଧିକ ଥର ଭୂସ୍ଖଳନ ହୋଇଥିଲା । ଏହା ପରେ ସରକାରଙ୍କ ବିଭିନ୍ନ ସଂସ୍ଥା ଜିଲ୍ଲାର ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ଦିଆଯାଇଥିବା ତଥ୍ୟ ଅନୁସାରେ, ଗଜପତିରେ ରହିଛି ୧୩୯ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ।
ଜିଲ୍ଲାରେ ଚିହ୍ନଟ ୧୩୯ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ପାରଳାଖେମୁଣ୍ଡି ଓ ମୋହନାରେ ସର୍ବାଧିକ ୨୭ଟି ସ୍ଥାନ ଚିହ୍ନଟ କରାଯାଇଛି । ଯାହାକି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଆସୁଛି । ସେହିଭଳି ପୂର୍ତ୍ତ ବିଭାଗ ଅଧିନରେ ଆସୁଥିବା ପାରଳାଖେମୁଣ୍ଡିର ୮ଟି ସ୍ଥାନରେ ଭୂସ୍ଖଳନ ଆଶଙ୍କା ରହିଛି ।
ଏଥିସହ ପଢ଼ନ୍ତୁ: ରାଡାରରେ ଦେଖାଗଲା ବାତ୍ୟା 'ମୋନ୍ଥା'ର ବାହ୍ୟବଳୟ; ଉପକୂଳରେ ତୀବ୍ର ବୃଷ୍ଟିପାତ ସହ ଝଟ୍କା ପବନ

ଗଜପତି ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥର ୩ଟି ସ୍ଥାନରେ ରହିଛି ଭୂସ୍ଖଳନ ହେବାର ଆଶଙ୍କା । ସେହିଭଳି ମୋହନା ବ୍ଲକର ୧୪ ଗାଁ, ଗୁମ୍ମା ବ୍ଲକର ୨୯ ଗାଁ, ରାୟଗଡ଼ ବ୍ଲକର ୨୦ ଗାଁ, ଆର. ଉଦୟଗିରି ବ୍ଲକର ୨୪ ଗାଁ ଓ ନୂଆଗଡ଼ ବ୍ଲକର ୧୪ ଗାଁରେ ଭୂସ୍ଖଳନ ଆଶଙ୍କା କରିଛି ପ୍ରଶାସନ ।
ଅକ୍ଟୋବର ୨ରେ ବେଳେ ରାୟଗଡ଼ ବ୍ଲକ ପେକଟ ନିକଟରେ ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ଆଶଙ୍କା କରାଯାଇଥିଲା । ମୋହନା ବ୍ଲକ କଟାମା ପଞ୍ଚାୟତ ଅନ୍ତର୍ଗତ ପାପାଇଜୁ ଗାଁ ନିକଟ ଘାଟିରେ ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନ ପରେ ପାହାଡ଼ରୁ ମାଟି ଅତଡ଼ା ଧସି ୨୦ରୁ ଅଧିକ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଥିଲା ।
ଏଥିସହ ପଢ଼ନ୍ତୁ: ଭୂସ୍ଖଳନ ରୋକିବାକୁ ସରକାର କରିବେ ମାଷ୍ଟର ପ୍ଲାନ୍, ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ ଆସିଲେ ଦିଆଯିବ କ୍ଷତିପୂରଣ
ମହେନ୍ଦ୍ରଗିରି ବୁରୁଖତ ନିକଟସ୍ଥ ଏକ ବୁଲାଣିରେ ଭୂସ୍ଖଳନ ହୋଇ ମାଟି ଅତଡ଼ା ଧସିଥିଲା । ଗଜପତିରେ ଭୂସ୍ଖଳନ ପରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଭୂସ୍ଖଳନ ରୋକିବା ପାଇଁ ସରକାର ତିଆରି କରିବେ ମାଷ୍ଟର ପ୍ଲାନ୍ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ଵ ମନ୍ତ୍ରୀ କହିଛନ୍ତି, "ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରାଯିବ ।"
ଭୂସ୍ଖଳନ ରୋକିବା ପାଇଁ ସରକାର ପଦକ୍ଷେପ ନେବେ । ପଥର ଖସି ଯେମିତି ଲୋକଙ୍କର ମୃତ୍ୟୁ ହେବ ନାହିଁ ସେ ନେଇ ଦୃଷ୍ଟି ଦିଆଯିବ । ଓଡ଼ିଶାରେ ଭୂସ୍ଖଳନ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଥିବା ରାଜସ୍ଵ ମନ୍ତ୍ରୀ କହିଛନ୍ତି । ଏଥିସହ ବର୍ଷା ଯୋଗୁଁ ବୁଡ଼ି ଯାଉଥିବା ତଳିଆ ରାସ୍ତା ଗୁଡ଼ିକୁ ଠାବ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଲକାନଗିରି ଅଞ୍ଚଳରେ ଅଧିକ ତଳିଆ ରାସ୍ତା ଥିବାରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ରାସ୍ତା ଗୁଡ଼ିକୁ ଉଚ୍ଚ କରାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: