Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Gold Rate Today / ଆଜି ପୁଣି ଶସ୍ତା ହେଲା ସୁନା ଦର; ଜାଣନ୍ତୁ କେଉଁ ସହରରେ କେତେ ଦାମ

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ଆଜି ପୁଣି ଶସ୍ତା ହେଲା ସୁନା ଦର; ଜାଣନ୍ତୁ କେଉଁ ସହରରେ କେତେ ଦାମ
Gold Rate Today

Key Points

ଆଜି ଭାଲେଣ୍ଟାଇନ ଡେ'ରେ ଶସ୍ତା ହେଲା ସୁନା ଦର
ସୁନା ଓ ରୁପା ଦର ଉଭୟ ଶସ୍ତା
୧୦ ଗ୍ରାମ ପ୍ରତି କେତେ ଅଛି ଦର ଜାଣନ୍ତୁ
ଆଜି ୧୪ ଫେବୃଆରୀ ୨୦୨୬ ବା ଭାଲେଣ୍ଟାଇନ୍ସ ଡେ । ପ୍ରେମ ସପ୍ତାହରେ କମିଛି ସୁନା ଏବଂ ରୂପାର ମୂଲ୍ୟ । ଅନେକ ଲୋକ ଉପହାର ପାଇଁ ସୁନା କିଣିବାକୁ ଚିନ୍ତା କରୁଥିଲେ, କିନ୍ତୁ ମୂଲ୍ୟ ହ୍ରାସ କିଛିଟା ଆଶ୍ୱସ୍ତି ଆଣିଛି । ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୫୫,୯୨୦ ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ଅପେକ୍ଷା କମ ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୧୪୨୯୪୦ ଟଙ୍କା ରହିଛି ।

  • କେଉଁ ସହରରେ କେତେ ଦାମ ?
ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ସହରରେ ୨୪ କ୍ୟାରେଟ୍ ସୁନା ୧,୫୫,୭୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୧,୪୨,୭୯୦ ଟଙ୍କାରେ ବିକ୍ରି ହେଉଛି । ରାଜଧାନୀ ଭୁବନେଶ୍ଵର କଥା କହିଲେ, ଏଠାରେ ୨୪ କ୍ୟାରେଟ ସୁନାର ଦର ପ୍ରତି ଗ୍ରାମ ପିଛା ୧୫,୭୭୫ ଏବଂ ୧୦ ଗ୍ରାମ ପିଛା ୧,୫୭,୭୫୦ ଟଙ୍କା ଅଛି । ସେହିପରି ୨୨ କ୍ୟାରେଟ ସୁନା ୧ ଗ୍ରାମ ପିଛା ୧୪,୪୬୦ ଟଙ୍କା ଏବଂ ୧୦ ଗ୍ରାମ ପିଛା ୧,୪୪,୬୦୦ ଟଙ୍କା ରହିଛି ।

  • ରୁପାର ମୂଲ୍ୟ କେତେ ?
ଦିଲ୍ଲୀରେ ରୁପା ଏବେ ପ୍ରତି କିଲୋଗ୍ରାମ ୨,୭୯,୯୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ତୁଳନାରେ ପ୍ରାୟ ୫,୧୦୦ ଟଙ୍କା କିମ୍ବା ୫% କମ୍ । ଭୁବନେଶ୍ଵରରେ ୧ ଗ୍ରାମ ରୁପାର ମୂଲ୍ୟ ୨୮୦ ଟଙ୍କା ଥିବାବେଳେ ୧ କେଜି ରୁପାର ମୂଲ୍ୟ ୨,୮୦,୦୦୦ ଟଙ୍କା ରହିଛି ।

ଆମେରିକା-ଇରାନ ଏବଂ ରୁଷ-ୟୁକ୍ରେନ ଭଳି କ୍ଷେତ୍ରରେ ଉତ୍ତେଜନା ସାମାନ୍ୟ ହ୍ରାସ ପାଇଥିବାରୁ ସୁନା ଓ ରୁପା ଦର କମିଛି । ଆଜି ଭାଲେଣ୍ଟାଇନ ଡେ'ରେ ଯେଉଁମାନେ ସୁନାରୁପା କିଣିବାକୁ ଚାହୁଁଛନ୍ତି ସେମାନେ ସୁନା ଦର କମିଥିବାରୁ ନିଜ ସାଥୀଙ୍କ ପାଇଁ ସୁନା ଅଳଙ୍କାର କିଣି ଗିଫ୍ଟ ଆକାରରେ ଦେଇପାରିବେ ।

ଅଧିକ ଖବର ପଢନ୍ତୁ..
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
gold silver rate today gold price in india | Argus News