Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyclone Montha / ଓଡ଼ିଶାକୁ ସତରେ ବାତ୍ୟା ଅଛି ନା ନାହିଁ ? ଜାଣନ୍ତୁ ପୁରା ଘଟଣା...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଓଡ଼ିଶାକୁ ସତରେ ବାତ୍ୟା ଅଛି ନା ନାହିଁ ? ଜାଣନ୍ତୁ ପୁରା ଘଟଣା...

Key Points

ଅତୀତର ଅନୁଭୂତିକୁ ଆଖି ଆଗରେ ରଖି ପ୍ରସ୍ତୁତି କରିଛୁ ଜନସାଧାରଣ କୌଣସି ପ୍ରକାର ବିଚଳିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୁଜାରୀ ।

ବାତ୍ୟା 'ମୋନ୍ଥା'କୁ ନେଇ ବର୍ତ୍ତମାନର ବଡ଼ ଅପଡେଟ୍ । ଆନ୍ଧ୍ରପ୍ରଦେଶ ଉପକୂଳ କଳିଙ୍ଗପଟ୍ଟନମ୍ ଏବଂ ମଚ୍ଛଲିପଟ୍ଟନମ୍ ମଧ୍ୟରେ କାକିନାଡ଼ା ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା । ୨୮ ସନ୍ଧ୍ୟା ଏବଂ ରାତ୍ରି ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୧୦ କିମି ରହିବା ସମ୍ଭାବନା । ବଙ୍ଗୋପସାଗରରେ ଅବପାତ ଆସନ୍ତାକାଲି ଗଭୀର ଅବପାତରେ ପରିଣତ ହେବ । ୨୭ ତାରିଖରେ ବାତ୍ୟା ଓ ୨୮ରେ ସିଭିୟର୍ ସାଇକ୍ଲୋନ ସମ୍ଭାବନା ବୋଲି ଆଇଏମଡି ସୂଚନା ଦେଇଛି ।

ଦକ୍ଷିଣ ଓ ଉପକୂଳ ଓଡ଼ିଶା ଉପରେ ଅଧିକ ପ୍ରଭାବ ପଡ଼ିପାରେ । ମାଲକାନଗିରି ଓ କୋରାପୁଟରେ ଭୀଷଣ ବର୍ଷା ହେବା ସମ୍ଭାବନା । ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷିବ । ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କୌଣସି ଜିଲ୍ଲା ଯେପରି ପ୍ରଭାବିତ ନହେବ ସେନେଇ ଆଲୋଚନା କରିଛନ୍ତି । ବାତ୍ୟାକୁ ନେଇ ସରକାର ସର୍ବୋଚ୍ଚ ସ୍ତରରେ ପ୍ରସ୍ତୁତ ରହିଛନ୍ତି । ଅତୀତର ଅନୁଭୂତିକୁ ଆଖି ଆଗରେ ରଖି ପ୍ରସ୍ତୁତି କରିଛୁ ଜନସାଧାରଣ କୌଣସି ପ୍ରକାର ବିଚଳିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୁଜାରୀ ।

ଏଥିସହ ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ନିର୍ଦ୍ଦେଶନାମା; ୩୦ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ

ଅନ୍ୟପଟେ ଶନିବାର ଦିନ ୩ଟା ସୁଦ୍ଧା ଯାହା ଖବର ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ିଛି, ଦିଗ ବଦଳାଇପାରେ ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' । କିନ୍ତୁ ବାତ୍ୟା ମୁକାବିଲା ପାଇଁ ଆଲର୍ଟରେ ରହିଛନ୍ତି ରାଜ୍ୟ ସରକାର । ରବିବାର ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ବାତ୍ୟାର ଚିତ୍ର । ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ରବିବାର ନିଷ୍ପତି ହେବ । ବାତ୍ୟା ପ୍ରଭାବରେ ୧୫ ଜିଲ୍ଲା ପ୍ରଭାବିତ ହେବା ସମ୍ଭାବନା ରହିଛି ।

ରବିବାର ପୁଣି ଜିଲ୍ଲାପାଳମାନଙ୍କ ବୈଠକ ହେବ । ଗୋପାଳପୁରଠାରୁ 1000 କିମି ଦୂରରେ ବାତ୍ୟା ରହିଛି । ଜୀବନ ରକ୍ଷା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି । ଜୀବନ ରକ୍ଷା କରିବା ସହ ଧନ ସମ୍ପତ୍ତିର ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି ।'

ସେପଟେ ଏହା ମଧ୍ୟ ଖବର ଆସୁଛି ଯେ ସମ୍ଭାବ୍ୟ ବାତ୍ୟା 'ମୋନ୍ଥା'କୁ ନେଇ ଲୋକେ ଭୟଭୀତ ଥିବାବେଳେ, ଆସୁଛି ଆଉ ଏକ ଘୁର୍ଣ୍ଣିବଳୟ । ୩୧ ଅକ୍ଟୋବର ବା ୧ ନଭେମ୍ବର ବେଳକୁ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଏଥିସହ ପଢ଼ନ୍ତୁ: ବାତ୍ୟା ନାଁ ଶୁଣିଲେ ଛାତିରେ ପଶେ ଛନକା ! ୧୯୯୯ ମହାବାତ୍ୟା ପରେ କେମିତି ରହିଛି ସ୍ଥିତି ?

ତେବେ ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ବୁଲି ବୁଲି ଡାକବାଜି ଯନ୍ତ୍ର ସାହାଯ୍ୟରେ ମତ୍ସ୍ୟଜୀବୀ ମାନଙ୍କୁ ସଚେତନ କରାଯାଉଛି । ଅଞ୍ଚଳବାସୀଙ୍କୁ ଭୟଭୀତ ନହୋଇ ସୁରକ୍ଷିତ ରହିବାକୁ ସଚେତନ କରାଯାଇଛି । ବାସୁଦେବପୁର ବ୍ଲକର ଚୂଡ଼ାମଣି କଷିଆ, ଅଡୁଆଁ, ପଢ଼ୁଆଁ ଆଦି ଅଞ୍ଚଳ ଗୁଡ଼ିକରେ ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ସମୁଦ୍ରକୁ ଯାଇଥିବା ମାଛ ଧରା ଡଙ୍ଗା ଗୁଡ଼ିକୁ ତୁରନ୍ତ କୂଳକୁ ଫେରିବା ସହିତ 29 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Montha | Is there really a cyclone in Odisha or not? Know the whole story... | Argus News