|
logo
Live
Argus News App
GET APP

Argus News - ଆଉ ଜେଲ୍‌ରୁ ଖସି ପାରିବେନି କଏଦୀ, ଉଦ୍ୟମ କଲେ ବାଜିବ ସାଇରନ୍

Odisha

AI Camera In Jail / ଆଉ ଜେଲ୍‌ରୁ ଖସି ପାରିବେନି କଏଦୀ, ଉଦ୍ୟମ କଲେ ବାଜିବ ସାଇରନ୍

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଆଉ ଜେଲ୍‌ରୁ ଖସି ପାରିବେନି କଏଦୀ, ଉଦ୍ୟମ କଲେ ବାଜିବ ସାଇରନ୍
No More Jail Escapes

Key Points

ଆଉ ଜେଲ୍‌ରୁ ଖସି ପାରିବେନି କଏଦୀ । ଭିତରକୁ ଯାଇ ପାରିବନି ନିଶା ସାମଗ୍ରୀ । ଜେଲ୍‌ରେ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଲାଗିବ AI କ୍ୟାମେରା ।
କଟକ: ଜେଲ୍‌ରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ଆଉ ଜେଲ୍‌ରୁ ଖସି ପାରିବେନି କଏଦୀ । ଭିତରକୁ ଯାଇ ପାରିବନି ନିଶା ସାମଗ୍ରୀ । ଜେଲ୍‌ରେ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଲାଗିବ AI କ୍ୟାମେରା । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଡିଆଇଜି ବୀରେନ୍ ସାହୁ ।

ଜେଲ୍ ଡିଆଇଜି କହିଛନ୍ତି, "ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲ୍‌ରେ ଏଆଇ କ୍ୟାମେରା ଲଗାଯିବ । ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲା କାରାଗାରରେ ଏଆଇ କ୍ୟାମେରା ଲାଗିଛି । ଲାଗିଥିବା କ୍ୟାମେରା ସଫଳତାର ସହ କଏଦୀ ଖସିଲେ ଚିହ୍ନଟ କରି ସାଇରନ୍ ବଜାଇବାରେ ସକ୍ଷମ ହୋଇଛି ।"

ଏଥିସହ ପଢ଼ନ୍ତୁ: ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମଞ୍ଚରେ କହିଦେଲେ ୨୫ ବର୍ଷର ପ୍ଲାନ୍

ସେ ଆହୁରି କହିଛନ୍ତି, "ଏଆଇ କ୍ୟାମେରା ଖାଲି କଏଦୀଙ୍କ ଗତିବିଧି ଉପରେ ନଜର ରଖିବା ତା ନୁହେଁ । ନିଶା ଦ୍ରବ୍ୟ ମଧ୍ୟ ବାହାରୁ ଭିତରକୁ ଫିଙ୍ଗିଲେ ଧରା ପଡ଼ିବ । ଏଆଇ କ୍ୟାମେରାର ପରିସରରେ ଯଦି କେହି ପ୍ରବେଶ କଲେ କିମ୍ବା ଅତିକ୍ରମ କଲେ ସାଇରନ୍ ବାଜିବ । ଡ୍ୟୁଟିରେ ଥିବା କର୍ମଚାରୀ ଆଲର୍ଟ ହୋଇ ପଦକ୍ଷେପ ନେଇ ପାରିବେ ।"

କଏଦୀଙ୍କ ଭଳି କୌଣସି ସାମଗ୍ରୀ ବାହାରୁ ଭିତରକୁ ଫିଙ୍ଗିବା ଏବଂ ଭିତରୁ ବାହାରକୁ ଫିଙ୍ଗିଲେ ମଧ୍ୟ ଏଆଇ କ୍ୟାମେରା ସାଇରନ୍ ବଜାଇବ । ପ୍ରଥମ ପର୍ଯ୍ୟାୟରେ ୧୭ଟି ଜେଲ୍ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୪ଟି ବଡ଼ ଜେଲ୍‌ରେ ଲଗାଯିବ ଏଆଇ କ୍ୟାମେରା । ଛୋଟ ଜେଲ୍‌ରେ ୧୬ଟି କ୍ୟାମେରା ଲାଗୁଥିବା ବେଳେ ବଡ଼ ଜେଲ୍‌ରେ ଲାଗିବ ୩୨ଟି କ୍ୟାମେରା ।

ଏଥିସହ ପଢ଼ନ୍ତୁ: କ୍ୟାଟେଗୋରୀ A+ରୁ ହଟିବେ ରୋହିତ, କୋହଲି; BCCIର ବଡ଼ ପ୍ଲାନିଂ

ରାଜ୍ୟର ବଡ଼ ଜେଲ୍ ମଧ୍ୟରେ ରହିଛି ଭୁବନେଶ୍ଵର, ଚୌଦ୍ଵାର, ସମ୍ବଲପୁର ଓ ପୁରୀ । ଦ୍ଵିତୀୟ ପର୍ଯ୍ୟାୟରେ ଏସବୁ ଜେଲ୍‌ରେ ଏଆଇ କ୍ୟାମେରା ଲଗାଯିବ ବୋଲି ସୂଚନା ଦେଇଛନ୍ତି ଜେଲ୍ ଡିଆଇଜି ବୀରେନ୍ ସାହୁ ।

ଚୌଦ୍ଵାର ଜେଲ ପୂର୍ବତନ ଜେଲର ଓ ଅଧିକ୍ଷକଙ୍କ କଳିକୁ ନେଇ ଜେଲ୍ ବିଭାଗ ମୁହଁ ଖୋଲିଛି । ଜେଲ୍ ଡିଆଇଜି ବୀରେନ୍ ସାହୁ କହିଛନ୍ତି, "ଗଣମାଧ୍ୟମରେ ଖବର ଆସିବା ପରେ ଉଭୟଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି । ଘଟଣା ଉପରେ ଗୃହ ବିଭାଗ ଉଦବେଗ ପ୍ରକାଶ କରିଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
AI Camera In Jail: ଆଉ ଜେଲ୍‌ରୁ ଖସି ପାରିବେନି କଏଦୀ, ଉଦ୍ୟମ କଲେ ବାଜିବ ସାଇରନ୍ | Argus News