Narendra Modi / ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମଞ୍ଚରେ କହିଦେଲେ ୨୫ ବର୍ଷର ପ୍ଲାନ୍
·7 months ago·2 min read

Key Points
ନିତିନ ନବୀନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ସହ ସ୍ପଷ୍ଟ ଶବ୍ଦରେ କହିଛନ୍ତି, "ଦଳରେ ପଦ ନୁହେଁ, ବରଂ କାର୍ଯ୍ୟକର୍ତ୍ତା ଭାବନା ସବୁଠୁ ଉପରେ ।"
ନୂଆଦିଲ୍ଲୀ: ମଙ୍ଗଳବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପଦ ସମ୍ଭାଳିଛନ୍ତି ନିତିନ ନବୀନ । ବିଜେପି ମୁଖ୍ୟାଳୟରେ ନିତିନ ନବୀନ ଦାୟିତ୍ଵ ସମ୍ଭାଳିଥିବା ବେଳେ ଭାବୁକ ହୋଇ ସମ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିତିନ ନବୀନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ସହ ସ୍ପଷ୍ଟ ଶବ୍ଦରେ କହିଛନ୍ତି, "ଦଳରେ ପଦ ନୁହେଁ, ବରଂ କାର୍ଯ୍ୟକର୍ତ୍ତା ଭାବନା ସବୁଠୁ ଉପରେ ।"
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, "ନିତିନ ନବୀନ ଏବେ କେବଳ ବିଜେପି ନୁହେଁ, ବରଂ ପୁରା NDAର ସମନ୍ଵୟ ରକ୍ଷା କରିବେ ।" ସମ୍ବୋଧନରେ ପ୍ରଧାନମନ୍ତ୍ରୀ ସଂଗଠନର ପରମ୍ପରା, ସୁଶାସନ ମଡେଲ୍, ମହିଳା ଓ ଗରିବଙ୍କ ପାଇଁ ଯୋଜନା, ଉତ୍ତରପୂର୍ବ ଓ ଆଗାମୀ ୨୫ ବର୍ଷର ଭିଜନ ନେଇ ବିସ୍ତୃତ ସୂଚନା ଦେଇଛନ୍ତି । କହିଛନ୍ତି, "ନିତିନ ନବୀନ ଜୀ ହେଉଛନ୍ତି ମୋ ବସ୍ ଏବଂ ମୁଁ ହେଉଛି କାର୍ଯ୍ୟକର୍ତ୍ତା ।"
ଏଥିସହ ପଢ଼ନ୍ତୁ: କ୍ୟାଟେଗୋରୀ A+ରୁ ହଟିବେ ରୋହିତ, କୋହଲି; BCCIର ବଡ଼ ପ୍ଲାନିଂ
ସମ୍ବୋଧନ ଆରମ୍ଭରୁ ପ୍ରଧାନମନ୍ତ୍ରୀ କହିଛନ୍ତି, "ବିଶ୍ଵର ସବୁଠୁ ବଡ଼ ରାଜନୈତିକ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ନିତିନ ନବୀନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ସଂଗଠନ ପର୍ବରୁ ନେଇ ଅଧ୍ୟକ୍ଷ ନିର୍ବାଚନର ପୁରା ପ୍ରକ୍ରିୟା ଶତ ପ୍ରତିଶତ ଗଣତାନ୍ତ୍ରିକ ଭାବେ ହୋଇଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜେପିରେ ସୀମିତ ନୁହେଁ ଦାୟିତ୍ଵ
ପିଏମ୍ ମୋଦି ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ଯକ୍ଷ ଭାବେ ନିତିନ ନବୀନଙ୍କ ଭୂମିକା କେବଳ ଦଳରେ ସୀମିତ ରହିବ ନାହିଁ । ଏବେ ନିତିନ ନବୀନ ଆମ ସମସ୍ତଙ୍କ ଅଧ୍ୟକ୍ଷ । ତାଙ୍କ ଦାୟିତ୍ଵ NDAର ସମସ୍ତ ଅଂଶୀଦାରମାନଙ୍କ ସହ ତାଳମେଳ ରଖିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସେ ଆହୁରି କହିଛନ୍ତି, "ଲୋକେ ଭାବୁଥିବେ ତିନିଥର ପ୍ରଧାନମନ୍ତ୍ରୀ ହେବା ବଡ଼ କଥା । କିନ୍ତୁ ମୋ ଜୀବନରେ ସବୁଠୁ ବଡ଼ ଗର୍ବ ହେଉଛି ମୁଁ ବିଜେପିର କାର୍ଯ୍ୟକର୍ତ୍ତା । ଏହି ଭାବନା ଦଳକୁ ଅନ୍ୟ ଦଳଠାରୁ ଭିନ୍ନ କରିଛି ।"
ନିତିନ ନବୀନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଯୁବ ଓ ଅନୁଭବୀ ନେତୃତ୍ଵର ସଂଗମ ବୋଲି କହିଛନ୍ତି । ସେ କହିଛନ୍ତି, "ନିତିନ ହେଉଛନ୍ତି ସେହି ପିଢ଼ିର ଯିଏ ପିଲାଦିନେ ରେଡିଓରେ ଖବର ଶୁଣିଛନ୍ତି, ଆଜି AIର ବ୍ୟବହାର କରୁଛନ୍ତି । ତାଙ୍କ ପାଖରେ ଯୁବ ଶକ୍ତି ଓ ସଂଗଠନର ଲମ୍ବା ଅନୁଭବ ଉଭୟ ରହିଛି ।"
ପଦରେ ନୁହେଁ, ପ୍ରକ୍ରିୟାରେ ଚାଲେ ବିଜେପି
ପ୍ରଧାନମନ୍ତ୍ରୀ ମୋଦି ସଂଗଠନର ପରମ୍ପରା ଉପରେ ଜୋର୍ ଦେଇ କହିଛନ୍ତି, "ବିଜେପି ପ୍ରକ୍ରିୟାରେ ପରିଚାଳିତ ହୁଏ, ପଦରେ ନୁହେଁ । ଆମର ଅଧ୍ୟକ୍ଷ ବଦଳନ୍ତି, କିନ୍ତୁ ଆମର ବିଚାର ଓ ଲକ୍ଷ୍ୟ ବଦଳେ ନାହିଁ । ଏଠାରେ ପଦଭାର ଗ୍ରହଣ ଏକ ବ୍ୟବସ୍ଥା, କାର୍ଯ୍ୟଭାର ଜୀବନବ୍ୟାପି ଏକ ଦାୟିତ୍ଵ ଅଟେ ।"

ଏଥିସହ ପଢ଼ନ୍ତୁ: ଜିଲ୍ଲାପାଳଙ୍କ ବଡ଼ ପଣ; ଗରିବଙ୍କୁ ସାହାଯ୍ୟ ପାଇଁ ନେବାକୁ ମନା କରିଦେଲେ ଦରମା
ବିଜେପିର ଇତିହାସ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ଅଟଳ ବିହାରୀ ବାଜପେୟୀ, ଆଡବାନୀ, ମୁରଲୀ ମନୋହର ଯୋଶୀ, ଭେଙ୍କିୟା ନାଇଡୁ, ନୀତିନ ଗଡକରୀ, ରାଜନାଥ ସିଂହ, ଅମିତ ଶାହ ଓ ଜେପି ନଡ୍ଡାଙ୍କ ଭଳି ନେତା ବିଜେପିକୁ ମଜଭୁତ୍ କରିଛନ୍ତି । ରାଜନାଥଙ୍କ ନେତୃତ୍ଵରରେ ପ୍ରଥମଥର ପୂର୍ଣ୍ଣ ବହୁମତ ମିଳିଥିଲା ଓ ଅମିତ ଶାହଙ୍କ ନେତୃତ୍ଵରେ ଦଳ ଅନେକ ରାଜ୍ୟରେ କ୍ଷମତାସୀନ ହୋଇଛି ।"
ଦେଶ ଅନେକ ମଡେଲ୍ ଦେଖିଛି । ବଂଶବାଦ ରାଜନୀତି, ଅସ୍ଥିର ସରକାର ଓ କ୍ଷେତ୍ରୀୟ ପ୍ରୟୋଗ ଦେଖିଛନ୍ତି ଦେଶବାସୀ । କିନ୍ତୁ ଆଜି ଦେଶ ବିଜେପିର ସ୍ଥିର ଓ ବିକାଶ ମଡେଲ୍ ଦେଖୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Related Topics
Explore more stories