Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କ୍ୟାଟେଗୋରୀ A+ରୁ ହଟିବେ ରୋହିତ, କୋହଲି; BCCIର ବଡ଼ ପ୍ଲାନିଂ

Sports

Cricket / କ୍ୟାଟେଗୋରୀ A+ରୁ ହଟିବେ ରୋହିତ, କୋହଲି; BCCIର ବଡ଼ ପ୍ଲାନିଂ

Sushanta Sahoo
Browse all articles by Sushanta Sahoo
·5 months ago·2 min read
କ୍ୟାଟେଗୋରୀ A+ରୁ ହଟିବେ ରୋହିତ, କୋହଲି; BCCIର ବଡ଼ ପ୍ଲାନିଂ
BCCI Plans to Scrap A+ Category; Rohit, Kohli Affected

Key Points

ବିସିସିଆଇ ସୂତ୍ର ଅନୁସାରେ, ଯଦି ବୋର୍ଡ ନୂଆ ମଡେଲକୁ ମଞ୍ଜୁରୀ ଦିଏ, ତାହେଲେ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମଙ୍କୁ B ଗ୍ରେଡ୍‌ରେ ରଖାଯାଇ ପାରେ ।
ମୁମ୍ବାଇ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ନେବାକୁ ଯାଉଛି ବଡ଼ ନିଷ୍ପତ୍ତି । ବଦଳିବାକୁ ଯାଉଛି ଖେଳାଳିଙ୍କ ସହ ହେଉଥିବା ବାର୍ଷିକ କେନ୍ଦ୍ରୀୟ ଚୁକ୍ତି । ଭାରତୀୟ କ୍ରିକେଟ୍ ଦଳ ପାଇଁ କେବଳ ଦିନିକିଆ ମ୍ୟାଚ୍ ଖେଳୁଥିବା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ କ୍ୟାଟେଗୋରୀକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବିସିସିଆଇ ବଡ଼ ପ୍ଲାନି କରିଛି ।

ବର୍ତ୍ତମାନ ଉଭୟ ରୋହିତ ଶର୍ମା ଓ ବିରାଟ କୋହଲି ବିସିସିଆଇର A+ କ୍ୟାଟେଗୋରୀରେ ଅଛନ୍ତି । ଯେଉଁଥିପାଇଁ ବିସିସିଆଇ ବାର୍ଷିକ ୭ କୋଟି ଲେଖାଏଁ ଦେଉଛି । ଏବେ ଆସୁଥିବା ଖବର ଅନୁସାରେ, ବିସିସିଆଇ A+ କ୍ୟାଟେଗୋରୀ ହଟାଇବାକୁ ଯାଉଛି । ଅର୍ଥାତ୍ ରୋହିତ ଓ ବିରାଟ ତଳ କ୍ୟାଟେଗୋରୀକୁ ଆସିବେ ।

ଏଥିସହ ପଢ଼ନ୍ତୁ: କୋହଲିଙ୍କ ବ୍ୟାଟ୍‌ରୁ ଶତକ ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆଉ ୬ ମାସ; ପ୍ରଥମଥର ସିରିଜ୍ ହାତେଇଲା ନ୍ୟୁଜିଲାଣ୍ଡ

ରିପୋର୍ଟ ଅନୁସାରେ, ଖୁବଶୀଘ୍ର ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରେ ସଂଶୋଧନ ଆଣିବ । ଯେଉଁଥିରେ A+ ଗ୍ରେଡ୍‌କୁ ସମ୍ପୂର୍ଣ୍ଣ ହଟାଇ ଦିଆଯିବ । ବିସିସିଆଇ ସୂତ୍ର ଅନୁସାରେ, ଯଦି ବୋର୍ଡ ନୂଆ ମଡେଲକୁ ମଞ୍ଜୁରୀ ଦିଏ, ତାହେଲେ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମଙ୍କୁ B ଗ୍ରେଡ୍‌ରେ ରଖାଯାଇ ପାରେ ।

ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି କେନ୍ଦ୍ରୀୟ ଚୁକ୍ତିରେ ପରିବର୍ତ୍ତନ ନେଇ ପ୍ରସ୍ତାବ ଦେଇଛି। କମିଟିର ପ୍ରସ୍ତାବ A+ ଗ୍ରେଡ୍‌କୁ ସମାପ୍ତ କରାଯାଉ ଏବଂ କେବଳ ୩ ଗ୍ରେଡ୍ A, B, C ରଖାଯାଉ । ତେବେ ନୂଆ ମଡେଲ୍ ଓ ଆର୍ଥିକ ପରିବର୍ତ୍ତନ ନେଇ ଆଗାମୀ ଶୀର୍ଷ ପରିଷଦ ବୈଠକରେ ଆହୁରି ସ୍ପଷ୍ଟତା ଆସିବା ଆଶା କରାଯାଉଛି ।

ଯଦି ଚୟନ କମିଟିର ପ୍ରସ୍ତାବିତ ମଡେଲକୁ ଅନୁମୋଦନ ମିଳେ ତ ରୋହିତ ଓ କୋହଲିଙ୍କ ଗ୍ରେଡ୍ ଖସିବ । ଏବେ କେବଳ ଦିନିକିଆ ଖେଳୁଥିବା ବିରାଟ କୋହଲି ଓ ରୋହିତ ଶର୍ମା ବି କ୍ୟାଟେଗୋରୀରେ ରଖା ଯାଇପାରେ ।

ବିସିସିଆଇ କ୍ରିକେଟ୍ ଖେଳାଳିଙ୍କ ସହ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି କରିଥାଏ । ଯାହାକୁ A+, A, B, C କ୍ୟାଟେଗୋରୀରେ ବଣ୍ଟା ଯାଇଛି । ଯେଉଁଥିରେ A+ଙ୍କୁ ୭ କୋଟି, Aରେ ୫ କୋଟି, Bରେ ୩ କୋଟି, Cରେ ୧ କୋଟି ଟଙ୍କା ମ୍ୟାଚ୍ ଫିସ୍ ବାଦ୍ ଅତିରିକ୍ତ ମିଳୁଛି ।

୨୦୨୫ ଏପ୍ରିଲ୍‌ରେ ୨୦୨୪-୨୯୨୫ ପାଇଁ ଖେଳାଳିଙ୍କ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ରୋହିତ, ବିରାଟ, ରବୀନ୍ଦ୍ର ଜାଡ଼େଜା, ଜଶପ୍ରୀତ ବୁମରାଙ୍କୁ A+ କ୍ୟାଟେଗୋରୀରେ ରଖା ଯାଇଥିଲା ।

ଏଥିସହ ପଢ଼ନ୍ତୁ: ଜିଲ୍ଲାପାଳଙ୍କ ବଡ଼ ପଣ; ଗରିବଙ୍କୁ ସାହାଯ୍ୟ ପାଇଁ ନେବାକୁ ମନା କରିଦେଲେ ଦରମା

ଯେତେବେଳେ କି ମହମ୍ମଦ ସିରାଜ, କେଏଲ୍ ରାହୁଲ, ଶୁବମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦସ ସିରାଜ, ଋଷଭ ପନ୍ତ ରହିଥିଲେ ଗ୍ରେଡ୍ Aରେ । ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜଶ୍ଵସୀ ଜୟସୱାଲ, ଶ୍ରେୟସ ଆୟର ଗ୍ରେଡ୍ Bରେ ଅଛନ୍ତି ।

ଗ୍ରେଡ୍ Cରେ ରିଙ୍କୁ ସିଂ, ତିଲକ ବର୍ମା, ଋତୁରାଜ ଗାଏକୱାଡ଼, ଶିବମ ଦୁବେ, ରବି ବିଷ୍ନୋଇ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ରଜତ ପାଟିଦାର, ଧ୍ରୁବ ଜୁରେଲ, ସରଫରାଜ ଖାନ, ନୀତିଶ ରେଡ୍ଡୀ, ଇଶାନ କିଷନ, ଅଭିଷେକ ଶର୍ମା, ଆକାଶ ଦୀପ, ବଋଣ ଚକ୍ରବର୍ତ୍ତୀ ଓ ହର୍ଷିତ ରାଣା ଅଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored