Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Narendra Modi / ମୋଦିଙ୍କ ମିଶନ ପୂର୍ବୋଦୟ, ଫୋକସରେ ଓଡ଼ିଶା...ଝାରସୁଗୁଡ଼ା ଯୁବ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ମୋଦିଙ୍କ ମିଶନ ପୂର୍ବୋଦୟ, ଫୋକସରେ ଓଡ଼ିଶା...ଝାରସୁଗୁଡ଼ା ଯୁବ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

Key Points

ମୋଦିଙ୍କ ମିଶନ ପୂର୍ବୋଦୟ, ଫୋକସରେ ଓଡ଼ିଶା । କାଲି ଝାରସୁଗୁଡ଼ା ଯୁବ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ...16 ମାସରେ PMଙ୍କ ସପ୍ତମ ଗସ୍ତ ।

ଆଉ କିଛି ଘଣ୍ଟାର ଅପେକ୍ଷା, ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ବିଜେପି ସରକାର ଗଠନ ପରେ ରାଜ୍ୟକୁ PMଙ୍କ ସପ୍ତମ ଗସ୍ତ । ଏଥିପାଇଁ ଝାରସୁଗୁଡ଼ାରେ ହୋଇଛି ବଡ଼ ଆୟୋଜନ । ଅମଲିପାଲିସ୍ଥିତ ପଡ଼ିଆରେ ବିଶାଳ ଯୁବ ସମାବେଶକୁ ସମ୍ବୋଧନ କରିବା ସହ ରାଜ୍ୟ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ମୁଖ୍ୟତଃ ଓଡ଼ିଶାକୁ ୧୭୦୦ କୋଟିର ରେଳ ପ୍ରକଳ୍ପ ଭେଟି ଦେବେ ମୋଦି । ଏହା ମଧ୍ୟରେ ରହିଛି ୨୭୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସମ୍ବଲପୁର-ସରଲା ରେଲୱେ ଫ୍ଲାଇଓଭର ପାଇଁ ଭିତ୍ତି ସ୍ଥାପନ ।


ସେହିପରି ୪୮୧ କୋଟିରେ ନିର୍ମିତ ୩୪ କିମି ଦୀର୍ଘ କୋରାପୁଟ - ବାଇଗୁଡ଼ା ରେଳ ଲାଇନର ଦୋହରୀକରଣ ଓ ୯୫୫ କୋଟିରେ ନିର୍ମିତ ୮୨ କିମି ଦୀର୍ଘ ମାନାବାର-କୋରାପୁଟ-ଗୋରାପୁର ମଧ୍ୟରେ ଦୋହରୀକରଣ ହୋଇଥିବା ରେଳ ଲାଇନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ପ୍ରିୟାଂଶୁ ପାଲ୍‌ ଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଏହାଛଡ଼ା ବ୍ରହ୍ମପୁର ଏବଂ ସୁରଟର ଉଧନା ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିବେ, ଯାହା ସିଧାସଳଖ ଓଡ଼ିଶାକୁ ଗୁଜରାଟ ସହ ସଂଯୋଗ କରିବ । ଅନ୍ତ୍ୟୋଦୟ ଯୋଜନାରେ ଓଡ଼ିଶା ପାଇଁ ୫୦ ହଜାର ଘର ବାଣ୍ଟିବା ସହ BSNL 4G ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। MKCG ଓ ଭୀମସାରକୁ ସୁପର ସ୍ପେଶାଲିଟି ହସ୍ପିଟାଲ ମାନ୍ୟତା ଏବଂ ୮ଟି IITର ସମ୍ପ୍ରସାରଣ, ନ୍ୟାସନାଲ ସ୍କିଲ୍ ଡେଭଲପମେଣ୍ଟ ପ୍ରୋଗ୍ରାମର ଶୁଭାରମ୍ଭ କରିବାର ରହିଛି କାର୍ଯ୍ୟକ୍ରମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବାୟୁସେନାର ସ୍ୱତନ୍ତ୍ର ବିମାନରେ ସକାଳ ୯ଟା୨୦ରେ ନୂଆଦିଲ୍ଲୀରୁ ବାହାରି ପୂର୍ବାହ୍ନ ୧୧ଟା ୧୦ ମିନିଟରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରୁ ସଡ଼କ ପଥରେ ଯାଇ ୧୧ଟା ୨୫ ମିନିଟରେ ଅମଲିପାଲି ସ୍ଥିତ ପଡିଆରେ ପହଞ୍ଚିବେ । PMଙ୍କ ଯୁବ ସମାବେଶରେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ଏବଂ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡର ଲକ୍ଷାଧିକ ଲୋକ ସାମିଲ ହେବେ । ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ପରିଚାଳନା ଓ ଲୋକଙ୍କୁ ସୁବିଧା ଯୋଗାଇବାକୁ ପ୍ରଶାସନ-ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।


ଗତକାଲିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ଶାସନ ସଚିବ, ଡିଜିପି ପ୍ରମୁଖ ଝାରସୁଗୁଡ଼ାରେ ପହଞ୍ଚି ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଝାରସୁଗୁଡା ସହର ଏବେ ମୋଦିମୟ । ସବୁଠି ଛାଇ ଯାଇଛି PMଙ୍କ ପୋଷ୍ଟର, ବ୍ୟାନର ଆଉ କଟ ଆଉଟ୍ । ମୋଦିଙ୍କ ସଭା ସଫଳ କରିବାକୁ ବିଜେପିର ବରିଷ୍ଠ ନେତା ଝାରସୁଗୁଡାରେ ଡେରା ପକାଇଛନ୍ତି ।


ନବରାତ୍ରି ଚାଲିଥିବା ବେଳେ PM ନୂଆ GST ସ୍ଲାବ ଉପହାର ଦେଇ ଦେଶବାସୀଙ୍କୁ ଦେଇଛନ୍ତି ବଡ଼ ଆଶ୍ବସ୍ତି । ଅନ୍ୟପଟେ ମୋଦି ପ୍ରତିଥର ଓଡ଼ିଶା ଗସ୍ତରେ ଆସି କିଛି ନା କିଛି ବଡ଼ ଘୋଷଣା କରିଛନ୍ତି। ଏଥର ଓଡ଼ିଶାବାସୀଙ୍କୁ କଣ କହିବେ ପ୍ରଧାନମନ୍ତ୍ରୀ ତା ଉପରେ ସମସ୍ତଙ୍କ ନଜର ।

Related Topics

Explore more stories

Sponsored
Modi’s Mission Purvodaya: ₹1700 Cr Projects for Odisha, Big Rally in Jharsuguda | Argus News