Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

New Lok Seva Bhavan / ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର, ଖର୍ଚ୍ଚ ହେବ ୩୬୨୩ କୋଟି

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର, ଖର୍ଚ୍ଚ ହେବ ୩୬୨୩ କୋଟି
New Lok Seva Bhawan

Key Points

ବଦଳିଯିବ ଭୁବନେଶ୍ୱରର ନକ୍ସା
ଏକାଠି ରହିବ ଲୋକସେବା ଭବନ ଓ ବିଧାସନଭା
୭୧.୧୩ ଏକର ଜମିରେ ମାଷ୍ଟର ପ୍ଲାନକୁ ମିଳିଛି ଅନୁମୋଦନ
ଆଜି ନୂଆ ଲୋକ ସେବା ଭବନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୋଟିଏ ସ୍ଥାନରେ ରହିବ ଲୋକ ସେବା ଭବନ ଏବଂ ନୂଆ ବିଧାନସଭା । ୩ ହଜାର ୬୨୩ କୋଟି ଖର୍ଚ୍ଚ କରିବେ ସରକାର । ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକ ସେବା ଭବନ ଏବଂ ନୂଆ ବିଧାନସଭା । ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି ।


ସୋମବାର ଲୋକ ସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆ ଲୋକସେବା ଭବନରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଭୂତଳ ପାର୍କିଂ ସହ କଡ଼ା ସୁରକ୍ଷା ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ଲୋକସେବା ଭବନ ଓ ବିଧାନସଭାକୁ ମିଶାଇ ନୂଆ ପରିକଳ୍ପନା କରାଯାଇଛି । ବର୍ତ୍ତମାନର ଲୋକ ସେବା ଭବନ ୬୮ବର୍ଷ ପୁରୁଣା ହୋଇଥିବା ବେଳେ ପାର୍କିଂ ସମସ୍ୟା ରହୁଥିବାରୁ ନୂଆ ଲୋକ ସେବା ଭବନ ନିର୍ମାଣ ପାଇଁ ଚିନ୍ତା କରିଛନ୍ତି ସରକାର ।

ଅଧିକ ପଢ଼ନ୍ତୁ: ବିମାନ ଦୁର୍ଘଟଣାସ୍ଥଳରେ ମନ୍ତ୍ରୀଙ୍କ ଅନୁଧ୍ୟାନ, ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ତଦନ୍ତ ଚାଲିଛି


ସେହିପରି ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏଲିଭେଟେଡ୍‌ କରିଡରର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଯେଉଁଥିରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍‌ ଛକରେ ନିର୍ମାଣ ହେବ ଫ୍ଲାଏ ଓଭର । ଜୟଦେବ ବିହାର ଛକରେ ୪ ଲେନ୍‌ ବିଶିଷ୍ଟ କେବୁଲ ଷ୍ଟେ' ବ୍ରିଜ୍‌ କରିବାକୁ ଯୋଜନା ରହିଛି । ସେହିପରି ରାସ୍ତାର ଦୁଇ ପାର୍ଶ୍ଵରେ ୨୨ ହଜାର ୪୧୦ ଗଛ ଲାଗିବ । ମୁଖ୍ୟମନ୍ତ୍ରୀ ଆଜି ୬ ହଜାର ୭୦୧ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New Lok Seva Bhavan Foundation Stone to Be Laid, Project Cost ₹3,623 Crore | Argus News