Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CM Mohan Majhi / ମୁଖ୍ୟମନ୍ତ୍ରୀଙ୍କ ଆଇନ ଶୃଙ୍ଖଳା ସମୀକ୍ଷା, ସମସ୍ତ ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ମୁଖ୍ୟମନ୍ତ୍ରୀଙ୍କ ଆଇନ ଶୃଙ୍ଖଳା ସମୀକ୍ଷା, ସମସ୍ତ ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

Key Points

ମୁଖ୍ୟମନ୍ତ୍ରୀଙ୍କ ଆଇନ ଶୃଙ୍ଖଳା ସମୀକ୍ଷା । ସମସ୍ତ ଅସାମାଜିକ ବ୍ୟକ୍ତି, ବିଶୃଙ୍ଖଳାକାରୀଙ୍କ ଉପରେ କଡା ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କଟକ ସହର ସ୍ଥିତି ପ୍ରାୟତଃ ସ୍ୱଭାବିକ ହୋଇଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ରାଜ୍ୟର ସମସ୍ତ ଅଞ୍ଚଳରେ ଅସାମାଜିକ ବ୍ୟକ୍ତି, ବିଶୃଙ୍ଖଳାକାରୀ ତଥା ଅନ୍ୟାନ୍ୟ ସଂଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡ଼ା ନଜର ରଖିବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ପରିଚିତ ଓଡ଼ିଶାର ଛବିକୁ ମଳିନ କରିବା ପାଇଁ କିଛି ଉଦ୍ଦେଶ୍ୟ ପ୍ରଣୋଦିତ ଗୋଷ୍ଠୀ ଉଦ୍ୟମ କରୁଛନ୍ତି । ସେମାନଙ୍କୁ ଦୃଢହସ୍ତରେ ଦମନ କରିବାର ଆବଶ୍ୟକତା ରହିଛି ।

ସେହିପରି କଟକ ଘଟଣାରେ ପରିସ୍ଥିତି ସ୍ୱଭାବିକ ହେଉଛି । କିନ୍ତୁ ପରିସ୍ଥିତି ସାମାନ୍ୟ ହେଲେ ମଧ୍ୟ ପୋଲିସକୁ ସତର୍କ ରହିବାକୁ ପଡ଼ିବ ଏବଂ କୌଣସି ପରିସ୍ଥିତିରେ କୋହଳ ମନୋଭାବ ପୋଷଣ କରିବା ଉଚିତ୍ ନୁହେଁ । ବର୍ତ୍ତମାନ ପରିସ୍ଥିତିରେ ସବୁ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ସହିତ ପାଟ୍ରୋଲିଂ ଜାରି ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।


ସେହିପରି ବ୍ରହ୍ମପୁରର ଆଇନଜୀବୀ ତଥା ସମାଜସେବୀ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ହତ୍ୟାକାରୀମାନଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅପରାଧୀମାନେ ଯେପରି ଆଇନର ସମ୍ମୁଖୀନ ହେବେ ଓ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ, ସେଥିପ୍ରତି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସେପଟେ ବ୍ରହ୍ମପୁର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟାର ରହସ୍ୟରୁ ହଟିନି ପରଦା । କିଏ କାହିଁକି ମାରିଲା ତାକୁ ନେଇ ତନାଘନା । ଏହା ଭିତରେ ଗୋଟିଏ ପରେ ଗୋଟିଏ ତଥ୍ୟା ଆସୁଛି ସାମ୍ନାକୁ । ଘଟଣା ଦିନ ଧଳାସାର୍ଟ ପିନ୍ଧି ବାଇକରେ ଆସିଥିଲେ ଦୁଇ ଜଣ । ମୁଣ୍ଡରେ ହେଲମେଟ୍ ଥିଲା । ପଏଣ୍ଟ ଜିରୋରୁ ଦେଶୀ ବନ୍ଧୁକରେ ଫାୟାରିଂ କରି ଫେରାର ହୋଇଗଲେ ଦୃବୁର୍ତ୍ତ । ତେବେ ଗୁଳିମାଡ଼ ପରେ ପୀତବାସଙ୍କ ଗାଡିର ଡିକି କେମିତି ଖୋଲିଲା ତାକୁ ନେଇ ସସପେନ୍ସ ବଢୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ସମୟ ଗଡ଼ୁଛି...ସସପେନ୍ସ ବଢ଼ୁଛି, ପୀତବାସଙ୍କ ମର୍ଡର ମିଷ୍ଟ୍ରି ପଛର କାରଣ ଖୋଜୁଛି ପୋଲିସ


ଅନ୍ୟପଟେ ଏହି ଘଟଣାରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ବଡ଼ ବୟାନ ଦେଇଛନ୍ତି । ସହର ଭିତରେ ଏବଂ ସହର ବାହାରେ ମଧ୍ୟ CCTV ଫୁଟେଜ ଯାଞ୍ଚ କରାଯାଇଛି । ସବୁ ଦିଗକୁ ପୋଲିସ ତଦନ୍ତ କରୁଛି, ୬ଟି ଟିମରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଗଞ୍ଜାମ ଆଇନଜୀବୀ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ଦୋଷୀଙ୍କୁ ଖୁବଶୀଘ୍ର ଗିରଫ ଦାବି କରିଛନ୍ତି ।

Related Topics

Explore more stories

Sponsored