Cyclone Montha / ସମ୍ଭାବ୍ୟ ବାତ୍ୟା ପାଇଁ ନିର୍ଦ୍ଦେଶନାମା; ୩୦ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ
·8 months ago·2 min read

Key Points
ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ମୁଖ୍ୟାଳୟ ନ ଛାଡ଼ିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆଜି ଶନିବାର ଅକ୍ଟୋବର ୨୫ ତାରିଖରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ନିଜ ନିଜ ମୁଖ୍ୟାଳୟରେ ରହିବେ ।
ବ୍ରହ୍ମପୁର: ବଙ୍ଗୋପସାଗରରେ ବାତ୍ୟା ଆସୁଛି । ଓଡ଼ିଶାରେ ହେବ ପ୍ରବଳ ବର୍ଷା । ୨୮ ଓ ୨୯ ତାରିଖରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଯାହାକୁ ନେଇ ସରକାର ଓ ପ୍ରଶାସନ ପ୍ରସ୍ତୁତି ରହିଛନ୍ତି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି ।
ଯାହାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ମୁଖ୍ୟାଳୟ ନ ଛାଡ଼ିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆଜି ଶନିବାର ଅକ୍ଟୋବର ୨୫ ତାରିଖରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ନିଜ ନିଜ ମୁଖ୍ୟାଳୟରେ ରହିବେ ।
ଏଥିସହ ପଢ଼ନ୍ତୁ: ୨୮ ରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା 'ମୋନ୍ଥା', ଜାଣନ୍ତୁ କେଉଁଠି ହେବ ଲ୍ୟାଣ୍ଡଫଲ୍...
ବାତ୍ୟା ଓ ବର୍ଷା ସମୟରେ ଜରୁରୀକାଳୀନ ସ୍ଥିତିକୁ ସମ୍ଭାଳିବା ଲାଗି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି । ବିଶେଷ ଆବଶ୍ୟକ ସ୍ଥଳରେ ଜିଲ୍ଲାପାଳଙ୍କ ଅନୁମତି କ୍ରମେ କର୍ମଚାରୀ ଛୁଟିରେ ରହି ପାରିବେ ବୋଲି ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏବେ ଅବପାତ ସକ୍ରିୟ ରହିଥିବା ବେଳେ ପଶ୍ଚିମଦିଗକୁ ଘଣ୍ଟାପ୍ରତି ୭ କିଲୋମିଟରେ ବେଗରେ ଗତି କରୁଛି । ଏବେ ଅବପାତଟି ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୦୪୦ କିଲୋମିଟର ଏବଂ ଆନ୍ଧ୍ରର କାକିନାଡ଼ାଠାରୁ ୯୯୦ କିଲୋମିଟର ଦକ୍ଷିଣପୂର୍ବ ଦିଗରେ ରହିଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୬ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ୨୭ ସକାଳେ ଦକ୍ଷିଣପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାର ପୂର୍ବାନୁମାନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ନିୟମ ମାନୁ ନଥିଲେ ଗଣିବେ ତଣ୍ଡ, ଛକ ଛକରେ ଜଗିବେ RTO
ଏହା ପରେ ବାତ୍ୟା ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର-ଉତ୍ତରପଶ୍ଚିମକୁ ମୁହାଁଇ ଭୀଷଣ ବାତ୍ୟାରେ ୨୮ ସକାଳେ ପରିଣତ ହୋଇପାରେ । ଏହାପରେ ଭୀଷଣ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଆନ୍ଧ୍ରପ୍ରଦେଶ ଉପକୂଳର ମଛଲିପାଟଣମ ଓ କଳିଙ୍ଗପାଟଣମ ମଝିରେ କାକିନାଡ଼ା ନିକଟରେ ୨୮ ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଅତିକ୍ରମ କରିବା ଆକଳନ କରାଯାଇଛି ।
ଏହାର ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ୨୭ ତାରିଖରୁ ବର୍ଷା ହେବ । ୨୭ରେ ଗଞ୍ଜାମକୁ ଅରେଞ୍ଜ ୱାର୍ଣ୍ଣିଂ ରହିଥିବା ବେଳେ ୨୮ରେ ରେଡ୍ ୱାର୍ଣ୍ଣିଂ, ୨୯ରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ୨୬ରୁ ୨୯ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories