Cold Wave / ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା; ରାଉରକେଲା ଓ ଝାରସୁଗୁଡ଼ାରେ ୬ ଡିଗ୍ରୀକୁ ଖସିଲା ପାରଦ
·3 months ago·2 min read

Key Points
ଆଭ୍ୟନ୍ତରୀଣରୁ ନେଇ ଉପକୂଳ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଶୀତର ପ୍ରକୋପ । ରାଉରକେଲା ଏବଂ ଝାରସୁଗୁଡ଼ାରେ ପାରଦ ୬ ଡିଗ୍ରୀ ଛୁଇଁଛି । ଚଳିତବର୍ଷ ଶୀତରେ ପ୍ରଥମ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।
ଫୁଲବାଣୀ/ଯଶୀପୁର: ତାପମାତ୍ରା ଖସୁଛି, ଶୀତ ବଢ଼ୁଛି । ଆଭ୍ୟନ୍ତରୀଣରୁ ନେଇ ଉପକୂଳ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଶୀତର ପ୍ରକୋପ । ରାଉରକେଲା ଏବଂ ଝାରସୁଗୁଡ଼ାରେ ପାରଦ ୬ ଡିଗ୍ରୀ ଛୁଇଁଛି । ଝାରସୁଗୁଡ଼ାରେ ଆଜି ସର୍ବନିମ୍ନ ରାତି ତାପମାତ୍ରା ୬.୮ ଡିଗ୍ରୀ ରହିଥିବା ବେଳେ ରାଉରକେଲାରେ ୬.୬ ଡିଗ୍ରୀ ରେକର୍ଡ ହୋଇଛି ।
ସେପଟେ କନ୍ଧମାଳ ଜିଲ୍ଲାରେ ବି ଜାରି ରହିଛି ହାଡ଼ଭଙ୍ଗା ଜାଡ଼ । ପାରଦ ଖସିବା ସହ ଶୀତର ପ୍ରକୋପରେ ଅସ୍ତବ୍ୟସ୍ତ ପୁରା ଜିଲ୍ଲା । ବେଲଘରରୁ ନେଇ ଦାରିଙ୍ଗବାଡ଼ି, ଜି.ଉଦୟଗିରି ପର୍ଯ୍ୟନ୍ତ ସବୁଠି ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଲାଗି ରହୁଛି ।
ସଦର ମହକୁମା ଫୁଲବାଣୀ ନିକଟସ୍ଥ ସାର୍ତ୍ତାଗୁଡ଼ାରେ ଚଳିତବର୍ଷ ଶୀତରେ ପ୍ରଥମ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ଜି.ଉଦୟଗିରିର ସର୍ବନିମ୍ନ ରାତି ତାପମାତ୍ରା ୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୫.୨ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ରହିଛି ।
ଏଥିସହ ପଢ଼ନ୍ତୁ: ୨ ଦିନ ଘନ କୁହୁଡ଼ି, ୩ ଦିନ ଶୀତ ଲହରୀ; ଆଗକୁ କେମିତି ରହିବ ପାଗ ?
ସେପଟେ ମୟୂରଭଞ୍ଜରେ ବି ରହିଛି ଶୀତର ରାଜୁତି । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଏବଂ ପାଦଦେଶରେ ଥିବା ଯଶୀପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ପ୍ରବଳ ଘନ କୁହୁଡି ସାଙ୍ଗକୁ ଶୀତ ଲହରୀ ଲାଗି ରହିଛି ।
ସକାଳ ୬ଟା ସୁଦ୍ଧା ଶିମିଳିପାଳ ଅଭୟରଣ୍ୟର ଉପର ବାରହାକାମୁଡାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରହିଛି । ସେହିଭଳି ଚହଲାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ, ବରେହିପାଣିରେ ୬ ଡିଗ୍ରୀ, ଗୁରୁଗୁଡ଼ିଆରେ ୭ ଡିଗ୍ରୀ ସାତକୋଶିଆରେ ୧୨ ଡିଗ୍ରୀ ରେକର୍ଡ କରାଯାଇଥିବା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୧.୮ ଡିଗ୍ରୀ ରେକର୍ଡ କରାଯାଇଛି । କଟକର ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ରହିଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଏବଂ ୩ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏବେ ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ସେହିଭଳି ଶୀତ ଲହରୀ ନେଇ ୧୩ ଜିଲ୍ଲା- ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ନବରଙ୍ଗପୁର, ଢେଙ୍କାନାଳ, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି ।
ଏଥିସହ ପଢ଼ନ୍ତୁ: ନିରବତା ଭାଙ୍ଗିଲେ ସ୍ମୃତି ମନ୍ଧାନା; କହିଲେ- 'କ୍ରିକେଟ୍ଠୁ ଅଧିକ କାହାକୁ ଭଲ ପାଏନି'
୧୧ ତାରିଖରେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ା ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ସେହିଭଳି ଶୀତ ଲହରୀ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାକୁ ରହିଛି ୟେଲୋ ଆଲର୍ଟ । ୧୨ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ଶୀତ ଲହରୀ ନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଦେଇଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରାରେ ବଡ଼ ପରିବର୍ତ୍ତନ ଆସିବ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: