Videos
|
Odisha

Lightning Strike / ଆକାଶରୁ ଖସିଲା ମୃତ୍ୟୁ; ବିଲରେ ଚାଲିଗଲା ୪ ମହିଳା ଶ୍ରମିକଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·5 hours ago·2 min read
ଆକାଶରୁ ଖସିଲା ମୃତ୍ୟୁ; ବିଲରେ ଚାଲିଗଲା ୪ ମହିଳା ଶ୍ରମିକଙ୍କ ଜୀବନ
4 Women Workers Die While Working in Fields

Key Points

ଆଜି ଘଡ଼ଘଡ଼ି ବଜ୍ରପାତ ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଥିବା ବେଳେ ଆସିଛି ଦୁଃଖଦ ଖବର । ବିଲରେ ତଳି ରୁଆଇବା ସମୟରେ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୪ ଜଣ ମହିଳା ଶ୍ରମିକ ଟଳି ପଡ଼ିଛନ୍ତି ।
ସୁନ୍ଦରଗଡ଼/ବଣାଇ: ଅପରାହ୍ଣରେ ବଜ୍ରପାତ ବିପଦ । କାଳବୈଶାଖୀ ନେଉଛି ଜୀବନ । ଆଜି ଘଡ଼ଘଡ଼ି ବଜ୍ରପାତ ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଥିବା ବେଳେ ଆସିଛି ଦୁଃଖଦ ଖବର । ବିଲରେ ତଳି ରୁଆଇବା ସମୟରେ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୪ ଜଣ ମହିଳା ଶ୍ରମିକ ଟଳି ପଡ଼ିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଓ ବଣାଇ ଥାନା ଅଞ୍ଚଳରେ ବଜ୍ରପାତ ହୋଇଛି । ତଳସରା ଥାନା ଚନ୍ଦ୍ରାମାଲ ଗାଁ ବିଲରେ ତଳି ରୁଆଇବା ବେଳେ ବେଳେ ଅଘଟଣ ଘଟିଛି । ଯେଉଁଥିରେ ଛତିଶଗଡ଼ରୁ ଶ୍ରମିକ ଭାବେ କାମ କରିବାକୁ ଆସିଥିବା ୨ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏଥିସହ ପଢ଼ନ୍ତୁ: ବିଦ୍ୟାଳୟ ଉପରେ ଖସିଲା ବଜ୍ର; ୪ ଛାତ୍ରଛାତ୍ରୀ ଗୁରୁତର, ବିଲରେ କାମ କରୁଥିବା ମହିଳା ଶ୍ରମିକ ମୃତ 

ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗାଁର ଚାଷ ଜମିରେ ମଧ୍ୟ ବଜ୍ରପାତ ହୋଇଛି । ବିଲରେ ମହିଳାମାନେ କାମ କରୁଥିବାବେଳେ ହଠାତ୍ ବଜ୍ରାଘାତ ହୋଇଥିଲା । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଶ୍ରମିକ ଗୁରୁତର ଆହତ ହୋଇଥିଲେ ।

ମୃତ ମହିଳା ହେଲେ ସୁନୀତା ଓରାମ (୩୫) ଓ ଦ୍ରୌପଦୀ କିଷାନ (୩୮) ବୋଲି ଜଣାପଡ଼ିଛି । ଗୁରୁତର ମହିଳା ଶ୍ରମିକ ଜଣଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ବଜ୍ରପାତ ନେଇ କେଉଁ ଜିଲ୍ଲାକୁ ଆଲର୍ଟ ?

ମଙ୍ଗଳବାର ବଜ୍ରପାତ ନେଇ ରାଜ୍ୟର ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅରେଞ୍ଜ ଆଲର୍ଟରେ ଥିବା ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ଵର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଅନୁଗୋଳ ।

ସେହିଭଳି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼କୁ ବଜ୍ରପାତ ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଆସନ୍ତାକାଲି ପୁଣି ଲଘୁଚାପ ! ୭ ଦିନ ଯାଏଁ ପ୍ରବଳ ବର୍ଷା 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି ବଜ୍ରପାତ ଲାଗି ରହିବ । ଆଗାମୀ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: