Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime In Odisha / ଗଞ୍ଜେଇ ଚାଲାଣର ନୂଆ ତରିକା, ତୈଳ ଆକାରରେ ଚାଲାଣ ବେଳେ ଧରିଲା ପୋଲିସ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଗଞ୍ଜେଇ ଚାଲାଣର ନୂଆ ତରିକା, ତୈଳ ଆକାରରେ ଚାଲାଣ ବେଳେ ଧରିଲା ପୋଲିସ

Key Points

ଚିତ୍ରକୋଣ୍ଡା ପୋଲିସ ଚଢ଼ାଉ କରିବା ବେଳେ ବାଇକ୍‌କୁ ଘଞ୍ଚ ଜଙ୍ଗଲେ ଛାଡ଼ି ଦେଇ ପଳାଇଥିଲେ ଅଭିଯୁକ୍ତ । ପୋଲିସ ବାଇକ୍‌ ନିକଟରୁ ପ୍ଲାଷ୍ଟିକ ଜରିରେ ଥିବା ତରଳ ଗଞ୍ଜେଇ ଜବତ କରିଥିଲା ।
ମାଲକାନଗିରି: ପ୍ରଥମଥର ପାଇଁ ଓଡ଼ିଶାରେ ଜବତ ହୋଇଛି ତରଳ ଗଞ୍ଜେଇ । ରବିବାର ମାଲକାନଗିରି ପୋଲିସ ୬୦ ଲିଟର ତରଳ ଗଞ୍ଜେଇ ଜବତ କରିଛି । ଚିତ୍ରକୋଣ୍ଡାର ଏସାର ଛକରୁ ପୋଲିସ ୬୦ ଲିଟର ତରଳ ଗଞ୍ଜେଇ ଜବତ କରିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସ୍‌ପି ବିନୋଦ ପାଟିଲ୍ ।

ଗଞ୍ଜେଇ ତରଳ ଆକାରରେ ଚାଲାଣ କରାଯାଉଥିବା ନେଇ ପ୍ରଥମେ ସୂଚନା ପାଇଥିଲା ପୋଲିସ । ଏହା ପରେ ପୋଲିସ ରେଡ୍ କରିଥିଲା । ଆନ୍ଧ୍ରପ୍ରଦେଶର ୮ ଜଣ ଲୋକ ଜଙ୍ଗଲ ରାସ୍ତା ଦେଇ ତରଳ ଗଞ୍ଜେଇ ଚାଲାଣ କରୁଥିଲେ । ରେଡ୍ ବେଳେ ବାଇକ୍‌ରେ ତରଳ ଗଞ୍ଜେଇ ଛାଡ଼ି ଅଭିଯୁକ୍ତ ଖସି ପଳାଇଛନ୍ତି ।

ଏଥିସହ ପଢ଼ନ୍ତୁ: ୫୨ ବର୍ଷ, ୫୨ ରନ୍; ପ୍ରଥମଥର ବିଶ୍ଵ ବିଜେତା ହେଲା ଭାରତୀୟ ମହିଳା ଦଳ

ବିଶ୍ଵସ୍ତ ସୂତ୍ରରୁ ଚିତ୍ରକୋଣ୍ଡା ପୋଲିସକୁ ଗଞ୍ଜେଇ ବାବଦରେ ଖବର ମିଳିଥିଲା । ଯାହା ପରେ ଚିତ୍ରକୋଣ୍ଡା ପୋଲିସ ଚଢ଼ାଉ କରିବା ବେଳେ ବାଇକ୍‌କୁ ଘଞ୍ଚ ଜଙ୍ଗଲେ ଛାଡ଼ି ଦେଇ ପଳାଇଥିଲେ ଅଭିଯୁକ୍ତ । ପୋଲିସ ବାଇକ୍‌ ନିକଟରୁ ପ୍ଲାଷ୍ଟିକ ଜରିରେ ଥିବା ତରଳ ଗଞ୍ଜେଇ ଜବତ କରିଥିଲା ।

ପୋଲିସର ପ୍ରାଥମିକ ଅନୁସନ୍ଧାନ ଅନୁସାରେ, ଚିତ୍ରକୋଣ୍ଡାରୁ ଜବତ ତରଳ ଗଞ୍ଜେଇକୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିଲା । ତେବେ ଓଡ଼ିଶାରେ ତରଳ ଗଞ୍ଜେଇ ମାମଲା ପ୍ରଥମ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲଙ୍ଗାନା ଓ ତାମିଲନାଡ଼ୁରେ ଏହା ସାଧାରଣ ।

ଏଥିସହ ପଢ଼ନ୍ତୁ: ଟପିଗଲେ ନୃଶଂସତାର ସବୁ ସୀମା, ସାମାନ୍ୟ ବ୍ରେଡ୍ ପାଇଁ ବଳଦକୁ ଛୁରି ଭୁସିଦେଲେ ଶିବ

ମାଲକାନଗିରି ପୋଲିସ ମୋଟ ୬୦ ଲିଟର ତରଳ ଗଞ୍ଜେଇ ସହ ୮ଟି ବାଇକ୍‌କୁ ଜବତ କରିଛି । ଜବତ ସାମଗ୍ରୀର ମୂଲ୍ୟ ମୂଲ୍ୟ ୮ କୋଟି ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଏସ୍‌ପି ।

ରାଜ୍ୟରେ ଗଞ୍ଜେଇ ଚାଲାଣ ରୋକିବାକୁ ପୋଲିସ ସୀମାନ୍ତ ଅଞ୍ଚଳ ଉପରେ ଯାଞ୍ଚ କଡ଼ାକଡ଼ି କରିଛି । ବିଶେଷକରି ଆନ୍ତଃରାଜ୍ୟ ସୀମା ଉପରେ ରଖା ଯାଇଛି ତୀକ୍ଷଣ ନଜର । ଗତ ସପ୍ତାହରେ ମାଲକାନଗିରି ପୋଲିସ ୩ଟି ଭିନ୍ନ ସ୍ଥାନରୁ ପ୍ରାୟ ୧୭ କୋଟି ମୂଲ୍ୟର ଗଞ୍ଜେଇ ଧରିବା ସହ ଉତ୍ତରପ୍ରଦେଶର ୩ ଜଣଙ୍କୁ ଗିରଫ କରିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Police Seize 60 Litres of Liquid Ganja in Malkangiri | Argus News | Argus News