Womens World Cup Final / ୫୨ ବର୍ଷ, ୫୨ ରନ୍; ପ୍ରଥମଥର ବିଶ୍ଵ ବିଜେତା ହେଲା ଭାରତୀୟ ମହିଳା ଦଳ
·8 months ago·3 min read

Key Points
ମହିଳା ଦିନିକିଆ ବିଶ୍ଵକପ୍ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରି ବିଶ୍ଵ ବିଜେତା ହୋଇଛି । ୫୨ ରନ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ୫୨ ବର୍ଷର ବିଶ୍ଵକପ୍ ଇତିହାସରେ ଭାରତ ପ୍ରଥମଥର ଜିତିଛି ICC ମହିଳା ଦିନିକିଆ ବିଶ୍ଵକପ୍ ।
ମୁମ୍ବାଇ: ଇତିହାସ ରଚିଲା ଭାରତ । ଝିଅ ଆଣିଲେ ବିଶ୍ଵକପ୍ । ରବିବାର ନଭୀ ମୁମ୍ବାଇରେ ମହିଳା ଦିନିକିଆ ବିଶ୍ଵକପ୍ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରି ବିଶ୍ଵ ବିଜେତା ହୋଇଛି । ୫୨ ରନ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ୫୨ ବର୍ଷର ବିଶ୍ଵକପ୍ ଇତିହାସରେ ଭାରତ ପ୍ରଥମଥର ଜିତିଛି ICC ମହିଳା ଦିନିକିଆ ବିଶ୍ଵକପ୍ ।
ଭାରତୀୟ ମହିଳା ଦଳ ବିଶ୍ଵ ଚାମ୍ପିଅନ୍ ହେବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ୫୨ ବର୍ଷର ବିଶ୍ଵକପ୍ ଇତିହାସରେ ଭାରତ ତୃତୀୟଥର ପାଇଁ ଫାଇନାଲ୍କୁ ଯାଇଥିଲା । ଦକ୍ଷିଣ ଆଫ୍ରିକାକୁ ହରମନପ୍ରୀତ କୌରଙ୍କ ଟିମ୍ ୫୨ ରନ୍ରେ ମାତ୍ ଦେଇ ପ୍ରଥମଥର ବିଶ୍ଵ ଚାମ୍ପିଅନ୍ ହୋଇଛି ।
ଏଥିସହ ପଢ଼ନ୍ତୁ: ଶେଫାଳି, ଦୀପ୍ତିଙ୍କ ଅର୍ଦ୍ଧଶତକ; ଦକ୍ଷିଣ ଆଫ୍ରିକା ଆଗରେ ୨୯୯ ରନ୍ର ବିଜୟ ଲକ୍ଷ୍ୟ
ବିଶ୍ଵକପ୍ ଫାଇନାଲ୍ରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଭାରତ, ଦକ୍ଷିଣ ଆଫ୍ରିକାକୁ ଦେଇଥିଲା ୨୯୯ ରନ୍ର ବିଜୟ ଲକ୍ଷ୍ୟ । ଏହି ଟାର୍ଗେଟ୍କୁ ଚେଜ୍ କରି ୪୫.୩ ଓଭରରେ ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ୍ ହରାଇ ୨୪୬ ରନ୍ କରିବାରେ ସମର୍ଥ ହୋଇଥିଲା ।
ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୯୮ ରନ୍ ସ୍କୋର୍ କରିଛି । ଭଲ ଆରମ୍ଭ କରିଥିବା ଭାରତୀୟ ଦଳକୁ ୧୭.୪ ଓଭରରେ ପ୍ରଥମ ଝଟ୍କା ଲାଗିଥିଲା । ଦଳୀୟ ସ୍କୋର୍ ୧୦୪ ରନ୍ ହୋଇଥିବା ବେଳେ ଟ୍ରାୟନଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ଓପନର ସ୍ମୃତି ମନ୍ଧାନା । ୫୮ ବଲ୍ରେ ୪୫ ରନ୍ କରି ଆଉଟ୍ ହୋଇଥିଲେ ସ୍ମୃତି ।
ଏଥିସହ ପଢ଼ନ୍ତୁ: ଟପିଗଲେ ନୃଶଂସତାର ସବୁ ସୀମା, ସାମାନ୍ୟ ବ୍ରେଡ୍ ପାଇଁ ବଳଦକୁ ଛୁରି ଭୁସିଦେଲେ ଶିବ
ଭାରତ ପକ୍ଷରୁ ଶେଫାଳି ସର୍ବାଧିକ ୮୭ ରନ୍ କରିଥିବା ବେଳେ ଦୀପ୍ତି ଶର୍ମା ୩ଟି ଚଉକା, ଗୋଟିଏ ଛକା ସାହାଯ୍ୟରେ ୫୮ ରନ୍ ସ୍କୋର କରିଥିଲେ । କହିବାକୁ ଗଲେ ଶେଫାଳି ଓ ଦୀପ୍ତିଙ୍କ ଅର୍ଦ୍ଧଶତକ ଭାରତୀୟ ଦଳକୁ ବଡ଼ ବଳ ଦେଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟବୋଙ୍ଗା ଖାକା ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମାଲବା, କ୍ଲେର୍କ, ଟ୍ରାୟନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।
୨୯୯ ରନ୍ର ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ୯.୩ ଓଭରରେ ଲାଗିଥିଲା ପ୍ରଥମ ଝଟ୍କା । ଦଳୀୟ ସ୍କୋର୍ ୫୧ ରନ୍ ହୋଇଥିବା ବେଳେ ମାତ୍ର ୨୩ ରନ୍ରେ ଆଉଟ୍ ହୋଇଥିଲେ ତାଜମିନ୍ ବ୍ରିଟ୍ସ । ଏହା ପରେ ଦକ୍ଷିଣ ଆଫ୍ରିକାର ଗୋଟିଏ ପରେ ଗୋଟିଏ ୱିକେଟ୍ ଖସିବାରେ ଲାଗିଥିଲା ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ଲୌରା ସର୍ବାଧିକ ୧୦୧ ରନ୍ କରିଥିବା ବେଳେ ଆନେରି ୨୫ ରନ୍ କରିଥିଲେ । ୪ ଜଣ ଖେଳାଳି ୨ ଅଙ୍କ ରନ୍ ବି କରିପାରି ନଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଶେଫାଳି ବର୍ମା ୨ଟି, ଶ୍ରୀ ଚରଣୀଙ୍କୁ ଗୋଟିଏ ସଫଳତା ମିଳିଛି । ଦୀପ୍ତି ଶର୍ମା ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ଶେଫାଳିଙ୍କୁ ପ୍ଲେୟାର ଅପ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି ।
The leaders of a WORLD CUP WINNING TEAM 🫡❤️
— BCCI Women (@BCCIWomen) November 2, 2025
Captain Harmanpreet Kaur and vice-captain Smriti Mandhana soaking it all in 🏆
Scorecard ▶ https://t.co/TIbbeE4ViO#TeamIndia | #WomenInBlue | #CWC25 | #INDvSA | #Champions | @ImHarmanpreet | @mandhana_smriti pic.twitter.com/MiniHNffb1
ଭାରତୀୟ ମହିଳା ଦଳ ବିଶ୍ଵ ଚାମ୍ପିଅନ୍ ହେବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ୫୨ ବର୍ଷର ବିଶ୍ଵକପ୍ ଇତିହାସରେ ଭାରତ ତୃତୀୟଥର ପାଇଁ ଫାଇନାଲ୍କୁ ଯାଇଥିଲା । ଦକ୍ଷିଣ ଆଫ୍ରିକାକୁ ହରମନପ୍ରୀତ କୌରଙ୍କ ଟିମ୍ ୫୨ ରନ୍ରେ ମାତ୍ ଦେଇ ପ୍ରଥମଥର ବିଶ୍ଵ ଚାମ୍ପିଅନ୍ ହୋଇଛି ।
ଏଥିସହ ପଢ଼ନ୍ତୁ: ଶେଫାଳି, ଦୀପ୍ତିଙ୍କ ଅର୍ଦ୍ଧଶତକ; ଦକ୍ଷିଣ ଆଫ୍ରିକା ଆଗରେ ୨୯୯ ରନ୍ର ବିଜୟ ଲକ୍ଷ୍ୟ
ବିଶ୍ଵକପ୍ ଫାଇନାଲ୍ରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଭାରତ, ଦକ୍ଷିଣ ଆଫ୍ରିକାକୁ ଦେଇଥିଲା ୨୯୯ ରନ୍ର ବିଜୟ ଲକ୍ଷ୍ୟ । ଏହି ଟାର୍ଗେଟ୍କୁ ଚେଜ୍ କରି ୪୫.୩ ଓଭରରେ ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ୍ ହରାଇ ୨୪୬ ରନ୍ କରିବାରେ ସମର୍ଥ ହୋଇଥିଲା ।
ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୯୮ ରନ୍ ସ୍କୋର୍ କରିଛି । ଭଲ ଆରମ୍ଭ କରିଥିବା ଭାରତୀୟ ଦଳକୁ ୧୭.୪ ଓଭରରେ ପ୍ରଥମ ଝଟ୍କା ଲାଗିଥିଲା । ଦଳୀୟ ସ୍କୋର୍ ୧୦୪ ରନ୍ ହୋଇଥିବା ବେଳେ ଟ୍ରାୟନଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ଓପନର ସ୍ମୃତି ମନ୍ଧାନା । ୫୮ ବଲ୍ରେ ୪୫ ରନ୍ କରି ଆଉଟ୍ ହୋଇଥିଲେ ସ୍ମୃତି ।
ଏଥିସହ ପଢ଼ନ୍ତୁ: ଟପିଗଲେ ନୃଶଂସତାର ସବୁ ସୀମା, ସାମାନ୍ୟ ବ୍ରେଡ୍ ପାଇଁ ବଳଦକୁ ଛୁରି ଭୁସିଦେଲେ ଶିବ
ଭାରତ ପକ୍ଷରୁ ଶେଫାଳି ସର୍ବାଧିକ ୮୭ ରନ୍ କରିଥିବା ବେଳେ ଦୀପ୍ତି ଶର୍ମା ୩ଟି ଚଉକା, ଗୋଟିଏ ଛକା ସାହାଯ୍ୟରେ ୫୮ ରନ୍ ସ୍କୋର କରିଥିଲେ । କହିବାକୁ ଗଲେ ଶେଫାଳି ଓ ଦୀପ୍ତିଙ୍କ ଅର୍ଦ୍ଧଶତକ ଭାରତୀୟ ଦଳକୁ ବଡ଼ ବଳ ଦେଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟବୋଙ୍ଗା ଖାକା ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମାଲବା, କ୍ଲେର୍କ, ଟ୍ରାୟନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।
୨୯୯ ରନ୍ର ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ୯.୩ ଓଭରରେ ଲାଗିଥିଲା ପ୍ରଥମ ଝଟ୍କା । ଦଳୀୟ ସ୍କୋର୍ ୫୧ ରନ୍ ହୋଇଥିବା ବେଳେ ମାତ୍ର ୨୩ ରନ୍ରେ ଆଉଟ୍ ହୋଇଥିଲେ ତାଜମିନ୍ ବ୍ରିଟ୍ସ । ଏହା ପରେ ଦକ୍ଷିଣ ଆଫ୍ରିକାର ଗୋଟିଏ ପରେ ଗୋଟିଏ ୱିକେଟ୍ ଖସିବାରେ ଲାଗିଥିଲା ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ଲୌରା ସର୍ବାଧିକ ୧୦୧ ରନ୍ କରିଥିବା ବେଳେ ଆନେରି ୨୫ ରନ୍ କରିଥିଲେ । ୪ ଜଣ ଖେଳାଳି ୨ ଅଙ୍କ ରନ୍ ବି କରିପାରି ନଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଶେଫାଳି ବର୍ମା ୨ଟି, ଶ୍ରୀ ଚରଣୀଙ୍କୁ ଗୋଟିଏ ସଫଳତା ମିଳିଛି । ଦୀପ୍ତି ଶର୍ମା ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ଶେଫାଳିଙ୍କୁ ପ୍ଲେୟାର ଅପ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories