|
logo
Live
Argus News App
GET APP

Argus News - ଫେସବୁକ୍‌ରେ ଧମକପୂର୍ଣ୍ଣ ପୋଷ୍ଟ; ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ପରେ ଆହୁରି ବଢ଼ିଲା ସୁରକ୍ଷା

Odisha

Jagannath Temple / ଫେସବୁକ୍‌ରେ ଧମକପୂର୍ଣ୍ଣ ପୋଷ୍ଟ; ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ପରେ ଆହୁରି ବଢ଼ିଲା ସୁରକ୍ଷା

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଫେସବୁକ୍‌ରେ ଧମକପୂର୍ଣ୍ଣ ପୋଷ୍ଟ; ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ପରେ ଆହୁରି ବଢ଼ିଲା ସୁରକ୍ଷା
Puri Srimandir on High Alert After Bomb Threat Post

Key Points

ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ଠାରୁ ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଫେସବୁକ୍‌ରେ ଧମକପୂର୍ଣ୍ଣ ପୋଷ୍ଟ ପରେ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇଛି ପୋଲିସ ।
ପୁରୀ: ଶ୍ରୀମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବୁ । ଫେସବୁକ୍‌ରେ କରାଯାଇଛି ଏମିତି ଧମକପୂର୍ଣ୍ଣ ପୋଷ୍ଟ । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ଠାରୁ ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଫେସବୁକ୍‌ରେ ଧମକପୂର୍ଣ୍ଣ ପୋଷ୍ଟ ପରେ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇଛି ପୋଲିସ ।

ଏନେଇ ପୁରୀ ଏସ୍‌ପି ପ୍ରତୀକ ସିଂହ କହିଛନ୍ତି, "ଗୋଟିଏ ଫେସବୁକ୍ ଆକାଉଣ୍ଟରେ ଧମକପୂର୍ଣ୍ଣ ମେସେଜ ଦିଆ ଯାଇଥିଲା । ୨ରୁ ୩ ଦିନ ତଳେ ଧମକପୂର୍ଣ୍ଣ ପୋଷ୍ଟ ପରେ ପୋଲିସ ଫେସବୁକ୍ ଲେଟର୍ ପଠାଇଛି । କିଏ ଏଭଳି ପୋଷ୍ଟ କରିଛି ଜାଣିବା ଲାଗି ସ୍ଵତନ୍ତ୍ର ଟିମ୍ ଗଠନ କରିଛୁ ।"

ଏଥିସହ ପଢ଼ନ୍ତୁ: ଥଟ୍ଟା ମଜାରୁ ଭୁବନେଶ୍ଵରରେ ଭଣଜାକୁ ହତ୍ୟା; ବଲାଙ୍ଗିରରେ କୋଦାଳ ଆକ୍ରମଣରେ ମାମୁ ମୃତ

ଏସ୍‌ପି କହିଛନ୍ତି, "ଶ୍ରୀମନ୍ଦିର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ପ୍ରବେଶରୁ ପ୍ରସ୍ଥାନ ନେଇ ନଜର ରଖିଛି ପୋଲିସ । ଶ୍ରୀମନ୍ଦିର ସୁରକ୍ଷା ବାହିନୀ ସହ ସମସ୍ତେ ଆଲର୍ଟ ରହିଛନ୍ତି । ବିଡି ସ୍କ୍ଵାଡ୍ ସହ ବୋମା ନିଷ୍କ୍ରିୟକାରୀ ଦଳ ତନ୍ନ ତନ୍ନ କରି ନିୟମିତ ଯାଞ୍ଚ କରୁଛନ୍ତି ।"

ତେବେ କିଏ ଧମକପୂର୍ଣ୍ଣ ପୋଷ୍ଟ କରିଥିଲା ପୋଲିସ ଯାଞ୍ଚ କରୁଛି । ମାମଲାରେ ପୋଲିସ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି । କେଉଁ ଆଇପି ଆଡ୍ରେସ୍‌ରୁ ପୋଷ୍ଟ କରାଯାଇଥିଲା, ତାହା ପଛରେ କିଏ ଅଛି । ସବୁ ଦିଗକୁ ନେଇ ପୋଲିସ ଖୋଳତାଡ଼ ଜାରି ରଖିଥିବା ଏସ୍‌ପି କହିଛନ୍ତି ।

ଏଥିସହ ପଢ଼ନ୍ତୁ: ନିର୍ବାଚନୀ ବଣ୍ଡ ବନ୍ଦ ପରେ ବି BJPକୁ ବିପୁଳ ଚାନ୍ଦା; ବର୍ଷକରେ ମିଳିଛି ୬, ୧୨୫ କୋଟି, କଂଗ୍ରେସ କେଉଁଠି ?

ଶ୍ରୀମନ୍ଦିରକୁ ନେଇ ଧମକପୂର୍ଣ୍ଣ ପୋଷ୍ଟକୁ ନେଇ ସେବାୟତ କହିଛନ୍ତି, "ଏହା ନିହାତି ନିନ୍ଦନୀୟ ଘଟଣା । ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବା ପୋଷ୍ଟ କରିବା ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଉଛି । ଏହା ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯାଉ ।"

ତେବେ ଫେସବୁକ୍‌ରେ ଶ୍ରୀମନ୍ଦିରକୁ ଉଡ଼ାଇଦେବାକୁ ଧମକ ଦେଇ ପୋଷ୍ଟ କରିଥିବା ଜୁଲି ରାଣୀ ପଣ୍ଡା କିଏ ? ପୁରୀର ବାସିନ୍ଦାକି ଏହି ଜୁଲି ରାଣୀ ପଣ୍ଡା ? ନା ଜୁଲି ନାଁ ପଛରେ ଲୁଚି ରହିଛନ୍ତି କେହି ଅନ୍ୟ ଦୁର୍ବୃତ୍ତ ? ଫେସବୁକ୍‌ ପୋଷ୍ଟରେ ଧମକକୁ ପୋଲିସ ଗମ୍ଭୀରତାର ସହ ନେଇ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Jagannath Temple: ଫେସବୁକ୍‌ରେ ଧମକପୂର୍ଣ୍ଣ ପୋଷ୍ଟ; ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ପରେ ଆହୁରି ବଢ଼ିଲା ସୁରକ୍ଷା | Argus News