|
logo
Live
Argus News App
GET APP

Argus News - ନିର୍ବାଚନୀ ବଣ୍ଡ ବନ୍ଦ ପରେ ବି BJPକୁ ବିପୁଳ ଚାନ୍ଦା; ବର୍ଷକରେ ମିଳିଛି ୬, ୧୨୫ କୋଟି, କଂଗ୍ରେସ କେଉଁଠି ?

Politics

Political Funding / ନିର୍ବାଚନୀ ବଣ୍ଡ ବନ୍ଦ ପରେ ବି BJPକୁ ବିପୁଳ ଚାନ୍ଦା; ବର୍ଷକରେ ମିଳିଛି ୬, ୧୨୫ କୋଟି, କଂଗ୍ରେସ କେଉଁଠି ?

Sushanta Sahoo
Browse all articles by Sushanta Sahoo
·2 months ago·2 min read
ନିର୍ବାଚନୀ ବଣ୍ଡ ବନ୍ଦ ପରେ ବି BJPକୁ ବିପୁଳ ଚାନ୍ଦା; ବର୍ଷକରେ ମିଳିଛି ୬, ୧୨୫ କୋଟି, କଂଗ୍ରେସ କେଉଁଠି ?
BJP Bags ₹6,125 Crore in Donations Post Bonds Ban

Key Points

ବିଜେପି ୨୦୨୪-୨୫ ଆର୍ଥିକ ବର୍ଷରେ ୬, ୧୨୫ କୋଟିର ସ୍ଵେଚ୍ଛାକୃତ ଅନୁଦାନ ପାଇଛି । ଯାହାକି ଗତବର୍ଷ ମିଳିଥିବା ଚାନ୍ଦାଠାରୁ ୫୪ ପ୍ରତିଶତ ଅଧିକ ଅଟେ ।
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଫେବ୍ରୁଆରୀ ୨୦୨୪ରେ ନିର୍ବାଚନୀ ବଣ୍ଡ ଯୋଜନା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହା ପରେ ଆଶଙ୍କା କରାଯାଉଥିଲା ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦା ହ୍ରାସ ପାଇବ କିନ୍ତୁ ପରିଣାମ ଓଲଟା ଦେଖିବାକୁ ମିଳିଛି ।

୨୦୨୪-୨୫ ବର୍ଷରେ ନିର୍ବାଚନୀ ବଣ୍ଡ ବନ୍ଦ ପରେ ବି ବିଜେପିର ଆୟ ବଢ଼ିଛି । ବିଜେପି ୨୦୨୪-୨୫ ଆର୍ଥିକ ବର୍ଷରେ ୬, ୧୨୫ କୋଟିର ସ୍ଵେଚ୍ଛାକୃତ ଅନୁଦାନ ପାଇଛି । ଯାହାକି ଗତବର୍ଷ ମିଳିଥିବା ଚାନ୍ଦାଠାରୁ ୫୪ ପ୍ରତିଶତ ଅଧିକ ଅଟେ ।

ଏଥିସହ ପଢ଼ନ୍ତୁ: ଯୁବ କଂଗ୍ରେସ ନେତାଙ୍କ ସନ୍ଦେହଜନକ ମୃତ୍ୟୁ; ନିଜକୁ ନିଜେ କରିଦେଲେ ଗୁଳି !

ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଆର୍ଥିକ ବର୍ଷରେ ବିଜେପିକୁ ପ୍ରାୟ ୬, ୧୨୫ କୋଟି ସ୍ଵେଚ୍ଛାକୃତ ଅନୁଦାନ ମିଳିଛି । ଯାହାକି ଗତବର୍ଷ ମିଳିଥିବା ୩ ହଜାର ୯୬୭ କୋଟି ଠାରୁ ପ୍ରାୟ ୫୪ ପ୍ରତିଶତ ଅଧିକ । ବିଜେପି ଏହି ବର୍ଷ ୨ ହଜାର ୧୫୮ କୋଟି ଅଧିକ ଚାନ୍ଦା ପାଇଛି ।

କମ୍ପାନୀ ଦାନରୁ ଆୟ ବୃଦ୍ଧି

୨୦୨୩-୨୪ ବର୍ଷରେ ବିଜେପି ନିର୍ବାଚନୀ ବଣ୍ଡ ଜରିଆରେ ପ୍ରାୟ ୧ ହଜାର ୬୮୬ କୋଟି ଟଙ୍କା ଚାନ୍ଦା ସଂଗ୍ରହ କରିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିର୍ବାଚନୀ ବଣ୍ଡ ବନ୍ଦ ହେବା ପରେ କମ୍ପାନୀ ଓ ସଂଗଠନରୁ ମିଳୁଥିବା ଦାନ ପ୍ରାୟ ୩ ଗୁଣ ବଢ଼ିଛି ।

ବିଜେପିର ବାର୍ଷିକ ଅଡିଟ୍ ରିପୋର୍ଟ ଅନୁସାରେ, ୨୦୨୪-୨୫ରେ କମ୍ପାନୀ ଦାନରୁ ୫ ହଜାର ୪୨୨ କୋଟି ଟଙ୍କା ମିଳିଛି । ଯେତେବେଳେ କି ୨୦୨୩-୨୪ରେ ଏହା ୧ ହଜାର ୮୮୫ କୋଟି ରହିଥିଲା ।

କଂଗ୍ରେସକୁ କମୁଛି ଚାନ୍ଦା

ସେହିଭଳି ୨୦୨୪-୨୫ରେ କଂଗ୍ରେସର ମୋଟ ଆୟ ୯୧୮ କୋଟି ରହିଛି । କଂଗ୍ରେସ ଦଳ ୧୧୨୩ କୋଟି ଖର୍ଚ୍ଚ କରିଛି । ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ମିଳୁଥିବା ଦାନ ରାଶି ପ୍ରାୟ ୫୪ ପ୍ରତିଶତ ହ୍ରାସ୍ ପାଇଛି ।

କଂଗ୍ରେସ ୨୦୨୩-୨୪ରେ ୧୧୩୦ କୋଟି ଟଙ୍କା ପାଇଥିଲା । ୨୦୨୪-୨୫ରେ କଂଗ୍ରେସକୁ ମିଳିଥିଲା ପ୍ରାୟ ୫୨୨ କୋଟି । କୁହାଯାଉଛି, ନିର୍ବାଚନୀ ବଣ୍ଡ ବନ୍ଦର ପ୍ରଭାବ ପଡ଼ିଛି କଂଗ୍ରେସ ଉପରେ । କାରଣ କଂଗ୍ରେସ ୨୦୨୩-୨୪ରେ ନିର୍ବାଚନୀ ବଣ୍ଡ ଜରିଆରେ ପ୍ରାୟ ୮୨୮ କୋଟି ଆୟ କରିଥିଲା ।

ଏଥିସହ ପଢ଼ନ୍ତୁ: ଲେବଲ୍ ୧ରୁ ୧୮ ପର୍ଯ୍ୟନ୍ତ... ଅଷ୍ଟମ ବେତନ କମିଶନରେ କାହା ଦରମା, କେତେ ବଢ଼ିବ ? ଜାଣନ୍ତୁ

ବିଜେପି ବ୍ୟକ୍ତିଗତ ଦାନରୁ ଗତବର୍ଷ ୬୪୧ କୋଟି ପାଇଥିଲା । ଯାହାକି ୨୦୨୩-୨୪ରେ ମିଳିଥିବା ୨୪୦ କୋଟି ଠାରୁ ଢେର୍ ଅଧିକ । ୨୦୨୪-୨୫ରେ ବିଜେପି ମୋଟ ୬ ହଜାର ୭୬୮ କୋଟି ପାଇଥିଲା । ଯେଉଁଥିରେ ୬ ହଜାର ୧୨୫ କୋଟି ସ୍ଵେଚ୍ଛାକୃତ ଦାନ, ୬୩୪ କୋଟି ବ୍ୟାଙ୍କ ସୁଧ, ୫,୭ କୋଟି ଶୁଳ୍କ ଓ ସଦସ୍ୟତା ଏବଂ ୪.୫ କୋଟି ଅନ୍ୟ ଆୟ ସାମିଲ ।

ସେହିଭଳି ଖର୍ଚ୍ଚ କଥା କହିଲେ ୨୦୨୪-୨୫ରେ ବିଜେପି ୩ ହଜାର ୭୭୫ କୋଟି ଖର୍ଚ୍ଚ କରିଛି । ଯେଉଁଥିରେ ୩ ହଜାର ୩୩୫ କୋଟି ନିର୍ବାଚନ ପ୍ରଚାରରେ ଖର୍ଚ୍ଚ ହୋଇଛି । ଯାହାକି ୨୦୨୩-୨୪ରେ ଖର୍ଚ୍ଚ ୧ ହଜାର ୭୫୪ କୋଟି ଠାରୁ ପ୍ରାୟ ଦୁଇ ଗୁଣ । ସେହିଭଳି କଂଗ୍ରେସ ୨୦୨୪-୨୫ରେ ନିର୍ବାଚନୀ ପ୍ରଚାରରେ ୮୯୬ କୋଟି ଖର୍ଚ୍ଚ କରିଛି । ଯାହା ୨୦୨୩-୨୪ରେ ଖର୍ଚ୍ଚ ୬୨୦ କୋଟିଠୁ ଅଧିକ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Political Funding: ନିର୍ବାଚନୀ ବଣ୍ଡ ବନ୍ଦ ପରେ ବି BJPକୁ ବିପୁଳ ଚାନ୍ଦା; ବର୍ଷକରେ ମିଳିଛି ୬, ୧୨୫ କୋଟି, କଂଗ୍ରେସ କେଉଁଠି ? | Argus News