Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rajya Sabha Election / ସନ୍ତୃପ୍ତ ମିଶ୍ର ଓ ଡକ୍ଚର ଦତ୍ତେଶ୍ଵର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲେ ନବୀନ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ସନ୍ତୃପ୍ତ ମିଶ୍ର ଓ ଡକ୍ଚର ଦତ୍ତେଶ୍ଵର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲେ ନବୀନ
Odisha Rajya Sabha Election

Key Points

ରାଜ୍ୟସଭା ନିର୍ବାଚନ ପାଇଁ ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି
ବରିଷ୍ଠ ନେତା ଡ. ସନ୍ତୃପ୍ତ ମିଶ୍ରଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା
ପ୍ରସିଦ୍ଧ ୟୁରୋଲୋଜିଷ୍ଟ ଡକ୍ଟର ଦତ୍ତେଶ୍ଵର ହୋତାଙ୍କୁ ପ୍ରାର୍ଥୀ କଲା ଦଳ
୨ ଜଣଙ୍କ ନାଁ ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ
ଭୁବନେଶ୍ଵର: ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି ଘୋଷଣା କରିଛି ପ୍ରାର୍ଥୀ । ବିଜୁ ଜନତା ଦଳ (BJD) ପକ୍ଷରୁ ରାଜ୍ୟସଭା ପାଇଁ ୨ ଜଣଙ୍କ ନାଁ ଘୋଷଣା କରାଯାଇଛି ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ସନ୍ତୃପ୍ତ ମିଶ୍ରଙ୍କ ସହ ଡକ୍ଟର ଦତ୍ତେଶ୍ଵର ହୋତାଙ୍କ ନାଁ ଘୋଷଣା କରିଛନ୍ତି । ବରିଷ୍ଠ ବିଜେଡି ନେତା ଡ. ସନ୍ତୃପ୍ତ ମିଶ୍ରଙ୍କ ସହ ପ୍ରସିଦ୍ଧ ୟୁରୋଲୋଜିଷ୍ଟ ଡକ୍ଟର ଦତ୍ତେଶ୍ଵର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେଡି ।

ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ୩ ଆସନ ଦଖଲ ନେଇ ବିଜେପିର ଦମ୍ଭୋକ୍ତି

ସନ୍ତୃପ୍ତ ମିଶ୍ର ଓ ଡକ୍ଚର ଦତ୍ତେଶ୍ଵର ହୋତାଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି, "ତୃତୀୟ ଆସନ ପାଇଁ ଡ. ସନ୍ତୃ ମିଶ୍ର ପ୍ରାର୍ଥୀ ହୋଇଛନ୍ତି । ଚତୁର୍ଥ ଆସନ ପାଇଁ ଦତ୍ତେଶ୍ଵର ହୋତାଙ୍କୁ ଦଳ ପ୍ରାର୍ଥୀ କରିଛି ।"

ସନ୍ତୃପ୍ତ ମିଶ୍ର କିଏ ?

୨୦୨୪ ଫେବ୍ରୁଆରୀରେ ବିଜେଡିରେ ଯୋଗ ଦେଇଥିଲେ ସନ୍ତୃପ୍ତ ମିଶ୍ର । ଦଳ ତାଙ୍କୁ ଜାତୀୟ ମୁଖପାତ୍ର ନିଯୁକ୍ତ କରିଥିଲା । ବିଜେଡିରେ ସାମିଲ୍ ହେବା ପୂର୍ବରୁ ସନ୍ତୃପ୍ତ ଜଣେ କର୍ପୋରେଟ୍ ଲିଡର ଭାବେ ଜଣାଶୁଣା । ବିଜେଡିର ମିଶିବା ପରେ ସନ୍ତୃପ୍ତ ୨୦୨୪ ଲୋକସଭା ନିର୍ବାଚନରେ କଟକରୁ ଲଢ଼ି ପରାଜିତ ହୋଇଥିଲେ । 

ଡକ୍ଟର ଦତ୍ତେଶ୍ଵର ହୋତା କିଏ ?

ଡକ୍ଟର ହୋତା ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ଡାକ୍ତର । ସେ ଡିଏମଇଟି (DMET) ନିର୍ଦ୍ଦେଶକ ଭାବେ ଓଡ଼ିଶା ସରକାରର ଦାୟିତ୍ଵ ତୁଲାଇ ସାରିଛନ୍ତି । ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ଡିନ୍ ଓ ଅଧ୍ୟକ୍ଷ ଥିଲେ ଡକ୍ଟର ଦତ୍ତେଶ୍ଵର ହୋତା । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଥିଲେ ।

କାହାକୁ ପ୍ରାର୍ଥୀ କରିବ ବିଜେପି ?

ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଜାତୀୟ ଦଳରେ ସଂସଦୀୟ ବୋର୍ଡ ନିଷ୍ପତ୍ତି ନିଏ । ସେମାନେ ଯାହା ତଥ୍ୟ, ମତାମତ ମାଗିଥିଲେ ଦେଇ ସାରିଛୁ । ସେମାନେ ନିଷ୍ପତ୍ତି ନେବେ, ବିଜେଡି ଓ କଂଗ୍ରେସ ତାଙ୍କ ରଣନୀତି କରୁଛନ୍ତି l ଆମେ ଆମ ରଣନୀତି ପ୍ରସ୍ତୁତ କରୁଛୁ ।"

ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନ ପ୍ରକିୟା, ବିଜେଡି ନେଲା ୬ ସେଟ୍ ଫର୍ମ

ଖାଲି ହେଉଥିବା ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ହେବ ହେବ ନିର୍ବାଚନ । ମାର୍ଚ୍ଚ ୫ ତାରିଖ ଯାଏ ନାମାଙ୍କନ ଦାଖଲ କରି ପାରିବେ ପ୍ରାର୍ଥୀ । ମାର୍ଚ୍ଚ ୬ରେ ନାମାଙ୍କନ ଯାଞ୍ଚ ଓ ୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ରହିଛି ଶେଷ ଦିନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored