Crime In Odisha / ଡେଲିଭରି ବୟଙ୍କୁ ହତ୍ୟା କରି ବିଲରେ ଫିଙ୍ଗିଦେଲେ ! ନିଖୋଜର ୨ ଦିନ ପରେ ମୃତଦେହ ଠାବ
·3 months ago·2 min read

Key Points
ରାଜଧାନୀ ଭୁବନେଶ୍ଵରରେ ଜଣେ ଡେଲିଭରି ବୟଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ପାଣ୍ଡରା ନିକଟରେ ଥିବା ବିଲ ଭିତର ପାଚେରୀ କଡ଼ରୁ ମୃତଦେହ ମିଳିଛି ।
ଭୁବନେଶ୍ଵର: ଅର୍ଡର ଧରି ପହଞ୍ଚାଇବାକୁ ବାହାରିଥିଲେ । ଗ୍ରାହକଙ୍କ ସହ କମ୍ପାନୀରୁ କଲ୍ ପରେ କଲ୍ ଆସୁଥିଲା । ହେଲେ ଅର୍ଡର ନେଇ ପହଞ୍ଚାଇ ପାରିଲେନି । ଅଧା ରାସ୍ତାରୁ ନିଖୋଜ ହୋଇଗଲେ ଡେଲିଭରି ବୟ । ଆଉ ନିଖୋଜର ୨ ଦିନ ପରେ ବିଲ ଭିତରୁ ମିଳିଛି ଡେଲିଭରି ବୟଙ୍କ ମୃତଦେହ ।
ରାଜଧାନୀ ଭୁବନେଶ୍ଵରରେ ଜଣେ ଡେଲିଭରି ବୟଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ପାଣ୍ଡରା ନିକଟରେ ଥିବା ବିଲ ଭିତର ପାଚେରୀ କଡ଼ରୁ ମୃତଦେହ ମିଳିଛି । ମୃତକ ଏକ ଡେଲିଭରି ସଂସ୍ଥାରେ କାମ କରୁଥିଲେ ।
ଏଥିସହ ପଢ଼ନ୍ତୁ: ସ୍ତ୍ରୀ ଗର୍ଭ ନଷ୍ଟ ହେଲା ବୋଲି ମାଆକୁ ମାରିଦେଲା ଜହ୍ଲାଦ ପୁଅ
ଦୁଇ ଦନ ତଳେ ନୀଳାମ୍ବର ଭୋଇ ନିଖୋଜ ଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ପରିବାର । ଗୁରୁବାର ପାଣ୍ଡରା ନିକଟ ବିଲରୁ ଡେଲିଭରି ବୟ ନୀଳାମ୍ବରଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି ।
ନୀଳାମ୍ବର ଭୋଇଙ୍କ ବେକରେ ଏକ କପଡ଼ା ଗୁଡା ଯାଇଥିବା ବେଳେ ପାଖରେ ଏକ ପାଣି ବୋତଲ ସହ ସାଇକେଲ୍ ପଡ଼ିଛି । ମୁଖ୍ୟ ରାସ୍ତା ଠାରୁ ବିଲ ଭିତରେ ୧୦୦ମିଟର ଦୂରରେ ମୃତଦେହ ପଡ଼ିଛି । ମଞ୍ଚେଶ୍ଵର ଥାନା ପୋଲିସ, ସାଇଣ୍ଟିଫିକ୍ ଟିମ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଏଥିସହ ପଢ଼ନ୍ତୁ: ପରିବହନ ବିଭାଗର ବଡ଼ ଘୋଷଣା; ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ଛାଡ଼ ହେବ ଜରିମାନା
ମୃତକ ଯୁବକଙ୍କ ଘର ଲକ୍ଷ୍ମୀସାଗର ଥାନା ଅଞ୍ଚଳର । ସେ ଏକ ଅନଲାଇନ ଡେଲିଭେରି ସଂସ୍ଥାରେ କାମ କରୁଥିଲେ । ଦୁଇ ବର୍ଷ ହେବ ମହାଦେବ ନଗରରେ ରହୁଥିଲେ । ୨ ଦିନ ତଳେ ସେ ଘରକୁ ନ ଫେରିବାରୁ ପରିବାର ଲୋକ ଲକ୍ଷ୍ମୀସାଗର ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ ।
ନିଖୋଜ ନେଇ ଏତଲା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଡେଲିଭରି ବୟଙ୍କ ମୋବାଇଲ ଟ୍ରାକିଂ ପରେ ଗୁରୁବାର ମୃତଦେହ ମିଳିଛି । ତେବେ ଡେଲିଭରି ବୟଙ୍କୁ ହତ୍ୟା କରାଯାଇଛି ନା ମୃତ୍ୟୁ ସ୍ଵାଭାବିକ ସ୍ପଷ୍ଟ ହୋଇ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories