Scrub Typhus / ଅନୁଗୋଳ ପରେ କଟକରେ ଜୀବନ ନେଲା ସ୍କ୍ରବ୍ ଟାଇଫସ୍
·13 hours ago·2 min read

Key Points
ଅନୁଗୋଳ ଜିଲ୍ଲାର ପାଲଲହଡ଼ା ପରେ କଟକ ଜିଲ୍ଲାର ବଡ଼ମ୍ବା-ନରସିଂହପୁର ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ଦେଖା ଦେଇଛି । ନରସିଂହପୁରରେ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ ହୋଇଛି ।
ବଡ଼ମ୍ବା (କଟକ): ଓଡ଼ିଶାରେ ଆତଙ୍କ । ଜୀବନ ନେଉଛି ସ୍କ୍ରବ୍ ଟାଇଫସ୍ । ଅନୁଗୋଳ ଜିଲ୍ଲାର ପାଲଲହଡ଼ା ପରେ କଟକ ଜିଲ୍ଲାର ବଡ଼ମ୍ବା-ନରସିଂହପୁର ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ଦେଖା ଦେଇଛି । ନରସିଂହପୁରରେ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ନରସିଂହପୁର ବ୍ଲକ ଚକ୍ରଗଡ଼ ଗ୍ରାମରେ ସ୍କ୍ରବ୍ ଟାଇଫସ୍ରେ ଜଣେ ଆଖି ବୁଜିଛନ୍ତି । ମୃତକ ଚକ୍ରଗଡ଼ ଗାଁର ୫୫ ବର୍ଷୀୟ ବିଜୟ କୁମାର ଲେଙ୍କା ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ଗାଁରେ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍; ଘର ଘର ବୁଲି ପରୀକ୍ଷା କରୁଛି ଡାକ୍ତରୀ ଟିମ୍
ଚିଗର୍ ବା ଲାର୍ଭାଲ୍ ମାଇଟ୍ କାମୁଡ଼ିବା ଦ୍ୱାରା ଏହି ସଂକ୍ରାମକ ରୋଗ ବ୍ୟାପିଥାଏ । ଏଥିରେ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା ଏବଂ ଶରୀର ଦୁର୍ବଳ ହେବା ଭଳି ଲକ୍ଷଣ ଦେଖାଯାଏ । ବିଶେଷକରି ଚାଷଜମି କିମ୍ବା ଜଙ୍ଗଲିଆ ଅଞ୍ଚଳରେ ଏହା ଦେଇଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେଣୁ, ଚାଷ କାମ କରୁଥିବା ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ । ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି ।
ଭାରତ ସହ ଚୀନ, ଜାପାନ, ଉତ୍ତର ଅଷ୍ଟ୍ରେଲିଆ ଓ ପାକିସ୍ତାନରେ ଏହି ଚିଗର୍ ଦେଖା ଯାଇଥାଏ । ଏହା କାମୁଡ଼ିଲେ ସ୍କ୍ରବ୍ ଟାଇଫସ୍ ହେଉଥିବା ବେଳେ ସଠିକ୍ ସମୟରେ ଚିକିତ୍ସା ନ କଲେ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହେବା ସହ ମୃତ୍ୟୁ ହୋଇଥାଏ ।
କେମିତି ଜାଣିବେ ?
ଚିଗର୍ କାମୁଡ଼ିବାର ପ୍ରାୟ ୧୦ ଦିନ ମଧ୍ୟରେ ଲକ୍ଷଣ ଦେଖା ଯାଇଥାଏ । ଚିଗର୍ କାମୁଡ଼ିଥିବା ସ୍ଥାନ କଳା ପଡ଼ିଯାଇଥାଏ । ହଠାତ୍ ପ୍ରଜଳ ଜ୍ଵର ଆସିବା ସହ ଜୋର୍ରେ ଥଣ୍ଡା ଲାଗିଥାଏ । ଶରୀରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
ସ୍କ୍ରବ୍ ଟାଇଫସ୍ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟାକ୍ସିନ୍ ଆସି ନାହିଁ । କିନ୍ତୁ ସମୟରେ ଏହି ରୋଗ ଚିହ୍ନଟ ହେଲେ ନିରାକାରଣ ବା ସୁସ୍ଥ ହେବାର ସମ୍ଭାବନା ଅଧିକ । ତେଣୁ ଚାଷ କାର୍ଯ୍ୟ ସମୟରେ ଚାଷୀ ହାତ ଓ ଗୋଡ଼କୁ ଘୋଡ଼ାଇଲା ଭଳି ଲମ୍ବ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିବା ଉଚିତ୍ ।
ଏଥିସହ ପଢ଼ନ୍ତୁ: ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ; ୨୦ ହଜାର ଲାଞ୍ଚରୁ ମିଳିଲା ନଗଦ ₹୭ ଲକ୍ଷ ଟଙ୍କା

ଏହା ପୂର୍ବରୁ ଅନୁଗୋଳ ଜିଲ୍ଲାର ପାଳଲହଡ଼ାରେ ସ୍କ୍ରବ ଟାଇଫସ୍ ବ୍ଯାପିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା ୨୯ ଜଣ ଆକ୍ରନ୍ତ ହୋଇଛନ୍ତି । ତୃତୀୟ ଦିନରେ ଡାକ୍ତରୀ ଟିମ ସାନବାଗଦରୀ ଗାଁରେ ପହଞ୍ଚି ନମୁନା ସଂଗ୍ରହ ଜାରି ରଖିଛି । ଗାଁର ପ୍ରତ୍ୟକ ଘର ଓ ଚାରିପଟେ ଥିବା ନାଳ ନର୍ଦ୍ଦମାରେ କୀଟନାଶକ ଔଷଧ ସିଞ୍ଚନ କରାଯାଉଛି ।
Related Topics
Explore more stories