Pitabash Panda Murder Mystery / ପୀତବାସ ପଣ୍ଡା ହତ୍ୟା ମାମଲା, ଜଣେ CISF ଯବାନ ସହ ୩ ଜଣ ଅଟକ

Key Points
ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୩ ଅଟକ । ଜଣେ CISF ଯବାନ ସହ ୩ ଜଣଙ୍କୁ ଅଟକ ରଖିଲା ପୋଲିସ । ୬୦ରୁ ଅଧିକ CCTV ଯାଞ୍ଚ ।
ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ହତ୍ୟାକାଣ୍ଡରେ ଜଣେ CISF ଯବାନ ସହ ୩ ଜଣ ଅଟକ ଅଛନ୍ତି । ଏହି ଘଟଣାରେ ୬୦ରୁ ଅଧିକ CCTV ଯାଞ୍ଚ କରୁଛି ପୋଲିସ । ରାଜ୍ୟ ବାହାରକୁ ଗୋଟିଏ ଟିମ୍ ଯାଇଥିବା ସୂଚନା ମିଳିଛି । କଲ୍ ଡିଟେଲସରୁ ବଡ଼ ପ୍ରମାଣ ମିଳୁଛି ବୋଲି ସୂଚନା ମିଳିଛି ।
ତେବେ ଏ ସମ୍ବେଦନଶୀଳ ମର୍ଡର ମିଷ୍ଟ୍ରି ପଛରେ କ'ଣ ଥାଇପାରେ ମୂଳ କାରଣ ? ଦୋଷୀ କିଏ ? କିଏ ଦେଇଥିଲେ ସୁପାରୀ ? କାହା ପ୍ରରୋଚନାରେ ହୋଇଥିଲା ହତ୍ୟାକାଣ୍ଡ ? ଧଳା ସାର୍ଟ ହେଲମେଟ୍ ପିନ୍ଧି ଆସିଥିବା ଦୁଇ ହତ୍ୟାକାରୀ କିଏ ? ଦେଶୀ ବନ୍ଧୁକରେ ପଏଣ୍ଟ ଜିରୋରୁ କିଏ ମାରିଲା ଗୁଳି ? ହତ୍ୟା ପଛରେ ରାଜନୈତିକ, ବ୍ୟକ୍ତିଗତ ନା ରହିଛି ବୃତ୍ତିଗତ କାରଣ ? କ'ଣ ହୋଇପାରେ ମର୍ଡର ପଛର ମୋଟିଭ୍ ? ହତ୍ୟାକାଣ୍ଡର ମୂଳକୁ କେବେ ପହଞ୍ଚିବ ପୋଲିସ ? ଏମିତି ଅନେକ ପ୍ରଶ୍ନ ସାମନାକୁ ଆସିଛି ।
ଅଧିକ ପଢ଼ନ୍ତୁ: ଅଜବ ମଣିଷ ! ଶାଶୁକୁ କହୁଛି ଶାଳୀକୁ କରିବ ବିବାହ.. ଜାଣନ୍ତୁ ପୁରା କାହାଣୀ
ଏସବୁ ମଧ୍ୟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ପୀତବାସଙ୍କ ଘନିଷ୍ଠ ସହଯୋଗୀ ବାଲାଜୀ ଦୋରା । ସେ କହିଛନ୍ତି, ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ପଛରେ ରହିଛି ପଲଟିକାଲ୍ ଲିଙ୍କ୍ । ତେବେ ବାଲାଜୀଙ୍କ ବିସ୍ପୋରକ ବୟାନ୍ ପରେ ଘଟଣାକୁ ନେଇ ଉଠିଲା ପ୍ରଶ୍ନ ? କାହିଁକି ବାଲାଜୀଙ୍କ ସନ୍ଦେହ ଆସିଲା ରାଜନୀତିର ପ୍ରେସର ଉପରେ ? କେଉଁ ରାଜନୈତିକ ନେତାଙ୍କ ସହ ପୀତାବାସଙ୍କର ରହିଥିଲା କି ଶତ୍ରୁତା ? କାହା ସହ ପୀତବାସଙ୍କର ହୋଇଥିଲା କି ତୁତୁ ମେଁ ମେଁ ? ରାଜନୈତିକ ନେତାଙ୍କ ପ୍ରରୋଚନାରେ ଲାଗିଥିଲା କି ସୁପାରୀ କିଲର ?
📱 Get Argus News App
✨ସେପଟେ ଏହି ହାଇଫ୍ରୋଫାଇଲ୍ ମର୍ଡର କେସକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ଆଉ ଏପରି ସ୍ଥିତିରେ ଅର୍ଗସ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ପୀତବାସଙ୍କ ପୁଅ ସୌରଭ ପଣ୍ଡା । ଆଉ ସେ କହିଛନ୍ତି, ମୋ ବାପାଙ୍କୁ ନ୍ୟାୟ ଦିଅନ୍ତୁ । ଏହାକୁ ସାଧାରଣ ଘଟଣା ଭାବେ ଗ୍ରହଣ କରନ୍ତୁ ନାହିଁ । ମୋ ବାପା ଜଣେ ଭଲ ଲୋକ, ସାଧାରଣ ଜନତାଙ୍କ ପାଇଁ କାମ କରୁଥିଲେ । ସ୍ବାଭାବିକ ଭାବେ ଜଣେ ଘରୁ ଯେପରି ଯାଆନ୍ତି, ଘଟଣାଦିନ ବାପା ସେମିତି ଯାଇଥିଲେ । ତା ଭିତରେ ଏଭଳି ଘଟିଗଲା, ଆମେ ବିଶ୍ବାସ କରିପାରୁନୁ । ରାଜ୍ୟ ସରକାରଙ୍କ ପାଖରେ ନ୍ୟାୟ ପାଇଁ ଅନୁରୋଧ କରୁଛି । ଘଟଣାକୁ ସରକାର ହାଲୁକା ଭାବରେ ନ ନେବାଲାଗି ଅନୁରୋଧ । ଅଭିଯୁକ୍ତକୁ ଧରି ଉଚିତ୍ ଦଣ୍ଡ ଦିଅନ୍ତୁ ବୋଲି ପୀତବାସ ପଣ୍ଡାଙ୍କ ପୁଅ କହିଛନ୍ତି ।
ଅନ୍ୟପଟେ ପୀତବାସଙ୍କ ହତ୍ୟା ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ । ସାରା ରାଜ୍ୟରେ ବାର୍ ଆସୋସିଏସନର କଲମ ଛାଡ ଆନ୍ଦୋଳନ । ଆଉ ଏପରି ସ୍ଥିତିରେ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ୬ଟି ଟିମ୍ । ବରିଷ୍ଠ ଅଧିକାରୀ, ଦୁଇ ଜଣ DSPଙ୍କ ସହ ଅଭିଜ୍ଞତା ସମ୍ପର୍ଣ୍ଣ ଅଫିସରଙ୍କୁ ଟିମ୍ରେ ନିୟୋଜିତ କରାଯାଇଛି ।
Related Topics
Explore more stories