|
logo
Live
Argus News App
GET APP

Argus News - ଦିନର ଭିଡ଼ରେ ନିଆଁ ଲାଗିଥିଲେ କ'ଣ ହୋଇଥାନ୍ତା ? ଜଳିଗଲା ୪୦ ଦୋକାନ, ଥାନା ବି ବାଦ୍ ପଡ଼ିଲାନି

Odisha

Fire In Market / ଦିନର ଭିଡ଼ରେ ନିଆଁ ଲାଗିଥିଲେ କ'ଣ ହୋଇଥାନ୍ତା ? ଜଳିଗଲା ୪୦ ଦୋକାନ, ଥାନା ବି ବାଦ୍ ପଡ଼ିଲାନି

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଦିନର ଭିଡ଼ରେ ନିଆଁ ଲାଗିଥିଲେ କ'ଣ ହୋଇଥାନ୍ତା ? ଜଳିଗଲା ୪୦ ଦୋକାନ, ଥାନା ବି ବାଦ୍ ପଡ଼ିଲାନି
40 Shops Destroyed at Unit-1 Market

Key Points

ପ୍ଲାଷ୍ଟିକ ଦୋକାନରୁ ଲାଗିଥିବା ନିଆଁରେ ଜଳି ଯାଇଛି ୪୦ରୁ ଅଧିକ ଦୋକାନ । ଭୟଙ୍କର ଅଗ୍ନିକାଣ୍ଡରେ କ୍ୟାପିଟାଲ ଥାନାର AC କମ୍ପ୍ରେସର ଫାଟିବା ସହ ଝରକା କ୍ଷତିଗ୍ରସ୍ତ ହୋଇଛି ।
ଭୁବନେଶ୍ଵର: ରାତି ବଢ଼ି ଚାଲିଥିଲା, ସମସ୍ତେ ଶୋଇ ପଡ଼ିଥିଲେ । କେହି କିଛି ବୁଝିବା ପୂର୍ବରୁ ରାଜଧାନୀର ବ୍ୟସ୍ତବହୁଳ ୧ ନମ୍ବର ହାଟରେ ନିଆଁ ଲାଗିଗଲା । ଆଖି ପଲକ ଖୋଲୁ ଖୋଲୁ ୪୦ରୁ ଅଧିକ ଦୋକାନକୁ ବ୍ୟାପି ଯାଇଥିଲା ନିଆଁ । ଆଉ ନିମିଷକେ ଛାରଖାର କରିଦେଲା ସବୁକିଛି ।

ପ୍ଲାଷ୍ଟିକ ଦୋକାନରୁ ଲାଗିଥିବା ନିଆଁରେ ଜଳି ଯାଇଛି ୪୦ରୁ ଅଧିକ ଦୋକାନ । ଭୟଙ୍କର ଅଗ୍ନିକାଣ୍ଡରେ କ୍ୟାପିଟାଲ ଥାନାର AC କମ୍ପ୍ରେସର ଫାଟିବା ସହ ଝରକା କ୍ଷତିଗ୍ରସ୍ତ ହୋଇଛି । ବିଳମ୍ବିତ ରାତିରେ ଲାଗିଥିବା ନିଆଁ ଯୋଗୁଁ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଦିନର ଭିଡ଼ କିମ୍ବା ସନ୍ଧ୍ୟାର ଗହଳି ନିଆଁ ଲାଗିଥିଲେ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥାନ୍ତା ବୋଲି ଚର୍ଚ୍ଚା ହେଉଛି ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଟାରିଫ୍ ଧମକ; ଦିନକରେ ରୁପା ୧୭ ହଜାର ମହଙ୍ଗା, ଦେଢ଼ ଲକ୍ଷ ଟପିଲା ସୁନା

ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଭୁବନେଶ୍ଵର ମେୟର ସୁଲାଚୋନା । ଅଗ୍ନିକାଣ୍ଡ ପାଇଁ ବ୍ୟସାୟୀଙ୍କୁ ଦାୟୀ କରି ସୁଲୋଚନା କହିଛନ୍ତି, "ବାରମ୍ବାର ନିଆଁ ଲାଗୁଛି, ଦୋକାନୀ କିଛି ମାନୁ ନାହାନ୍ତି । ଆମେ ବାରମ୍ବାର କହିବା ସତ୍ତ୍ଵେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ବ୍ୟବସାୟୀ ବୀମା କରିନାହାନ୍ତି ।"

ସେହିଭଳି BMC କମିଶନର ଚଞ୍ଚଳ ରାଣା କହିଛନ୍ତି, "କ୍ଷୟକ୍ଷତି ଆକଳନ ଚାଲିଛି, ସରକାରୀ ନିୟମ ଅନୁସାରେ ସହାୟତା ମିଳିବ । ମାସେ ଭିତରେ ଡିପିଆର ପ୍ରସ୍ତୁତ ହୋଇ ଟେଣ୍ଡର କରାଯିବ । ଏହା ସହ ପଲିଥିନ୍‌ ବ୍ୟବହାର ଉପରେ ପୁରା କଟକଣା ଲଗାଯିବ ।"

ଏକ ନମ୍ବର ହାଟ ପରିଦର୍ଶନ ପରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, "୧୦ ଦିନ ଭିତରେ ଏସଓପି ଆସିବ । ହାଟ କମିଟି ସହ ଆଲୋଚନା ହେବ । ହାଟର ସୁରକ୍ଷା, ସ୍ଥାୟୀତ୍ଵକୁ ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।"

ଏଥିସହ ପଢ଼ନ୍ତୁ: ପଡ଼ିଆରେ ଖେଳୁଥିଲେ ସ୍ମିଥ୍ ଓ ଷ୍ଟାର୍କ; ହଠାତ୍ ଷ୍ଟାଡିୟମ୍‌ରେ ଲାଗିଲା ନିଆଁ

ସେହିପରି ୪୫ ନମ୍ବର କର୍ପୋରେଟର ଅମରେଶ ଜେନା ଏକ ନମ୍ବର ହାଟ ଦାୟିତ୍ଵରେ ଥିବା ବଏମସି ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ବିଜେପି ନେତା ଜଗନ୍ନାଥ ପ୍ରଧାନ ଅଗ୍ନିକାଣ୍ଡ ପାଇଁ ବିଏମସି ମେୟର ଓ କର୍ମଚାରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି ।

ଏହା ପୂର୍ବରୁ ୨୦୨୫ ଅକ୍ଟୋବର ୨୨ରେ ୧ ନମ୍ବର ହାଟର ପରିବା ମାର୍କେଟରେ ନିଆଁ ଲାଗିଥିଲା । ସେତେବେଳେ ଜଳି ଯାଇଥିଲା ୧୫ରୁ ୨୦ ଦୋକାନ । ଏବେ ପୁଣି ସେହି ୧ ନମ୍ବର ହାଟରେ ନିଆଁ ଲାଗି ୪୦ ଦୋକାନ ଜଳି ଯାଇଛି । ୩ ମାସ ଭିତରେ ଦୁଇ ଦୁଇଥର ଅଗ୍ନିକାଣ୍ଡ ବିଏମସି ପାଇଁ ସୃଷ୍ଟି କରିଛି ଅଡ଼ୁଆ ସ୍ଥିତି । ଆଉ କେତେଥର ନିଆଁ ଲାଗିଲେ ବିଏମସି ବଡ଼ ପଦକ୍ଷେପ ନେବ ବୋଲି ପ୍ରଶ୍ନ ଉଠୁଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Fire In Market: ଦିନର ଭିଡ଼ରେ ନିଆଁ ଲାଗିଥିଲେ କ'ଣ ହୋଇଥାନ୍ତା ? ଜଳିଗଲା ୪୦ ଦୋକାନ, ଥାନା ବି ବାଦ୍ ପଡ଼ିଲାନି | Argus News