Jollywood News / ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ
·10 months ago·2 min read

Key Points
ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀପ୍ରସାଦ ରଥଙ୍କ ବୁଧବାର ପରଲୋକ ଘଟିଛି। ଜଗତସିଂହପୁର ଜିଲା ପାରାଦୀପଗଡ଼ସ୍ଥିତ ବାସଭବନରେ ତାଙ୍କର ହୃଦ୍ଘାତରେ ଦେହାନ୍ତ ହୋଇଛି।
ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀପ୍ରସାଦ ରଥଙ୍କ ବୁଧବାର ପରଲୋକ ଘଟିଛି। ଜଗତସିଂହପୁର ଜିଲା ପାରାଦୀପଗଡ଼ସ୍ଥିତ ବାସଭବନରେ ତାଙ୍କର ହୃଦ୍ଘାତରେ ଦେହାନ୍ତ ହୋଇଛି। ୪୨ ବର୍ଷର ଯାତ୍ରା କ୍ୟାରିୟରରେ ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ଦେବୀପ୍ରସାଦ। ସେ ମଞ୍ଚରେ ଅଭିନୟ କରିବା ସମୟରେ ତାଙ୍କ ଉପରୁ ଦର୍ଶକଙ୍କ ନଜର ହଟେନି। ବେଶ୍ ଦମ୍ଦାର ଢଙ୍ଗରେ ସେ ତାଙ୍କର ଡାଏଲଗ୍ ବା ସଂଳାପ କହିଥାନ୍ତି। ଯାହା ଦର୍ଶକଙ୍କୁ ସିଟ୍ରେ ବସି ରହିବାକୁ ବାଧ୍ୟ କରିଥାଏ।
ଏହାସହ ପଢ଼ନ୍ତୁ: ଆଉ ନାହାନ୍ତି ପଙ୍କଜ ତ୍ରିପାଠୀଙ୍କ ମାଆ, କାନ୍ଦି କାନ୍ଦି ପୁଅ କହିଲେ...
ମଞ୍ଚ ନାଟକରେ ଶିଶୁ କଳାକାର ଭାବରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ଏବଂ ଧିରେ ଧିରେ ଓଡ଼ିଶାର ପ୍ରଦର୍ଶନ କଳାରେ ପ୍ରମୁଖ ସ୍ଥାନ ପାଇଥିଲେ। ୪ ଦଶନ୍ଧି ଧରି ସେ ୧୦୦ରୁ ଅଧିକ ପ୍ରଯୋଜନାରେ ଅଭିନୟ କରିଥିଲେ, ନାୟକ, ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ୨୦୧୭ରେ ‘ଠକି ଦେଲା ବନ୍ଧୁ ଠିକଣା ବେଳେ’ ରେ ତାଙ୍କର ଶେଷ ଅଭିନୟ ୪୨ ବର୍ଷର କ୍ୟାରିଅରର ଶେଷ ହୋଇଥିଲା ।
ଯାହା ଯାତ୍ରା ନାଟ୍ୟ ଜଗତର ଏକ ଯୁଗକୁ ପରିଭାଷିତ କରିଥିଲା। ତାଙ୍କ ଦେହାନ୍ତ ଖବର ପ୍ରସାରିତ ହେବା ମାତ୍ରେ ଶହ ଶହ ଯାତ୍ରା କଳାକାର ଏବଂ ପ୍ରଶଂସକ ତାଙ୍କ ଘରେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ। ପରିବାର ତାଙ୍କ ଶରୀରକୁ ସର୍ବସାଧାରଣ ଦର୍ଶନ ପାଇଁ ରଖିଥିଲେ, ଯାହା ପ୍ରଶଂସକମାନଙ୍କୁ ଓଡ଼ିଆ ଲୋକ ନାଟ୍ୟ କଳାର ସାଂସ୍କୃତିକ ପରିଚୟକୁ ଗଠନ କରିଥିବା ଜଣେ କଳାକାରଙ୍କୁ ଶେଷ ବିଦାୟ ପ୍ରଦାନ କରିବାର ସୁଯୋଗ ଦେଇଥିଲା। ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ସାଇବାବା ଫେମ ସୁଧୀର ଦଲବୀ ଅସୁସ୍ଥ: ସହାୟତାର ହାତ ବଢ଼ାଇଲେ ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା
ଅଭିନେତା ସୁଧୀର ଦଲବି "ସାଇ ବାବା" ଶୋ’ରୁ ଫେମ୍ ହାସଲ କରିଥିଲେ। ଏହି ଶୋ’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। କିନ୍ତୁ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବର୍ତ୍ତମାନ ଖରାପ ହେଉଛି। ସେ ଏକ ଗମ୍ଭୀର ରୋଗ ସହିତ ଲଢ଼ୁଛନ୍ତି। ୮୬ ବର୍ଷୀୟ ଏହି ଅଭିନେତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୮ ଅକ୍ଟୋବରରୁ ତାଙ୍କର ଚିକିତ୍ସା ଚାଲିଛି। ସେ ସେପ୍ସିସ୍ ନାମକ ଗମ୍ଭୀର ରୋଗରେ ସହିତ ସଂଘର୍ଷ କରୁଛନ୍ତି।
ରିପୋର୍ଟ ଅନୁଯାୟୀ, ଦଲବିଙ୍କ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷରେ ପହଞ୍ଚିଛି। ଯଦି ଚିକିତ୍ସା ଜାରି ରହେ, ତେବେ ଖର୍ଚ୍ଚ ୧୫ ଲକ୍ଷରେ ପହଞ୍ଚିପାରେ। ତାଙ୍କ ପରିବାର ଖର୍ଚ୍ଚକୁ ନେଇ ଚିନ୍ତିତ । ଏବେ ସଏ ଆର୍ଥିକ ସହାୟତା ଲୋଡିଛନ୍ତି। ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ, ରିଷି କପୁରଙ୍କ ଝିଅ ରିଦ୍ଧିମା କପୁର ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେ ଅଭିନେତାଙ୍କ ଚିକିତ୍ସା ପାଣ୍ଠିକୁ ଟଙ୍କା ଦାନ କରିଥିଲେ ଏବଂ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ, "ହୋଇଗଲା। ଆପଣ ଶୀଘ୍ର ସୁସ୍ଥ ହୁଅନ୍ତୁ।"

Related Topics
Explore more stories