|
logo
Live
Argus News App
GET APP

Argus News - ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ; କହିଲେ, ଶ୍ରୀମୟୀଙ୍କୁ ଦଳ ନିର୍ଯାତନା ଦେଇଛି...ଅଣଦେଖା କରିଛି

Politics

Debasish Samantray on Shreemayee / ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ; କହିଲେ, ଶ୍ରୀମୟୀଙ୍କୁ ଦଳ ନିର୍ଯାତନା ଦେଇଛି...ଅଣଦେଖା କରିଛି

Santosh Kumar Sahoo
Browse all articles by Santosh Kumar Sahoo
·6 months ago·1 min read
ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ; କହିଲେ, ଶ୍ରୀମୟୀଙ୍କୁ ଦଳ ନିର୍ଯାତନା ଦେଇଛି...ଅଣଦେଖା କରିଛି

Key Points

ଦେବାଶିଷଙ୍କ ବିସ୍ଫୋରକ ବୟାନ । ପ୍ରଫୁଲ୍ଲ ମଲ୍ଲିକ, ଶ୍ରୀମୟୀ ମିଶ୍ର ଓ ଭାସ୍କର ରାଓଙ୍କ ସପକ୍ଷରେ ବାହାରିଲେ ରାଜ୍ୟସଭା ସାଂସଦ । କହିଲେ ଦଳ ଶ୍ରୀମୟୀଙ୍କୁ ନିର୍ଯାତନା ଦେଇଛି ।

ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ । ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି । ଟିକେଟ୍ ଦେବାକୁ କହି ଦଳ ତାଙ୍କୁ ନିର୍ବାଚନ ମଣ୍ଡଳୀ ବୁଲାଇଥିଲା । କିନ୍ତୁ ଦଳ ଶ୍ରୀମୟୀଙ୍କୁ ଟିକେଟ୍ ଦେଲା ନାହିଁ । ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟ ରହିଛି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି । କେବଳ ତାହା ନୁହେଁ ଦଳର ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳ ଏକ ପ୍ରକାର ନିର୍ଯାତନା ଦେଇଛି ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ବିରୋଧୀ ଦଳ ଭାବେ କିଏ ନେବ ମାଇଲେଜ୍ ? ବିଜେଡି-କଂଗ୍ରେସ ମଧ୍ୟରେ ହେବ ଛକାପଞ୍ଝା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ବରିଷ୍ଠ ନେତା ପ୍ରଫୁଲ ମଲ୍ଲିକଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ଘୋର ବିରୋଧ କରିଛନ୍ତି ଦେବାଶିଷ ସାମନ୍ତରାୟ । ପୁରୁଖା ନେତା ପ୍ରଫୁଲ ମଲ୍ଲିକଙ୍କୁ ଦଳରୁ ସସପେଣ୍ଡ କରିବା ଭୁଲ ନିଷ୍ପତ୍ତି । ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି । ସେଭଳି ନେତାଙ୍କୁ ଦଳରୁ ସସପେଣ୍ଡ କରିବା ଠିକ୍ ନୁହେଁ । ସେହିଭଳି ଭାସ୍କର ରାଓ ଭଳି ପୁରୁଖା ନେତା ବିଜେଡି ଛାଡି ଚାଲି ଯାଉଛନ୍ତି । ଯାହା ଦଳକୁ ଅନେକ କ୍ଷତି ପହଞ୍ଚାଇବ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।


Related Topics

Explore more stories

Sponsored
Debasish Samantray on Shreemayee: ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ; କହିଲେ, ଶ୍ରୀମୟୀଙ୍କୁ ଦଳ ନିର୍ଯାତନା ଦେଇଛି...ଅଣଦେଖା କରିଛି | Argus News