Assembly Session / ବିରୋଧୀ ଦଳ ଭାବେ କିଏ ନେବ ମାଇଲେଜ୍ ? ବିଜେଡି-କଂଗ୍ରେସ ମଧ୍ୟରେ ହେବ ଛକାପଞ୍ଝା

Key Points
ବିଜେଡି ଓ କଂଗ୍ରେସ କିଏ ବିରୋଧୀ ଦଳ ଭାବେ ମାଇଲେଜ ନେବ ତାକୁ ନେଇ ଛକାପଞ୍ଝା । ନାରୀ ନିର୍ଯ୍ୟାତନାକୁ ପ୍ରସଙ୍ଗ କରି ତୁମ୍ଭି ତୋଫାନ କରିପାରେ ବିଜେଡି।କଂଗ୍ରେସର ଅନାସ୍ଥାକୁ ନେଇ ବିଧାନସଭାରେ ଗର୍ଜିପାରେ।
ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ । ଆଜି କମ୍ପିପାରେ ବିଧାନସଭା । ବିଜେଡି ଓ କଂଗ୍ରେସ ମଧ୍ୟରେ କିଏ ବିରୋଧୀ ଦଳ ଭାବେ ମାଇଲେଜ ନେବେ, ସେନେଇ ଆଜି ଉଭୟଙ୍କ ମଧ୍ୟରେ ହୋଇପାରେ ଛକାପଞ୍ଝା । ନାରୀ ନିର୍ଯ୍ୟାତନାକୁ ପ୍ରସଙ୍ଗ କରି ତୁମ୍ଭି ତୋଫାନ କରିପାରେ ବିଜେଡି । ସେହିପରି କଂଗ୍ରେସର ଅନାସ୍ଥାକୁ ନେଇ କମ୍ପିପାରେ ବିଧାନସଭା ।
ଗୁରୁବାର କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଦେଇଥିବା ବେଳେ ବାଚସ୍ପତି ଗ୍ରହଣ କରିବେ କି ନାହିଁ ତା ଉପରେ ମଧ୍ୟ ନଜର ରହିଛି । ବାମଦଳ ସହ କଂଗ୍ରେସ ୧୪ ବିଧାୟକଙ୍କ ସମର୍ଥନରେ ଅନାସ୍ଥା ପ୍ରସ୍ତାବ ପାଇଁ ବିଧାନସଭା ସଚିବଙ୍କୁ ଚିଠି ଲେଖିଛି । ତେବେ ଅନାସ୍ଥା ଗ୍ରହଣ ହେବ କି ନାହିଁ ତାହା ଆଜି ସ୍ପଷ୍ଟ ହେବ । କିନ୍ତୁ ବିଧାନସଭାରେ ଉପସ୍ଥିତ ରହିବାକୁ କଂଗ୍ରେସ ସବୁ ବିଧାୟକଙ୍କୁ ହୁଇପ ଜାରି କରିଛି ।
ଅଧିକ ପଢ଼ନ୍ତୁ: ଭେଣ୍ଟିଲେଟର୍ରୁ ବାହାରଲେ ଅଭିଜିତ୍ ମଜୁମଦାର, ICU ବେଡ୍ରେ ଚାଲିଛି ଦାଦାଙ୍କ ଚିକିତ୍ସା
📱 Get Argus News App
✨ସେପଟେ ଅନାସ୍ଥାକୁ ନେଇ କଂଗ୍ରେସ ବିଜେଡିର ସହଯୋଗ ଲୋଡ଼ିଥିବା ବେଳେ ବିଜେଡିର ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ ରହିଛି । ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲେ ବି ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ବାଚସ୍ପତି ଯଦି ଅନାସ୍ଥା ଗ୍ରହଣ କରନ୍ତି ତେବେ ବିଜେଡି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବ ।
ଅନ୍ୟପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ବିଜେପି ବିଧାୟକଦଳ ବୈଠକରେ ପ୍ରସ୍ତୁତ ହୋଇଛି ରଣନୀତି । ଏହା ବାଦ ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, କ୍ରୀଡା ଓ ଯୁବକଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ।
Related Topics
Explore more stories