Bihar Election / ବିହାରରେ ଅମିତ ଶାହଙ୍କ ହୁଙ୍କାର; କହିଲେ, 'NDAକୁ ମିଳିବ ସବୁଠାରୁ ବଡ଼ ଜନାଦେଶ'

Key Points
ବିହାର ପ୍ରଚାର ମଇଦାନରେ ବିଜେପି ହେଭିୱେଟ୍ । ସାରଣ ନିର୍ବାଚନୀ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ହୁଙ୍କାର। ୨୦ ବର୍ଷ ରେକର୍ଡ ଭାଙ୍ଗି NDAକୁ ମିଳିବ ସବୁଠାରୁ ବଡ଼ ଜନାଦେଶ।
ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଶେଷ ହୋଇଥିବାବେଳେ ସରଗରମ ହୋଇଛି ପ୍ରଚାର ମଇଦାନ । ବିଜେପି ଷ୍ଟାର ପ୍ରଚାରକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାରଣ, ପାଟନା ସହ ୪ରୁ ଅଧିକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କର୍ମୀଙ୍କ ମନରେ ଜୋଶ ଭରିଛନ୍ତି । ପ୍ରଚାର ମଇଦାନକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ବୈଠକ କରି ରଣନୀତି ପ୍ରସ୍ତୁତ କରିଥିଲେ ଶାହ । ବୈଠକରେ ସିଏମଙ୍କ ସମେତ ବିହାର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ ।
ଅଧିକ ପଢ଼ନ୍ତୁ: ଭାବବିହ୍ଵଳ କଲା ୨୧ ବର୍ଷୀୟ ଯୁବକଙ୍କ ପୋଷ୍ଟ, କହିଲେ ଏଥର ତାଙ୍କର ଶେଷ ଦୀପାବଳି...
ସେହିପରି ସାରଣ ଜନସଭାରେ ଇଣ୍ଡି ମେଣ୍ଟର ବିଳମ୍ବ ପ୍ରାର୍ଥୀ ଘୋଷଣାକୁ ସମାଲୋଚନା କରିବା ସହ ବିହାରକୁ ପୁଣିଥରେ ଜଙ୍ଗଲ ରାଜ୍ କରିବାକୁ ଜନତା ସୁଯୋଗ ଦେବେନି କହି ଇଣ୍ଡି ମେଣ୍ଟକୁ ଟାର୍ଗେଟ୍ କରିଛନ୍ତି ଶାହ ।
ବେଗୁସରାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ସିଓନରେ ଉତ୍ତରାଖଣ୍ଡ ସିଏମ ପୁଷ୍ପର ସିଂହ ଧାମୀ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଜନତାଙ୍କୁ ଆହ୍ବାନ ଦେଇଛନ୍ତି । ଅହଂକାର ଯୋଗୁଁ କଂଗ୍ରେସ ବିହାରରୁ ବଙ୍ଗଳା ପର୍ଯ୍ୟନ୍ତ ସମର୍ଥନ ହରାଇଛି । ଦୁର୍ନୀତିରେ ବୁଡ଼ି ରହିଥିବା ଆରଜେଡି ନିଜ ପାପ ଲୁଚାଇବାକୁ କଂଗ୍ରେସ ସହ ମେଳି କରି ଖସିଯିବାକୁ ଯୋଜନା କରୁଥିବା କହି କଟା ଘାରେ ଚୁନ ଲଗାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ନଭେମ୍ବର ୧୪ ତାରିଖରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣାରେ ଏନଡିଏ ତା’ର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ଦାବି କରିଛନ୍ତି ଅମିତ ଶାହ ।
ଅଧିକ ପଢ଼ନ୍ତୁ: ଜାଡେଜାଙ୍କ ପତ୍ନୀ ହେଲେ ଗୁଜରାଟ ମନ୍ତ୍ରୀ, ଆଜି ନେଲେ ଶପଥ
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ଭୋଟ୍ ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ ।
📱 Get Argus News App
✨Related Topics
Explore more stories