|
logo
Live

Argus News - 'ରେଡ୍ ଲାଇଟ୍‌ରେ କାର୍ ଅଟକିବା ପରେ ହୋଇଥିଲା ବିସ୍ଫୋରଣ': ଦିଲ୍ଲୀ ପୋଲିସ କମିଶନର

Crime

Delhi Blast Update / 'ରେଡ୍ ଲାଇଟ୍‌ରେ କାର୍ ଅଟକିବା ପରେ ହୋଇଥିଲା ବିସ୍ଫୋରଣ': ଦିଲ୍ଲୀ ପୋଲିସ କମିଶନର

Sushanta Sahoo
Browse all articles by Sushanta Sahoo
·4 months ago·3 min read
'ରେଡ୍ ଲାଇଟ୍‌ରେ କାର୍ ଅଟକିବା ପରେ ହୋଇଥିଲା ବିସ୍ଫୋରଣ': ଦିଲ୍ଲୀ ପୋଲିସ କମିଶନର

Key Points

ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା କହିଛନ୍ତି, "ସନ୍ଧ୍ୟା ୬ଟା ୫୨ରେ ଏହି ବିସ୍ଫୋରଣ ହୋଇଛି । ରେଡ୍ ଲାଇଟ୍‌ ଆଡ଼କୁ ଏକ କାର୍ ବହୁତ ଧିରେ ଧିରେ ଆସୁଥିଲା । ରେଡ୍ ଲାଇଟ୍‌ରେ କାରଟି ଅଟକିବା ମାତ୍ରେ ବିସ୍ଫୋରଣ ହୋଇଥିଲା ।
ନୂଆଦିଲ୍ଲୀ: ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ବିସ୍ଫୋରଣ ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି । ଏବେ ସୁଦ୍ଧା ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା ।


ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା କହିଛନ୍ତି, "ସନ୍ଧ୍ୟା ୬ଟା ୫୨ରେ ଏହି ବିସ୍ଫୋରଣ ହୋଇଛି । ରେଡ୍ ଲାଇଟ୍‌ ଆଡ଼କୁ ଏକ କାର୍ ବହୁତ ଧିରେ ଧିରେ ଆସୁଥିଲା । ରେଡ୍ ଲାଇଟ୍‌ରେ କାରଟି ଅଟକିବା ମାତ୍ରେ ବିସ୍ଫୋରଣ ହୋଇଥିଲା । ଉକ୍ତ କାର୍‌ରେ କିଛି ଲୋକ ମଧ୍ୟ ଥିଲେ । ବିସ୍ଫୋରଣ ପରେ ରେଡ୍ ଲାଇଟ୍‌ରେ ଥିବା ଅନ୍ୟ କାର୍‌କୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା ।"

ଏଥିସହ ପଢ଼ନ୍ତୁ: ଦୋହଲିଗଲା ଦିଲ୍ଲୀ; ଲାଲକିଲ୍ଲା ମେଟ୍ରୋ ବାହାରେ କାର୍‌ ବିସ୍ଫୋରଣରେ ୮ ମୃତ

ସେପଟେ ଲାଲକିଲ୍ଲା ନିକଟ ବିସ୍ଫୋରଣ ସ୍ଥଳରୁ ଏକ ଗୁଳି ମିଳିଛି । ବିସ୍ଫୋରଣ ସ୍ଥଳରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏବଂ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ (NSG) ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ତେବେ ରେଡ୍ ଲାଇଟ୍‌ରେ ବିସ୍ଫୋରଣ ହୋଇଥିବା କାରଟି କେଉଁଠୁ ଆସୁଥିଲା, ସେଥିରେ କେତେ ଜଣ ଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

ଲାଲକିଲ୍ଲା ମେଟ୍ରୋ ବାହାରେ ବିସ୍ଫୋରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ସ୍ଵରାଷ୍ଟ ମନ୍ତ୍ରୀ ଅମିତ ଶାହ ଆଲୋଚନା କରି ସ୍ଥିତି ଉପରେ ନଜର ରଖିଛନ୍ତି ।

ଦିଲ୍ଲୀରେ ବିସ୍ଫୋରଣ ପରେ ଉତ୍ତରପ୍ରଦେଶ, ମୁମ୍ବାଇ, ପୁରୀ ଭଳି ଏକାଧିକ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ୨୯୦୦ କେଜି ବିସ୍ଫୋଟକ ଫରିଦାବାଦରୁ ଜବତ କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣର ଦୃଶ୍ୟ: ଛାତି ଥରିଉଠିବ... ଲୋମ ଟାଙ୍କୁରି ଯିବ

ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଲାଲକିଲ୍ଲା ନିକଟ ସୁଭାଷ ମାର୍ଗ ଟ୍ରାଫିକ୍‌ ସିଗନାଲ୍‌ରେ i-20 ହ୍ୟୁଣ୍ଡାଇ ଗାଡ଼ି ବିସ୍ଫୋରଣ ହୋଇଥିଲା । ଏହାଦ୍ଵାରା ଆଖାପାଖରେ ଥିବା ଗାଡ଼ି ଜଳିଯିବା ସହ ଲୋକ ମୃତାହତ ହୋଇଛନ୍ତି । ସୂଚନା ମିଳିବା ମାତ୍ରେ ୧୦ ମିନିଟରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ, ସ୍ପେଶାଲ ବ୍ରାଞ୍ଚ ଅଧିକାରୀ ପହଞ୍ଚିଥିଲେ ।"


ସେ ଆହୁରି କହିଛନ୍ତି, "NSG, ANI ଟିମ୍ FSL ସହ ଛାନଭିନ୍ ଆରମ୍ଭ କରିଛନ୍ତି । ଆଖପାଖରେ ଥିବା ସମସ୍ତ CCTV ଯାଞ୍ଚ କରାଯାଉଛି । ମୁଁ ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହୋଇଛି । ସମସ୍ତ ପ୍ରକାର ଦିଗକୁ ନଜରରେ ରଖି ତଦନ୍ତ ହେଉଛି । ମୁଁ କିଛି ସମୟ ପରେ ବିସ୍ଫୋରଣ ସ୍ଥଳ ସହ ହସ୍ପିଟାଲ୍‌କୁ ଯିବି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Blast Update: 'ରେଡ୍ ଲାଇଟ୍‌ରେ କାର୍ ଅଟକିବା ପରେ ହୋଇଥିଲା ବିସ୍ଫୋରଣ': ଦିଲ୍ଲୀ ପୋଲିସ କମିଶନର | Argus News