Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - WB Assembly Poll 2026: ଖୁବ ଶୀଘ୍ର ହୋଇପାରେ ନିର୍ବାଚନ ତାରିଖ ଘୋଷଣା

Politics

WB Poll schedule / WB Assembly Poll 2026: ଖୁବ ଶୀଘ୍ର ହୋଇପାରେ ନିର୍ବାଚନ ତାରିଖ ଘୋଷଣା

Subhramjit ray
Browse all articles by Subhramjit ray
·2 months ago·2 min read
WB Assembly Poll 2026: ଖୁବ ଶୀଘ୍ର ହୋଇପାରେ ନିର୍ବାଚନ ତାରିଖ ଘୋଷଣା
WB Assembly Poll 2026 Schedule

Key Points

ପଶ୍ଚିମବଙ୍ଗ ବିଧାସଭା ନିର୍ବାଚନ ପାଇଁ ଖୁବ ଶୀଘ୍ର ହୋଇପାରେ ତାରିଖ ଘୋଷଣା।  ରାଜ୍ୟର ମୋଟ ୨୯୪ ଆସନ ପାଇଁ ଦୁଇଟି କିମ୍ବା ତିନୋଟି ପର୍ଯ୍ୟାୟରେ ହୋଇପାରେ ମତଦାନ। 
West Bengal Assembly Election 2026 Schedule: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଖୁବ ଶୀଘ୍ର ହୋଇପାରେ ତାରିଖ ଘୋଷଣା। କୋଲକାତା ଗସ୍ତରେ ଆସି ଏହି ସୂଚନା ଦେଇ ସିଇଓ ଜ୍ଞାନେଶ କୁମାର। ଏହି ଗସ୍ତ ଅବସରରେ ସେ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ଜାରି ରହିଥିବା ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି। ଯଦି ସବୁ କିଛି ଯୋଜନା ମୁତାବକ ରହେ ତାହେଲେ ଆସନ୍ତା ୧୬ ତାରିଖରେ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇ ପାରେ।

ଉପରୋକ୍ତ ଖବର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ପ୍ରଶାସନ ସୂତ୍ରରୁ ମିଳିଛି। ଏନେଇ ମତ ରଖି ଜିଲ୍ଲାପାଳଙ୍କ ପକ୍ଷରୁ କୁହାଯାଉଛି ଆସନ୍ତା ୧୪ କିମ୍ବା ୧୫ ଅଥାବ ୧୬ ତାରିଖ ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ଲାଗି କାର୍ଯ୍ୟସୂଚୀ ଆସି ଯାଇଥିବ। ନିର୍ବାଚନ ପାଇଁ ସେକ୍ଟର ମାଜିଷ୍ଟ୍ରେଟ୍ ଙ୍କ ଟ୍ରେନିଂ ଆରମ୍ଭ ହୋଇସାରିଛି। ଯିଏ ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀଙ୍କ ପ୍ରତିନିଧିତ୍ୱ କରନ୍ତି। ସେକ୍ଟର ମାଜିଷ୍ଟ୍ରେଟ୍ ନିଜ ନିଜର କ୍ଲଷ୍ଟର ନୀରିକ୍ଷଣ କରିବେ ଏବଂ ଏହାର ସତ୍ୟାପନ ରିପୋର୍ଟ ଦାଖଲ କରିବେ।

ଏହା ସହ ପଢନ୍ତୁ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ମାର୍ଚ୍ଚ ୮ରୁ ସ୍ଥିତି ପରଖିବେ ନିର୍ବାଚନ ଆୟୋଗ

ଖୁବଶୀଘ୍ର ହୋଇପାରେ ନିର୍ବାଚନ ଆୟୋଗଙ୍କ ସମ୍ବାଦିକ ସମ୍ମିଳନୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ଆସନ୍ତା ମାସ ମଧ୍ୟ ଭାଗରୁ ଆରମ୍ଭ ହୋଇଯିବ ମତଦାନ। ହେଲେ ଏହା ପୂର୍ବରୁ ଚଳିତ ମାସରେ ନିର୍ବାଚନ କାର୍ଯ୍ୟସୂଚୀ ସମ୍ପର୍କରେ ଘୋଷଣା ହୋଇପାରେ। ପଶ୍ଚିମବଙ୍ଗ ସହ ତାମିଲନାଡୁ, କେରଳମ୍, ଆସାମ ଆଦି ୪ ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳ ପଦୁଚେରୀ ଠାରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ। ଏଥିପାଇଁ ନିର୍ବାଚନ ଆୟୋଗ ୧୩ ଜଣିଆ ଟିମ୍ ଏହି ରାଜ୍ୟ ଗସ୍ତ କରି ସେଠାରେ ପ୍ରସ୍ତୁତି କିପରି ଚାଲିଛି ତାହାର ସମୀକ୍ଷା କରୁଛନ୍ତି। ଏହି ଗସ୍ତ ଶେଷ ହୋଇ ଯିବା ପରେ ନିର୍ବାଚନ ଆୟୋଗ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ ସମ୍ପର୍କିତ କାର୍ଯ୍ୟସୂଚୀ ଘୋଷଣା କରିପାରନ୍ତି।

ଆସାମ ସହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦୁଇଟି କିମ୍ବା ତିନୋଟି ପର୍ଯ୍ୟାୟରେ ହୋଇପାରେ ମତଦାନ। ଅନ୍ୟପକ୍ଷରେ ତାମିଲନାଡୁ, କେରଳମ୍,ପଦୁଚେରୀ ଠାରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଭୋଟିଂ। ନିର୍ବାଚନ ଆୟୋଗ ଇଭିଏମ୍ ଉପଲବ୍ଧତା, ନିର୍ବାଚନ ଦାୟିତ୍ୱ, ମତଦାନ ତାରିଖ, ପର୍ବପର୍ବାଣୀ, ପାଣିପାଗ, ରାଜ୍ୟରେ ହେବାକୁ ଯାଉଥିବା ବିଭିନ୍ନ ପରୀକ୍ଷାକୁ ଦୃଷ୍ଟିରେ କାର୍ଯ୍ୟସୂଚୀ ଘୋଷଣା କରିବେ। ପଶ୍ଚିମବଙ୍ଗର ୨୯୪, ତାମିଲନାଡୁର ୨୩୪, କେରଳମ୍ ର  ୧୪୦, ଆସାମର ୧୨୬, ପୁଦୁଚେରୀର ୩୦ ବିଧାନସଭା ଆସନ ପାଇଁ ହେବ ମତଦାନ। ଅନ୍ୟପକ୍ଷରେ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇସାରିଛି ରୁଟ୍ ମାର୍ଟ୍ଟ।  
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WB Assembly Poll 2026 Schedule | Argus News