West Bengal Poll / ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ମାର୍ଚ୍ଚ ୮ରୁ ସ୍ଥିତି ପରଖିବେ ନିର୍ବାଚନ ଆୟୋଗ
·3 weeks ago·2 min read

Key Points
ଆସନ୍ତା ଅପ୍ରେଲ-ମେ ମାସରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ
ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରେ ସ୍ଥିତି ପରଖିବେ ନିର୍ବାଚନ ଆୟୋଗ
ଆସନ୍ତା ମାର୍ଚ୍ଚ ୮ ତାରିଖରେ ରାଜ୍ୟକୁ ଗସ୍ତ କରିବ କେନ୍ଦ୍ରୀୟ ନିର୍ବାଚନ ଆୟୋଗ
ରାଜଧାନୀ କୋଲକାତା ମହାନଗରୀରେ ପଇଁତରା ମାରିଲା ସିଆରପିଏଫ୍

ECI start prepartaion for WB Poll 2026: ଚଳିତ ବର୍ଷ ଅପ୍ରେଲ-ମେ ମାସରେ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହି କ୍ରମରେ ଚଳିତ ମାସ ୮ ତାରିଖରୁ ସ୍ଥିତି ପରଖିବା କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଜ୍ୟ ଗସ୍ତରେ ଆସିବେ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ଏକ ଦଳ ପଶ୍ଚିମବଙ୍ଗରେ ପହଞ୍ଚି ସେଠାକାର ତୃଣମୂଳ ସ୍ଥିତି ସମ୍ପର୍କରେ ସ୍ଥିତି ସମୀକ୍ଷା କରିବେ।
ଆସନ୍ତା ରବିବାର ପଶ୍ଚିମବଙ୍ଗ ଗସ୍ତ କରିବା ଅବସରରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସଦସ୍ୟ ମାର୍ଚ୍ଚ ୯-୧୦ ତାରିଖରେ ରାଜ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପ୍ରଶାସନ ସହ ଜଡ଼ିତ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହିତ ବୈଠକ କରିବେ। ଏହା ସହିତ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ଅନୁଷଙ୍ଗୀକ ଭିତ୍ତିଭୂମି, ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ। ଏହା ସହିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ କରିବେ ନିର୍ବାଚନ ଆୟୋଗ।
ଭୋଟ ଗ୍ରହଣ କେନ୍ଦ୍ର ବାହାରେ ଲାଗିବ ସିସିଟିଭି
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ସହ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଏହି ଗସ୍ତରେ ସାମିଲ ହେବେ। ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଏହି ପ୍ରତିନିଧିମଣ୍ଡଳୀରେ ସାମିଲ ହେବେ।
ନିର୍ବାଚନ ଅଧିକାରୀ ରାଜ୍ୟରେ ସ୍ୱଚ୍ଛ ଏବଂ ଅବାଧ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିବେ। ସେଠାରେ ଅତିରିକ୍ତ ସୁରକ୍ଷାା ବାହିନୀ ନିୟୋଜନ କରିବେ। କୌଣସି ପ୍ରକାରର ପ୍ରତିକୂଳ ପରିସ୍ଥିତିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ବାଚନ ଆୟୋଗ ଭୋଟ ବୁଥ୍ ବାହାରେ ଏପରିକି ଭୋଟ ଗ୍ରହଣ କେନ୍ଦ୍ର ଭିତରେ ସିସିଟିଭି କ୍ୟାମେରା ଲଗାଇବା ଉପରେ ମଧ୍ୟ ବିଚାର କରୁଛନ୍ତି।
ଗତ ମଙ୍ଗଳବାର-ବୁଧବାର ପଶ୍ଚିମବଙ୍ଗ ସହ ଅନ୍ୟ ରାଜ୍ୟ ନିର୍ବାଚନ ଆୟୋଗ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଦିଲ୍ଲୀରେ ଏକ ଭର୍ଚୁଆଲ୍ ବୈଠକ କରି ସାରିଛନ୍ତି। ନିର୍ବାଚନ କମିଶନ କାର୍ଯ୍ୟାଳୟର ସୂତ୍ର ଅନୁଯାୟୀ ସେହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଯାହା ମଧ୍ୟରୁ ଏକ ପ୍ରମୁଖ ପ୍ରସଙ୍ଗ ହେଉଛି ଭୋଟ ଗ୍ରହଣ ଦିନ ସମସ୍ତ ମତଦାନ କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଏବଂ ଇଣ୍ଟରନେଟ୍ ସଂଯୋଗ ନିଶ୍ଚିତ କରିବା।
ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ବାହିନୀ ପକ୍ଷରୁ ରୁଟ ମାର୍ଚ୍ଚ ଆରମ୍ଭ
ଯଦିଓ ଚଳିତ ବର୍ଷ ଅପ୍ରେଲ-ମେ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ହେଲେ ଏପର୍ଯ୍ୟନ୍ତ ନିର୍ବାଚନ ତାରିଖ ଏବଂ କେତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ସେ ନେଇ କୌଣସି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ନିର୍ବାଚନ ସହ ଜଡ଼ିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା।
ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ରାଜଧାନୀ କୋଲକାତା ମହାନଗରୀରେ ଗତ ବୁଧବାର କେନ୍ଦ୍ରୀୟ ବାହିନୀ ପକ୍ଷରୁ ରୁଟ ମାର୍ଚ୍ଚ ଆରମ୍ଭ ହୋଇସାରିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୨୪୦ କମ୍ପାନୀ ସିଆରପିଏଫ୍ ବାହିନୀ ପହଞ୍ଚି ସାରିଛନ୍ତି। ଆସନ୍ତା ୧୦ ତାରିଖ ବୁଧବାର ପର୍ଯ୍ୟନ୍ତ ଆହୁରି ୨୪୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ସେଠାରେ ପହଞ୍ଚିବେ। ରାଜଧାନୀ କୋଲକାତା ମହାନଗରୀରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସର୍ବାଧିକ ୩୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ନିୟୋଜିତ କରାଯିବ। ଗତ ବୁଧବାର ଉତ୍ତର-କେନ୍ଦ୍ର କୋଲକାତାର ଗିରୀଶ ପାର୍କ, ମୁଚିପଡ଼ା, ତାଲତାଲା, ରାସବିହାରୀ ସହ ଅନ୍ୟାନ୍ୟ ଅଞ୍ଚଳରେ ରୁଟ୍ ମାର୍ଚ୍ଚ କରିଥିଲା କେନ୍ରୀୟ ବାହିନୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories