Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Bypoll To Nuapada Assembly / ୧୬ରେ ନୂଆପଡ଼ାରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ, ବିଶାଳ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·9 months ago·2 min read
୧୬ରେ ନୂଆପଡ଼ାରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ, ବିଶାଳ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

Key Points

ନୂଆପଡ଼ା ଉପନିର୍ବାଚନରେ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ସୁଜିତ କହିଛନ୍ତି, "ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇ ସାରିଛି, ଖାଲି ଯାହା ଘୋଷଣା ବାକି ଅଛି ।" 

ଭୁବନେଶ୍ଵର: ଜୟ ଢୋଲକିଆ ହେବେ ବିଜେପି ପ୍ରାର୍ଥୀ । ନୂଆପଡ଼ା ଉପନିର୍ବାଚନରେ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ସୁଜିତ କହିଛନ୍ତି, "ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇ ସାରିଛି, ଖାଲି ଯାହା ଘୋଷଣା ବାକି ଅଛି ।" 


ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, "୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଯିବେ । ସେହିଦିନ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନରେ ସାମିଲ୍ ହେବା ସହ ବିଶାଳ ସମାବେଶରେ ଯୋଗଦେବେ । ନୂଆପଡ଼ାରେ ଏକ ବଡ଼ ମିଶ୍ରଣ ପର୍ବ ହେବ । ଯେଉଁଠି ବିଜେଡି, କଂଗ୍ରେସରୁ ୨ ହଜାରରୁ ଅଧିକ କର୍ମୀ ଆସି ବିଜେପିରେ ମିଶିବେ ।"


ଏଥିସହ ପଢ଼ନ୍ତୁ: ମହିଳାଙ୍କୁ ମିଳିବ ରୋଜଗାର, ବିନା ସୁଧରେ କାର କିଣିବା ଲାଗି ମିଳିବ ଋଣ


ନୂଆପଡ଼ାରେ ବିଜେପି ପ୍ରାର୍ଥୀ ୫୦ ହଜାରରୁ ଅଧିକ ଭୋଟ୍ ବ୍ୟବଧ୍ୟାନରେ ବିଜୟୀ ହେବେ ବୋଲି କହିଛନ୍ତି ସୁଜିତ କୁମାର । ସେ କହିଛନ୍ତି, "ରାଜେନ୍ଦ୍ର ଢୋଲକିଆ ବହୁତ କାର୍ଯ୍ୟ କରିଛନ୍ତି, ଚାରିଥର ବିଧାୟକ ଥିଲେ । ତାଙ୍କ ପୁଅ ଜୟ ଢୋଲକିଆ, ରାଜୁ ଭାଇଙ୍କ କାର୍ଯ୍ୟକୁ ଆଗେଇ ନେବେ । ନୂଆପଡ଼ାବାସୀ ରାଜେନ୍ଦ୍ର ଭାଇଙ୍କୁ ସମର୍ଥନ କରୁଥିଲେ, ଭଲ ପାଉଥିଲେ । ଏବେ ତାଙ୍କ ଉତ୍ତରାଧିକାରୀଙ୍କୁ ମଧ୍ୟ ସେହି ସମର୍ଥନ ଓ ଭଲ ପାଇବା ମିଳିବ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନିକଟରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତରେ ଯାଇ ବଡ଼ ଭେଟି ଦେଇଥିଲେ । ନୂଆପଡ଼ାର ବିକାଶ ପାଇଁ ୧୧୦୦ କୋଟି ଟଙ୍କାର ଭେଟି ଦିଆଯାଇଛି । ନୂଆପଡ଼ାର ବିକାଶ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ରହିଥିବା କହିଛନ୍ତି ସୁଜିତ କୁମାର ।


ଆହୁରି ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ରାଜନୀତି ମାହୋଲ ସରଗରମ


ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପନିର୍ବାଚନ । ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ । ସେହିପରି ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଅକ୍ଟୋବର ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି ।


ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ହେଉଛି । ସେପ୍ଟେମ୍ବର ୮ରେ ରାଜେନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା । ରାଜେନ୍ଦ୍ର ଢୋଲକିଆ ଚାରିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ି ବିଧାନସଭାକୁ ଯାଇଥିଲେ । ପରେ ବିଜେଡିରୁ ତିନିଥର ବିଧାୟକ ହୋଇଥିଲେ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆ । ଗତ ବିଜେଡି ସରକାରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଥିଲେ ଢୋଲକିଆ । 

Related Topics

Explore more stories

Sponsored
Nuapada Bypoll BJP to Give Ticket To Jay Dholakia | Argus News | Argus News