Rajya Sabha Election / ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସର ଖୋଲା ସମର୍ଥନ; ନବୀନ ଭୁଲିଗଲେ କି ସମଦୂରତା ନୀତି ?
·4 months ago·2 min read

Key Points
- ବିଜେଡି, କଂଗ୍ରେସକୁ ଏବେ ଘାରିଲାଣି କ୍ରସ୍ ଭୋଟିଂ ଡର
- କ୍ରସ୍ ଭୋଟିଂରୁ ନିଜ ବିଧାୟକଙ୍କୁ ରୋକିପାରିବେ ତ ଶଙ୍ଖ ଓ ହାତ ଦଳ ?
ଭୁବନେଶ୍ଵର: ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ କ୍ୟାମ୍ପରେ ବେଶ୍ ଉତ୍ସାହ । ବିଜେଡିର କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେବ ବୋଲି ଘୋଷଣା କରିଛି । ଏଥିସହ ନବୀନଙ୍କ ସମଦୂରତା ନୀତିକୁ ନେଇ ଉଠିଛି ପ୍ରଶ୍ନ ।
ପ୍ରସଙ୍ଗରେ ବିଜେଡିର ସଫେଇ ରାଜ୍ୟ ସ୍ଵାର୍ଥ ପାଇଁ କଂଗ୍ରେସ ସମର୍ଥନ ଦେବାକୁ ବାଧ୍ୟ ହୋଇଛି । ତେବେ କଂଗ୍ରେସ ଖୋଲାଖୋଲି କହୁଛି ବିଜେଡି ଓ କଂଗ୍ରେସ ଏବେ ବିରୋଧୀ ଦଳରେ ଅଛନ୍ତି । ଏକାଠି ହେବାରେ କୌଣସି ଅସୁବିଧା ନାହିଁ । କାଲି ଅପରାହ୍ନ ୩ଟାରେ ପିସିସି ସଭାପତି ଓ ଏଆଇସିସି ଇନଚାର୍ଜଙ୍କ ସହ ବିଧାୟକଙ୍କ ବୈଠକ ହେବ । ଯାହା ନିଷ୍ପତ୍ତି ହେବ ସେହି ଅନୁସାରେ କାର୍ଯ୍ୟକାରୀ କରାଯିବ ।
ଏଥିସହ ପଢ଼ନ୍ତୁ: ନବୀନଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ ଭକ୍ତ ଦାସ, କଂଗ୍ରେସ-ବିଜେଡି ଭିତରେ ଦୂରତା କମାଇଲେ ଦତ୍ତ୍ୱେଶ୍ୱର
ବିଜେଡି ଓ କଂଗ୍ରେସ ମିଶିକି ଲଢ଼ିଲେ ତାର ଫାଇଦା ବିଜେପିକୁ ମିଳିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ଖୁବଶୀଘ୍ର ସଂସଦୀୟ କମିଟି ବୈଠକ ବସିବ । ଆଉ ଦୁଇ- ତିନି ଦିନ ଭିତରେ ବିଜେପିର ପ୍ରାର୍ଥୀଙ୍କ ନାଁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ମନମୋହନ ସାମଲ ।
ଓଡ଼ିଶାରୁ ୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ରାଜ୍ୟସଭା ନିର୍ବାଚନ ଗଣିତ ଅନୁସାରେ ବିଜେଡି ପାଖରେ ଗୋଟିଏ ଓ ବିଜେପି ପାଖରେ ୨ଟି ଆସନ ଜିତିବାର ସ୍ପଷ୍ଟ ସଂଖ୍ୟା ଅଛି । ତେବେ ଚତୁର୍ଥ ଆସନ ପାଇଁ ନା ବିଜେଡି-କଂଗ୍ରେସ ମିଶିଲେ ସଂଖ୍ୟା ହେଉଛି ନା ବିଜେପି ପାଖରେ ସଂଖ୍ୟା ଅଛି ।
ତେଣୁ କ୍ରସ୍ ଭୋଟିଂ ନେଇ ଦେଖା ଦେଇଛି ଆଶଙ୍କା । ଏବେଠୁ ବିଜେଡି ଓ କଂଗ୍ରେସ ଶିବିରରେ କ୍ରସ୍ ଭୋଟିଂ ନେଇ ଘାରିଲାଣି ଡର । ଯଦି ଦଳ ନିର୍ଦ୍ଦେଶକୁ ବେଖାତିର୍ କରି ଉଭୟ ଦଳର ବିଧାୟକ କ୍ରସ୍ ଭୋଟିଂ କରନ୍ତି, ନବୀନ ଓ ଭକ୍ତଙ୍କ ପ୍ଲାନ ଫସର ଫାଟି ଯିବନି ତ ? ତେବେ ଏସବୁ ଭିତରେ ବିଜେପିର ଚାଲ ଉପରେ ରହିଛି ସମସ୍ତଙ୍କ ନଜର ।
ଏଥିସହ ପଢ଼ନ୍ତୁ: ସନ୍ତୃପ୍ତ ମିଶ୍ର ଓ ଡକ୍ଚର ଦତ୍ତେଶ୍ଵର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲେ ନବୀନ
ଶନିବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ସନ୍ତୃପ୍ତ ମିଶ୍ରଙ୍କ ସହ ଡକ୍ଟର ଦତ୍ତେଶ୍ଵର ହୋତାଙ୍କ ନାଁ ଘୋଷଣା କରିଛନ୍ତି । ବରିଷ୍ଠ ବିଜେଡି ନେତା ଡ. ସନ୍ତୃପ୍ତ ମିଶ୍ରଙ୍କ ସହ ପ୍ରସିଦ୍ଧ ୟୁରୋଲୋଜିଷ୍ଟ ଡକ୍ଟର ଦତ୍ତେଶ୍ଵର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେଡି ।
ସନ୍ତୃପ୍ତ ମିଶ୍ର ଓ ଡକ୍ଚର ଦତ୍ତେଶ୍ଵର ହୋତାଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି, "ତୃତୀୟ ଆସନ ପାଇଁ ଡ. ସନ୍ତୃ ମିଶ୍ର ପ୍ରାର୍ଥୀ ହୋଇଛନ୍ତି । ଚତୁର୍ଥ ଆସନ ପାଇଁ ଦତ୍ତେଶ୍ଵର ହୋତାଙ୍କୁ ଦଳ ପ୍ରାର୍ଥୀ କରିଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories