Rajya Sabha Election / RS Poll 2026: ୧୦ ରାଜ୍ୟର ୩୭ ସିଟ୍; କିଏ କେଉଁଠୁ ମାରିବ ବାଜି?
·2 months ago·3 min read

Key Points
ଚଳିତ ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ବିଭିନ୍ନ ଦଳର ଅନେକ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତା ନିର୍ବାଚିତ ହେବା ଥୟ।
Rajya Sabha Election 2026: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏହି ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖରେ ହେବ ମତଦାନ। ମୋଟ ୧୦ ରାଜ୍ୟର ୩୭ ଆସନ ପାଇଁ ହେବ ଭୋଟିଂ ହେବାକୁ ଯାଉଥିବା ବେଳେ ଏଥିପାଇଁ ଜାରି ହୋଇସାରିଛି କାର୍ଯ୍ୟସୂଚୀ। ଏହି ନିର୍ବାଚନରେ ଅନେକ ନେତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାର ସମ୍ଭାବନା ରହିଛି। କେଉଁ ରାଜ୍ୟରୁ କେଉଁ ନେତା ବିନା ପ୍ରତିଦ୍ୱନ୍ଦିତାରେ କେଉଁ ରାଜ୍ୟରୁ ନିର୍ବାଚିତ ହେବେ ତାହା ଆସନ୍ତା ସୋମବାର ସ୍ପଷ୍ଟ ହୋଇଯିବ।
କେଉଁ ରାଜ୍ୟରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ କେଉଁ ନେତା?
ଦେଶର କେତେକ ରାଜ୍ୟରେ ପୂର୍ବ ନିର୍ଦ୍ଧାରିତ ରାଜନୈତିକ ସମୀକରଣ କାରଣରୁ ଅନେକ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ଏହି ତାଲିକାରେ ପ୍ରଥମେ ରହିଛି ବିହାର। ରାଜ୍ୟର ୫ ସିଟ୍ ମଧ୍ୟରୁ ୪ ଆସନ ଶାସକ ଏନଡିଏ ଦଖଲ କରିବ। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ପ୍ରାୟତଃ ଥୟ। ଅନ୍ୟପକ୍ଷରେ ବିରୋଧି ଆରଜେଡ଼ି ପଞ୍ଚମ ଆସନ ପାଇଁ ଏଡି ସିଂହଙ୍କୁ ପ୍ରାର୍ଥୀ କରି ରାଜ୍ୟସଭା ଦୌଡ଼କୁ ରୋମାଞ୍ଚକର କରିଦେଇଛି।
ମହାରାଷ୍ଟ୍ରରୁ ୩ ଜଣ ପୁରୁଖା ନେତା ରାଜ୍ୟସଭାକୁ ନିର୍ବାଚିତ ହେବା ଥୟ। ଏହି ରାଜ୍ୟର ମୋଟ ସାତୋଟି ଆସନ ପାଇଁ ଅନୁଷ୍ଠିତ ହେଉଛି ନିର୍ବାଚନ। ହେଲେ ତଥାପି ଏଠାରୁ ଅନେକ ପ୍ରମୁଖ ନେତା ବିନା ପ୍ରତିଦ୍ୱନ୍ଦ୍ୱିତାରେ ସାଂସଦ ଭାବେ ନିର୍ବାଚିତ ହେବାର ଆଶା କରାଯାଉଛି। ସେମାନେ ହେଉଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ, କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ (RPI-A) ଏବଂ ଶରଦ ପାୱାର (NCP-SP)।
ଆସାମରେ ୩ ଆସନ ରାଜ୍ୟରେ କ୍ଷମତାସୀନ ଏନଡି଼ଏ ମେଣ୍ଟ ଖାତାକୁ ଯିବ। ଏନଡିଏ ମେଣ୍ଟର ପ୍ରାର୍ଥୀ ଜୋଗେନ ମୋହନ, ତେରାଶ ଗୋୱାଲା, ପ୍ରମୋଦ ବୋରୋ ନିର୍ବୋରୋଧ ନିର୍ବାଚିତ ହେବାର ସମ୍ଭାବନା ରହିଛି।
ଏଥିସହ ପଢ଼ନ୍ତୁ: କ'ଣ କହୁଛି ରାଜ୍ୟସଭା ଗଣିତ ? ଦିଲୀପ ନା ଦତ୍ତେଶ୍ଵର କିଏ ମାରିବେ ବାଜି ?
ତାମିଲାନଡୁର ୬ ରାଜ୍ୟସଭା ଆସନ ପାଇଁ ଅନୁଷ୍ଠିତ ହେଉଛି ନିର୍ବାଚନ। ଏହା ମଧ୍ୟରୁ ଗୋଟିଏ ଗୋଟିଏ ଆସନରେ ରାଜ୍ୟରେ କ୍ଷମତାସୀନ ଶାସକ ଡିଏମକେ ପକ୍ଷରୁ ଥିରୁଚି ଶିବା ଏବଂ ବିରୋଧି ଏଆଇଏଡିଏମକେ ପକ୍ଷରୁ ଏମ.ଥାମ୍ବିଦୁରାଇ ନିର୍ବାଚିତ ହେବା ଥୟ।
ଛତିଶଗଡ଼ର ୨ ରାଜ୍ୟସଭା ଆସନ ପାଇଁ ଅନୁଷ୍ଠିତ ହେଉଛି ମୁକାବିଲା। ଏହା ମଧ୍ୟରୁ ଗୋଟିଏ ଆସନରେ ଶାସକ ବିଜେପି ପ୍ରାର୍ଥୀ ଲକ୍ଷ୍ମୀ ବର୍ମା ଏବଂ ଅନ୍ୟ ଆସନରେ ବିରୋଧି କଂଗ୍ରେସ ପକ୍ଷରୁ ଫୁଲୋ ଦେବୀ ନେତାମ ନିର୍ବାଚିତ ହେବା ପ୍ରାୟତଃ ସ୍ଥିର।
ସେହିପରି ପଶ୍ଟିମବଙ୍ଗର ୫ ଆସନରେ ଅନୁଷ୍ଠିତ ହେଉଛି ନିର୍ବାଚନ। ଏହ ମଧ୍ୟରୁ ଗୋଟିଏ ଆସନରେ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ଶାଖାର ପୂର୍ବତନ ଅଧ୍ୟକ୍ଷ ରାହୁଲ ସିହ୍ନା ନିର୍ବାଚିତ ହେବା ଥୟ। ସେହିପରି ଅନ୍ୟ ୨ ଆସନରେ ଟିଏମସି ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଏବଂ କୋୟେଲ ମଲ୍ଲିକ ନିର୍ବାଚିତ ହେବେ।
ସେହିପରି ତେଲେଙ୍ଗାନା ଏବଂ ହିମାଚଳ ପ୍ରଦେଶରେ ବାଜି ମାରିବ ଶାସକ କଂଗ୍ରେସ। ତେଲେଙ୍ଗାନାର ଦୁଇଟି ଆସନରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଗୋଟିଏ ଆସନ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ଏବଂ ଅନ୍ୟଟି ବିରୋଧି ବିଆରଏସ ଖାତାକୁ ଯିବା ନିଶ୍ଚିତ। ସେହିପରି ହିମାଚଳ ପ୍ରଦେଶର ଗୋଟିଏ ଆସନ ଶାସକ କଂଗ୍ରେସ ଖାତାକୁ ଯିବା ଥୟ।
କେଉଁ ରାଜ୍ୟରେ ହେବ ମୁକାବିଲା?
ରାଜ୍ୟସଭା ନିର୍ବାଚନ ପାଇଁ ସବୁଠାରୁ ଆକର୍ଷଣୀୟ ଲଢ଼େଇ ବିହାରରେ ଦେଖିବାକୁ ମିଳିପାରେ। ଆରଜେଡି ପକ୍ଷରୁ ଏଡି ସିଂହ ପ୍ରାର୍ଥୀ ହେବା ପରେ ପଞ୍ଚମ ଆସନ ପାଇଁ ମୁକାବିଲା ଆହୁରି ରୋମାଞ୍ଚକର ହୋଇପାରେ। ଏହି ଆସନକୁ ଦଖଲ କରିବାକୁ ହେଲେ ଶାସକ ଏନଡିଏ ମେଣ୍ଟକୁ ଅତିରିକ୍ତ ସମର୍ଥନ ଯୋଗାଡ଼ କରିବାକୁ ହେବ। ବିହାରର ୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଅପ୍ରେଲ ମାସରେ ଶେଷ ହେଉଛି। ସେମାନେ ହେଉଛନ୍ତି ଜେଡିୟୁ ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଏବଂ କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର, ଆରଜେଡି ପକ୍ଷରୁ ପ୍ରେମଚନ୍ଦ୍ର ଗୁପ୍ତା ଏବଂ ଅମରେନ୍ଦ୍ର ଧାରୀ ସିଂହ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ପକ୍ଷରୁ ଉପେନ୍ଦ୍ର କୁଶୱାହା।
ପଢନ୍ତୁ ଏହି ଖବର: ସରିଲା ନାମାଙ୍କନ ପତ୍ର ପ୍ରତ୍ୟାହାର ସମୟ, ମୈଦାନରେ ୫ ପ୍ରାର୍ଥୀ, ଚତୁର୍ଥ ସିଟ୍ ଉପରେ ସମସ୍ତଙ୍କ ନଜର
ଓଡ଼ିଶାର ୪ ଆସନରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିପାରେ। ଏହି ନିର୍ବାଚନରେ କଂଗ୍ରେସ, ବିଜେଡ଼ି ଉଦ୍ଦେଶ୍ୟରେ ସମର୍ଥନ ଘୋଷଣା କରିଛି। ଅନ୍ୟପକ୍ଷରେ ବିଜେପି ସ୍ୱାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ ଦେଇଛି। ସଂଖ୍ୟାବଳ ଦୃଷ୍ଟିରୁ ବିଜେପି ୨ ଏବଂ ବିଜେଡ଼ି ଗୋଟିଏ ଆସନ ହାତେଇବା ପ୍ରାୟତଃ ସ୍ଥିର। ଅନ୍ୟପକ୍ଷରେ ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥିତ ସ୍ୱାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ବିଜେଡ଼ି ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ମୁକାବିଲା ହେବ। ବିଜେପି ପକ୍ଷରୁ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ରଙ୍କୁ ଟିକେଟ ଦେଇଛି।
ହରିୟାଣାର ୨ ରାଜ୍ୟସଭା ଆସନ ପାଇଁ ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ ମଧ୍ୟରେ ସିଧା ମୁକାବିଲା ହେବ। ବିଜେପି ଏଠାରେ ଜଣଙ୍କୁ ପ୍ରାର୍ଥୀ କରିଛି। ସେହିପରି ଦ୍ୱିତୀୟ ଆସନ କଂଗ୍ରେସ ଖାତାକୁ ଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories