|
logo
Live
Argus News App
GET APP

Argus News - ହିରୋ ସାଜିଲେ ସଞ୍ଜୁ ସାମସନ; ଏବେ ଚର୍ଚ୍ଚାରେ ବର୍ଷ ପୂର୍ବରୁ ହିଟମ୍ୟାନ କହିଥିବା କଥା

Sports

Rohit Message Viral / ହିରୋ ସାଜିଲେ ସଞ୍ଜୁ ସାମସନ; ଏବେ ଚର୍ଚ୍ଚାରେ ବର୍ଷ ପୂର୍ବରୁ ହିଟମ୍ୟାନ କହିଥିବା କଥା

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ହିରୋ ସାଜିଲେ ସଞ୍ଜୁ ସାମସନ; ଏବେ ଚର୍ଚ୍ଚାରେ ବର୍ଷ ପୂର୍ବରୁ ହିଟମ୍ୟାନ କହିଥିବା କଥା
Rohit Message Viral

Key Points

ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ସଞ୍ଜୁ ସାମସନଙ୍କ ଜବରଦସ୍ତ ବ୍ୟାଟିଂ
ଏକାକୀ ଧୂଆଁଦାର ବ୍ୟାଟିଂ କରି ଭାରତକୁ ଦେଲେ ସେମି ଟିକେଟ୍
ଏବେ ଚର୍ଚ୍ଚାରେ ବର୍ଷ ପୂର୍ବରୁ କହିଥିବା ହିଟମ୍ୟାନଙ୍କ ପୁରୁଣା କଥା
ସୁପର ସଣ୍ଡେରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ଖେଳାଯାଇଥିଲା ସୁପର-୮ ଭଳି ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ସଞ୍ଜୁ ସାମସନଙ୍କ ଧୂଆଁଦାର ବ୍ୟାଟିଂ । ୫୦ ବଲରେ ୯୭ ରନ କରି ଅପରାଜିତ ଥିବାବେଳେ ଭାରତକୁ ଦେଇଛନ୍ତି ସେମି ଟିକେଟ୍ । ଏବେ ସମସ୍ତେ ସଞ୍ଜୁଙ୍କୁ ପ୍ରଶଂସାରେ ପୋତିଛନ୍ତି । ସଞ୍ଜୁଙ୍କ ଦମଦାର ପ୍ରଦର୍ଶନ ପରେ ଏବେ ହିଟମ୍ୟାନ ରୋହିତ ଶର୍ମାଙ୍କ ସେହି ପୁରୁଣା କଥା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

  • କଣ କହିଥିଲେ ରୋହିତ ଶର୍ମା ?
୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭରେ ସାମସନଙ୍କୁ ପ୍ରଥମ ମ୍ୟାଚରୁ ବାହାରେ ବସିବାକୁ ପଡ଼ିଥିଲା । ସେହି ସମୟରେ ଦଳ ସହିତ ସାକ୍ଷାତ କରିଥିବା ରୋହିତ ଶର୍ମା ତାଙ୍କୁ ଉତ୍ସାହିତ କରି କହିଥିଲେ, "ନିରାଶ ହୁଅ ନାହିଁ । ଟୁର୍ଣ୍ଣାମେଣ୍ଟ ଲମ୍ବା, ତୁମେ ନିଶ୍ଚିତ ଭାବରେ ତୁମର ସୁଯୋଗ ପାଇବ । ସୁଯୋଗ ଯେକୌଣସି ସମୟରେ ଆସିପାରେ ।" ତେବେ ଏଠାରେ ଆପଣଙ୍କୁ କହିରଖୁଛୁ କି ଆଇସିସି ରୋହିତଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ଲାଗି ଆମ୍ବାସାଡାର ଭାବରେ ଘୋଷଣା କରିଥିଲା । ପୂର୍ବତନ ଭାରତୀୟ ଅଧିନାୟକ ତଥା ହିଟମ୍ୟାନ ରୋହିତଙ୍କ ଏହି ଦୁଇ ପଦ କଥା ସାମସନଙ୍କ ଆତ୍ମବିଶ୍ଵାସକୁ ଦ୍ଵିଗୁଣିତ କରିଥିଲା ।

  • 'ଏବେ ମୁଁ ବହୁତ ଭଲ ଅନୁଭବ କରୁଛି'
ସାମସନ୍ କହିଥିଲେ ଯେ ଦଳରୁ ଦୂରରେ ଥିବା ସମୟରେ ସେ ନିଜ ଉପରେ କାମ କରିଥିଲେ ଏବଂ ସୋସିଆଲ ମିଡିଆରୁ ଦୂରରେ ରହିଥିଲେ । ସେ ଆହୁରି କହିଥିଲେ, "ମୁଁ ଅନେକ ଲୋକଙ୍କ ସହିତ କାମ କରିଛି ଏବଂ ସେମାନଙ୍କ ପରାମର୍ଶକୁ ସମ୍ମାନ ଦେଇଛି । କିନ୍ତୁ ମୁଁ ଏହା ବି ଜାଣିଥିଲି ଯେ ମୁଁ ଏହି ସେଟଅପ୍ ସହିତ ୩ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛି । ତେଣୁ ମୁଁ ମୋର ମୌଳିକ ଏବଂ ସଟ୍ ଚୟନ ଉପରେ ଧ୍ୟାନ ଦେଇଥିଲି । ମୁଁ ବହୁତ ପରିବର୍ତ୍ତନ କରିବାକୁ ଚାହୁଁ ନଥିଲି । ମୁଁ ମୋର ଫୋନ୍ ଏବଂ ସୋସିଆଲ ମିଡିଆ ବନ୍ଦ କରିଦେଲି । କେବଳ ମୋ ନିକଟତର ଲୋକଙ୍କ କଥା ଶୁଣିଲି । ଏବେ ମୁଁ ବହୁତ ଭଲ ଅନୁଭବ କରୁଛି ।"

  • 'ରୋହିତ-କୋହଲିଙ୍କଠୁ ମିଳିଛି ପ୍ରେରଣା'
ମ୍ୟାଚ୍ ପରେ ସଞ୍ଜୁ ବହୁ ଭାବବିହ୍ଵଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ସେ ନିଜ କ୍ୟାରିଅରରେ ୫୦ରୁ ୬୦ଟି ମ୍ୟାଚ ଖେଳିଛନ୍ତି, ହେଲେ ୧୦୦ରୁ ଅଧିକ ମ୍ୟାଚ୍ ଦେଖିଛନ୍ତି । ଚାପ ବେଳେ ଭାରତର ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି କିପରି ଶାନ୍ତ ରହି ପରିସ୍ଥିତିକୁ ସାମ୍ନା କରନ୍ତି, ସେଥିରୁ ସେ ଶିକ୍ଷା ଗ୍ରହଣ କରିଛନ୍ତି ବୋଲି ମଧ୍ୟ କହିଥିଲେ ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit Message Viral: ହିରୋ ସାଜିଲେ ସଞ୍ଜୁ ସାମସନ; ଏବେ ଚର୍ଚ୍ଚାରେ ବର୍ଷ ପୂର୍ବରୁ ହିଟମ୍ୟାନ କହିଥିବା କଥା | Argus News