|
logo
Live
Argus News App
GET APP

Argus News - ହେଲା ଘୋଷଣା, କମ୍ପିବ ମୈଦାନ; ଏହି ଦିନ ମ୍ୟାଚ୍ ଖେଳିବେ ରୋହିତ-ବିରାଟ୍

Sports

RO KO India Match / ହେଲା ଘୋଷଣା, କମ୍ପିବ ମୈଦାନ; ଏହି ଦିନ ମ୍ୟାଚ୍ ଖେଳିବେ ରୋହିତ-ବିରାଟ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ହେଲା ଘୋଷଣା, କମ୍ପିବ ମୈଦାନ; ଏହି ଦିନ ମ୍ୟାଚ୍ ଖେଳିବେ ରୋହିତ-ବିରାଟ୍
RO-KO India Match

Key Points

ରୋହିତ-ବିରାଟଙ୍କ ଫ୍ୟାନ୍ସଙ୍କ ଲାଗି ଖୁସି ଖବର
ଏହି ଦିନ ଇଣ୍ଡିଆ ପାଣି ଖେଳିବେ ୨ ଷ୍ଟାର କ୍ରିକେଟର
ଆସନ୍ତା ଦିନିକିଆ ମ୍ୟାଚ୍ ତାରିଖ ଘୋଷଣା କଲା ବିସିସିଆଇ
ରୋହିତ ଶର୍ମା ଓ ବିରାଟ କୋହଲି କେବଳ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ଖେଳନ୍ତି । ବାକି ଟି-୨୦ ଓ ଟେଷ୍ଟରୁ ଭାରତର ଏହି ଷ୍ଟାର ଖେଳାଳି ଅବସର ନେଇସାରିଛନ୍ତି । ରୋ-କୋଙ୍କ ବ୍ୟାଟିଂ ଦେଖିବାକୁ ସମସ୍ତ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ରହିଥାଏ । କ୍ରୀଡାପ୍ରେମୀ ଆଜି ମ୍ୟାଚ ଦେଖୁଥିଲେ ସୁଦ୍ଧା ଉଭୟଙ୍କ ଫ୍ୟାନ୍ସ ଆଜି ବି ଦୁହିଁଙ୍କୁ ମିସ୍ କରନ୍ତି । ତେବେ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ରୋହିତ ଶର୍ମା ଓ ବିରାଟ କୋହଲି ପୁଣି ଥରେ କ୍ରିକେଟ୍ ଗ୍ରାଉଣ୍ଡକୁ ଫେରିବାକୁ ଯାଉଛନ୍ତି । ଉଭୟ ନିଜର ଧମାକାଦାର ବ୍ୟାଟିଂରେ ଫ୍ୟାନ୍ସଙ୍କ ପୁରୁଣା ସ୍ମୃତିକୁ ତାଜା କରିବେ ।

ରୋହିତ ଶର୍ମା ଓ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ୱାନ-ଡେ ସିରିଜ ଖେଳିଥିଲେ । ଏହାପରେ ଉଭୟଙ୍କୁ କ୍ରିକେଟ ଫ୍ୟାନ୍ସ ବହୁ ଦିନ ଧରି ଗ୍ରାଉଣ୍ଡରେ ଭାରତ ପାଇଁ ଚୌକା-ଛକା ଲଗାଇବାର ଦେଖିନାହାନ୍ତି । ଏବେ କିଛି ଦିନ ପରେ ଭାରତର ଲୋକପ୍ରିୟ ଟି-୨୦ ମ୍ୟାଚ୍ ଆଇପିଏଲରେ ଦୁହିଁଙ୍କୁ ଅଲଗା ଅଲଗା ଟିମ ପାଇଁ ଖେଳୁଥିବା ଦେଖିବାକୁ ମିଳିବ । ଏହାପରେ ଉଭୟ ଇଣ୍ଡିଆନ ଜର୍ସିରେ ବି ସାଥୀରେ ଖେଳିବାକୁ ଯାଉଛନ୍ତି, ଯାହାର ଘୋଷଣା ହୋଇସାରିଛି ।



  • ଟିମ୍ ଇଣ୍ଡିଆ ଜର୍ସିରେ କେବେ ଖେଳିବେ ରୋ-କୋ ?
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ନିକଟରେ ଘୋଷଣା କରିଛି ଯେ ଆଫଗାନିସ୍ତାନ ଦଳ ଭାରତ ଗସ୍ତ କରିବ । ଦୁଇ ଦେଶ ଗୋଟିଏ ଟେଷ୍ଟ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳିବେ । ଏହି ସିରିଜ୍ ରୋହିତ ଏବଂ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନକୁ ଚିହ୍ନିତ କରିବ । ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଆସନ୍ତା ଜୁନ୍ ୧୪ ତାରିଖରେ ଧର୍ମଶାଳାରେ ଅନୁଷ୍ଠିତ ହେବ, ଯାହା ଭାରତୀୟ ଜର୍ସିରେ ସେମାନଙ୍କର ପ୍ରତ୍ୟାବର୍ତ୍ତନକୁ ଚିହ୍ନିତ କରିବ ।

ଏହା ପରେ ଏହି ଦୁଇ ଅଭିଜ୍ଞ ଖେଳାଳି ଜୁନ୍ ୧୭ ତାରିଖରେ ଲକ୍ଷ୍ନୌ ଏବଂ ଜୁନ୍ ୨୦ ତାରିଖରେ ଚେନ୍ନାଇରେ ଚୌକା ଛକା ମାରୁଥିବାର ନଜର ଆସିବେ । ପ୍ରଥମ ଦିନିକିଆ ମ୍ୟାଚ୍ ଜୁନ ୧୪ ତାରିଖରେ ଧର୍ମଶାଳାରେ ଖେଳାଯିବ । ସେହିପରି ଦ୍ଵିତୀୟ ତଥା ତୃତୀୟ ମ୍ୟାଚ୍ ଯଥାକ୍ରମେ ଜୁନ ୧୭ ଓ ଜୁନ ୨୦ ତାରିଖରେ ଲକ୍ଷ୍ନୌ ଓ ଚେନ୍ନାଇରେ ଖେଳାଯିବ । କ୍ରୀଡାପ୍ରେମୀ ମାନେ ଅପରାହ୍ନ ୧.୩୦ଟାରୁ ମ୍ୟାଚକୁ ଦେଖିପାରିବେ ।

  • IPLରେ ରୋହିତ-ବିରାଟଙ୍କ ଉପରେ ଫୋକସ୍
ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜରେ ଶେଷ ଥର ପାଇଁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିଥିଲା । ଏବେ IPL 2026 ଉପରେ ଉଭୟ ଧ୍ୟାନ ଦେଇଛନ୍ତି । ରୋହିତ ଶର୍ମା ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତାଙ୍କ ପ୍ରଶିକ୍ଷଣ ଅଧିବେଶନର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିସାରିଛି । ସେପଟେ କିଙ୍ଗ୍ କୋହଲି ବିରାଟ ମଧ୍ୟ ବର୍ତ୍ତମାନ ଭାରତରେ ଅଛନ୍ତି ଏବଂ ଖୁବଶୀଘ୍ର RCB ତାଲିମ ଶିବିରରେ ଯୋଗ ଦେଇପାରନ୍ତି ।

ବିରାଟ କୋହଲିଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଗତ ବର୍ଷ RCBକୁ ଟ୍ରଫି ଜିତିବାରେ ସାହାଯ୍ୟ କରିଥିଲା । ସେ ତାଙ୍କ ଦଳକୁ ପୁଣି ବିଜୟ ଆଡ଼କୁ ନେଇଯିବାକୁ ଲକ୍ଷ୍ୟ ରଖିବେ, ଯେତେବେଳେ କି ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ (MI)କୁ ଷଷ୍ଠ ଟାଇଟଲ୍ ପାଇଁ ନେତୃତ୍ୱ ନେବାକୁ ଲକ୍ଷ୍ୟ ରଖିବେ । IPL 2026 ମାର୍ଚ୍ଚ ଶେଷ ସପ୍ତାହରେ ଆରମ୍ଭ ହେବାର ଆଶା କରାଯାଉଛି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RO KO India Match: ହେଲା ଘୋଷଣା, କମ୍ପିବ ମୈଦାନ; ଏହି ଦିନ ମ୍ୟାଚ୍ ଖେଳିବେ ରୋହିତ-ବିରାଟ୍ | Argus News