Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup / ଅଭିଷେକ ବର୍ମାଙ୍କ ନୂଆ ରେକର୍ଡ, ରଚିଲେ ଇତିହାସ

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଅଭିଷେକ ବର୍ମାଙ୍କ ନୂଆ ରେକର୍ଡ, ରଚିଲେ ଇତିହାସ

Key Points

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପାଞ୍ଚଟି ଛକା ମାରି ଅଭିଷେକ, ରୋହିତଙ୍କୁ ପଛରେ ପକାଇ ଦେଇଛନ୍ତି ।

ଅଭିଷେକ ଏବେ ଏସିଆ କପରେ ପାଞ୍ଚଟି ମ୍ୟାଚ୍‌ରେ ୧୭ଟି ଛକା ମାରିଛନ୍ତି।

କିଙ୍ଗ୍‌ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ । ଦୀର୍ଘ ଦିନ ଧରି ଯେଉଁ ରେକର୍ଡର ଅଧିକାରୀ ଥିଲେ କୋହଲି, ବୁଧବାର ସେହି ରେକର୍ଡ ନିଜ ନାଁରେ କରିଛନ୍ତି ୨୫ ବର୍ଷୀୟ ବାମହାତୀ ବ୍ୟାଟସମ୍ୟାନ୍ ଅଭିଷେକ ଶର୍ମା । ସେ ଏସିଆ କପ୍ 2025ରେ ନିଜ ବ୍ୟାଟିଂ ଦକ୍ଷତା ସହିତ ରଚିଛନ୍ତି ଇତିହାସ । ବାଂଲାଦେଶ ବିପକ୍ଷ ସୁପର-4 ମ୍ୟାଚ୍‌ରେ ଛକା ମାରି ସେ ଏହି ସଫଳତା ହାସଲ କରିଛନ୍ତି । ଅଭିଷେକ ଦ୍ୱିତୀୟ ଭାରତୀୟ ଏବଂ ବିଶ୍ୱର ତୃତୀୟ ଖେଳାଳି ଭାବରେ ଏସିଆ କପ୍ ଟି-20 ରେ ୨୦୦ ରନ୍ ପୂରଣ କରିଛନ୍ତି । ବିରାଟ କୋହଲିଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି ଅଭିଷେକ ।

ଏସିଆ କପର ଟି-୨୦ ଫର୍ମାଟରେ, ଭାରତ ପକ୍ଷରୁ କେବଳ ବିରାଟ କୋହଲି 200ରୁ ଅଧିକ ରନ୍ କରିଥିଲେ । ୨୦୨୨ ଏସିଆ କପରେ କୋହଲି ୨୭୬ ରନ୍ କରିଥିଲେ । ସେହି ବର୍ଷ ପାକିସ୍ତାନର ମହମ୍ମଦ ରିଜୱାନ ୨୮୧ ରନ କରି ସର୍ବାଧିକ ରନ କରିବାର ରେକର୍ଡ ନିଜ ନାମରେ କରିଥିଲେ । ଆଉ ଏବେ ଏହି ଏଲଟି କ୍ଲବରେ ସାମିଲ ହୋଇଛନ୍ତି ଅଭିଷେକ ଶର୍ମା । ସେ ଏସିଆ କପରେ ଏପର୍ଯ୍ୟନ୍ତ ୨୪୮ ରନ୍ କରିସାରିଛନ୍ତି ।

ଏହାସହ ପଢ଼ନ୍ତୂ:- ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !

ତେବେ କେବଳ ବିରାଟ କୋହଲି ନୁହେଁ, ରୋହିତ ଶର୍ମାଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ଅଭିଷେକ । ଏସିଆ କପର ଟି-୨୦ ଫର୍ମାଟରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଥିଲା, ଯିଏ ନଅଟି ମ୍ୟାଚ୍‌ରେ ୧୨ଟି ଛକା ମାରିଥିଲେ। କିନ୍ତୁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପାଞ୍ଚଟି ଛକା ମାରି ଅଭିଷେକ, ରୋହିତଙ୍କୁ ପଛରେ ପକାଇ ଦେଇଛନ୍ତି । ଅଭିଷେକ ଏବେ ଏସିଆ କପରେ ପାଞ୍ଚଟି ମ୍ୟାଚ୍‌ରେ ୧୭ଟି ଛକା ମାରିଛନ୍ତି।

ସେହିଭଳି ଅଭିଷେକ ଆଉ ଗୋଟିଏ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ବିରାଟ କୋହଲିଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି ଯିଏ ଲଗାତାର ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଖାଲି ସେତିକି ନୁହେଁ ପାକିସ୍ତାନ ବିପକ୍ଷରେ ସେ ମାତ୍ର ୨୪ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ଯୁବରାଜ ସିଂହଙ୍କ ପୂର୍ବ ରେକର୍ଡ ଭାଙ୍ଗିଥିଲା। ତା’ପରେ ସେ ବାଂଲାଦେଶ ବିପକ୍ଷରେ ୨୫ ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହାସହ ପଢ଼ନ୍ତୂ:- ଶ୍ୱଶୁର ଘର ସମ୍ପତ୍ତିରୁ ବୋହୁ ମାଗିପାରିବ କି ହକ୍ ?

ଏସିଆ କପ ଟି-20ରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ରନ କରିବାର ରେକର୍ଡ ଏବେ ବି ବିରାଟ କୋହଲିଙ୍କ ପାଖରେ ଅଛି । ସେ 10 ମ୍ୟାଚରେ 429 ରନ କରିଛନ୍ତି । ରୋହିତ ଶର୍ମା 271 ରନ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି, କିନ୍ତୁ ଅଭିଷେକ ଯେଉଁ ଫର୍ମରେ ବ୍ୟାଟିଂ କରୁଛନ୍ତି, ସେ ରୋହିତଙ୍କୁ ପଛରେ ପକାଇ ଭାରତର ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ହୋଇଯିବେ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Asia Cup | Abhishek Sharma Creates History, Breaks Mohammad Rizwan's Record | Argus News